ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ରେ ଆଇପିଏଲ୍ ବେଟିଂ: ଜଣେ ଗିରଫ, ୭୫ ହଜାର ଟଙ୍କା ଜବତ….୧ କୋଟି୪୫ ଲକ୍ଷର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ

ଆଇପିଏଲ୍‌କୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ବେଟିଂ ଚାଲିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ୍। ତାଙ୍କ ନାଁ ରାକେଶ ଚୌଧୁରୀ। ତାଙ୍କ ଠାରୁ ୭୫ ହଜାର ଟଙ୍କା, ୭ଟି ମୋବାଇଲ, ଲାପଟପ, ଟଙ୍କା ଗଣିବା ମେସିନ୍‌ ସହିତ ବହୁ କାଗଜପତ୍ର ଜବତ କରାଯାଇଛି।ଧର୍ମଗଡ଼ ଡିଏସ୍‌ପି ଧୀରଜ କୁମାର ଚୋପଦାରଙ୍କ ନେତୄତ୍ୱରେ ଏକ ଟିମ ଧର୍ମଗଡ଼ ସହରର କେନ୍ଦୁମୁଣ୍ଡି ପଡ଼ାରେ ଏହି ଚଢ଼ାଉ କରି ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା। ତା ପାଖରୁ ନଗଦ ୭୦ ହଜାର ଟଙ୍କା,ଗୋଟିଏ କାର, ଗୋଟିଏ ଲେପଟପ,ବିଭିନ୍ନ ନାମିଦାମୀ କମ୍ପାନୀର ୮ଗୋଟି ମୋବାଇଲ ଫୋନ,ଦୁଇଟି ଚେକ ବୁକ,ବିଭିନ୍ନ ବ୍ୟାଙ୍କ ର ୪ଗୋଟି ଏଟିଏମ କାର୍ଡ ଓ ଦୁଇଟି ଚେକବୁକ ପୋଲିସ ଜବତ କରିଛି। ଅଭିଯୁକ୍ତ ର ସମ୍ପର୍କୀୟ ନାମରେ ବିଭିନ୍ନ ବ୍ୟାଙ୍କ ରେ ଜମାଥିବା ୧ କୋଟି ୪୫ ଲକ୍ଷ ଟଙ୍କା ମଧ୍ୟ ପୋଲିସ ଫ୍ରିଜ କରିଛି।ଏହି ଖେଳରେ ଧର୍ମଗଡ଼ ଅଞ୍ଚଳ ର ବହୁ ଲୋକ ସାମିଲ ଥିବା ପୋଲିସ ସୁରାକ ପାଇଛି।ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଧର୍ମଗଡ଼ ଆଇଆଇସି ରଶ୍ମିତା ପ୍ରଧାନ ପ୍ରକାଶ କରିଛନ୍ତି, ବେଟିଂ ନେଇ ଆମ ପାଖକୁ ସୂଚନା ଆସିଥିଲା। ତା’ପରେ ଆମେ ରେଡ୍ କରିଥିଲୁ ବୋଲି ସେ ପ୍ରକାଶ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କର୍ମେଗାଁ ପଞ୍ଚାୟତରେ ନୂତନ ଡାକଘର ଉଦଘାଟନ

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

ଲ୍ୟାଣ୍ଡଫଲ୍ ବେଳକୁ ଦୁର୍ବଳ ହୋଇଥିବ ବାତ୍ୟା, ବିଶିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା

Leave a Comment

error: Content is protected !!