ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଜ୍ୟ ପଲିଥିନ୍‌ରୁ ପେଭର ବ୍ଲକ୍ : ଛାତ୍ରଙ୍କ ଉଦ୍ଭାବନକୁ ମିଳିଲା ଜିଲ୍ଲାସ୍ତରୀୟ ସଫଳତା

ବର୍ଜ୍ୟ ପଲିଥିନ୍‌ରୁ ପେଭର ବ୍ଲକ୍ : ଛାତ୍ରଙ୍କ ଉଦ୍ଭାବନକୁ ମିଳିଲା ଜିଲ୍ଲାସ୍ତରୀୟ ସଫଳତା

ଛତ୍ରପୁର; ୨୪/୦୭: ନିଜର ଅଭିନବ ଚିନ୍ତାଧାରା ଓ ପରିବେଶ ସଚେତନତାକୁ ଭିତ୍ତି କରି ପ୍ରସ୍ତୁତ କରିଥିବା “ଗ୍ରାମ ସାଇକେଲ୍ (Gram Cycle)” ପ୍ରକଳ୍ପ ପାଇଁ ଛତ୍ରପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚାମାଖଣ୍ଡିର ଦ୍ୱାଦଶ ଶ୍ରେଣୀର ଛାତ୍ର ଶଶାଙ୍କ ଶେଖର ପଣ୍ଡା ଗଞ୍ଜାମ ଜିଲ୍ଲାସ୍ତରୀୟ ହ୍ୟାକାଥନ୍-୩.୦ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

             ଗୁରୁବାର ଡୋରା ନ୍ୟାସନାଲ ହାଇସ୍କୁଲ୍ ପରିସରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ହ୍ୟାକାଥନ୍‌ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜ ନିଜର ଅଭିନବ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଆଇଆଇଟି ଭୁବନେଶ୍ୱରର ଦୁଇଜଣ ପ୍ରଫେସର ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ସାମାଜିକ ଉପଯୋଗିତା ଓ ବୈଜ୍ଞାନିକ ଦୃଷ୍ଟିକୋଣକୁ ଆଧାର କରି ମୂଲ୍ୟାୟନ କରିଥିଲେ।

               ଶଶାଙ୍କଙ୍କ “ଗ୍ରାମ ସାଇକେଲ” ପ୍ରକଳ୍ପରେ ବର୍ଜ୍ୟ ପଲିଥିନ୍ ଓ ବାଲିର ସମନ୍ୱୟରେ ପେଭର ବ୍ଲକ୍ ପ୍ରସ୍ତୁତିର ଏକ ପରିବେଶବନ୍ଧବ ପ୍ରଯୁକ୍ତି ଉପସ୍ଥାପିତ କରାଯାଇଥିଲା। ପ୍ଲାଷ୍ଟିକ୍ ବର୍ଜ୍ୟର ସଦୁପଯୋଗ ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ଥାୟୀ ବିକାଶର ବାର୍ତ୍ତା ବହନ କରୁଥିବା ଏହି ଅଭିନବ ପ୍ରକଳ୍ପଟି ୮୦ଟି ପ୍ରକଳ୍ପ ମଧ୍ୟରୁ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା।

             ଏହି ସଫଳତା ପାଇଁ ଶଶାଙ୍କଙ୍କୁ ୧୫ ହଜାର ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ଏହି କୃତିତ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବ ସୃଜନ ଓ ବୈଜ୍ଞାନିକ ଚିନ୍ତାଧାରା ପ୍ରତି ଆଗ୍ରହ ସୃଷ୍ଟି କରିଥିବାବେଳେ ସମଗ୍ର ବିଦ୍ୟାଳୟ ପରିବାର ପାଇଁ ଗର୍ବର ବିଷୟ ପାଲଟିଛି।

            କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ ଓ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚାମାଖଣ୍ଡି ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଶଶାଙ୍କ ଶେଖର ପଣ୍ଡାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Related posts

ଓଏମସି ଅଧିକାରୀଙ୍କ ଶ୍ରଦ୍ଧା ପରିଦର୍ଶନ

ଟ୍ରେଲର ପଛକୁ ଧକ୍କା ଦେଲା କାର: ଚାଳକ ଗୁରୁତର

masiha

କୋଏଲନଗର ରେ ସ୍ବରେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ କୁ ନେଇ ସି ପି ଆଇ ଏମ୍ ର ଉଦବେଗ,ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି

masiha

Leave a Comment

error: Content is protected !!