ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଧକ୍କାରେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ

ଜୁନାଗଡ଼ ୨୩/୭ ( ମନୀସ): କଳାହାଣ୍ଡି ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଧର୍ମଗଡ଼ ରେଞ୍ଜରେ କାର୍ଯ୍ୟରତ ଝୁନୁବାଳା ସାହୁ।ସୂଚନା ଅନୁଯାୟୀ, ଜୁନାଗଡ଼–ଭବାନୀପାଟଣା ମୁଖ୍ୟ ରାସ୍ତାର ଚଞ୍ଚରାଭାଡ଼ି ଗାଁ ନିକଟରେ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଝୁନୁବାଳା ସାହୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ସମ୍ପୃକ୍ତ ଟ୍ରକ ବିଷୟରେ ତଦନ୍ତ ଚାଲିଛି। ଏହି ଘଟଣାରେ ବନ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ସୁବର୍ଣ୍ଣରେଖା ସେବା ସଂଘ

Sunil Chandra Nayak

ବାଲି /ଗୋଡ଼ି ଦଲାଲ ସକ୍ରିୟ,ବିଭାଗୀୟ ଅଧିକାରୀ ସ୍ଥାଣୁ

masiha

ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!