ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେଉଥିବା ରାଜନୀତି ଦୁର୍ଭାଗ୍ୟ ଜନକ – ବିଧାୟକ ଶ୍ରୀ ତନ୍ତୀ

ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେଉଥିବା ରାଜନୀତି ଦୁର୍ଭାଗ୍ୟ ଜନକ – ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା : ନିଟ ପରୀକ୍ଷାକୁ ନେଇ ହୋଇଥିବା ପେପର ଲିକ ଘଟଣାକୁ ବିରୋଧ କରି ଆମ ଦେଶର ଆଗାମୀ ଦିନରେ ଭବିଷ୍ୟତ ରୁପୀ ଆଜିର ଛାତ୍ର ସମାଜ ଦୋଷୀ ମାନଙ୍କୁ ଦଣ୍ଡଦେବା ସହିତ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଉଚିତ ତଥା ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି । ଅପରପଟେ କେନ୍ଦ୍ର ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଦୋଷୀ ମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହିତ ନିଟ ପରୀକ୍ଷାରେ ସଂସ୍କାର ପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଯାହାର ପରିଣାମ ମଧ୍ୟ ଆଗାମୀ ଦିନରେ ନିଶ୍ଚିତ ଭାବେ ଦେଖାଯିବ । ତେବେ ବର୍ତ୍ତମାନ କିଛି ଦେଶ ବିରୋଧୀ ଶକ୍ତିମାନେ ଏକତ୍ରିତ ହୋଇ ନିଜର ନିହିତ ସ୍ବାର୍ଥ ସାଧନ ପାଇଁ ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟବହାର କରି ଯେଉଁ ରାଜନୀତି କରୁଛନ୍ତି ତାହା ଦେଶପାଇଁ ଶୁଭଙ୍କର ନୁହେଁ । ଅପରପଟେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଶୋଦାଗାର କରିବା ପୂର୍ବରୁ ସମସ୍ତ ବିରୋଧୀ ଦଳ ଏବଂ ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ବନ୍ଧରେ ନିଜ ନିଜ ସମୟରେ ହୋଇଥିବା ପେପର ଲିକ ଘଟଣାକୁ ମଧ୍ୟ ସ୍ମରଣ କରିବା ଆବଶ୍ୟକ ବୋଲି ବିଧାୟକ ଦୁର୍ଗାଚରଣ ତନ୍ତୀ କହିବା ସହିତ ଏଭଳି ହୀନ ରାଜନୀତିକୁ ବିଧାୟକ ଶ୍ରୀ ତନ୍ତୀ ନିନ୍ଦା କରିବା ସହିତ ଆଗାମୀ କାଲିର ଭବିଷ୍ୟତ ରୂପୀ ଆଜିର ଛାତ୍ର ସମାଜ ଏଭଳି ଦେଶ ବିରୋଧୀ ଶକ୍ତିମାନଙ୍କୁ ଚିହ୍ନିବା ପାଇଁ ସମସ୍ତ ଆବାଳବୃଦ୍ଧବନିତାଙ୍କୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ତନ୍ତୀ ନିବେଦନ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍‌

Sunil Chandra Nayak

ଧର୍ମଗଡ ରେ ସମ୍ବିଧାନ ଦିବସ ପାଳିତ 

masiha

ମଥାନୀ ନିକଟରେ ବାଇକରୁ ଖସିପଡି ଚାଳକ ଆହତ :ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!