ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଷ୍ଟକ ବଜାରରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି ସେୟାର

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ସେୟାରକୁ ଆସନ୍ତାକାଲି ଷ୍ଟକ ବଜାରରେ ତାଲିକାଭୁକ୍ତ କରାଯିବ। ଏଲ୍ଆଇସିର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)ରେ ଯେଉଁ ନୂଆ ନିବେଶକମାନେ ଆବେଦନ କରିଛନ୍ତି ସେମାନେ ସିଧାସଳଖ ଇକ୍ବିଟି ବଜାରରେ ପ୍ରବେଶ କରିବା ସୁଯୋଗ ପାଇବେ। ବଜାର ଅସ୍ଥିରତା ସତ୍ତ୍ବେ ଏଲ୍‌ଆଇସି ଆଇପିଓ ସଫଳ ହୋଇଥିବା କୁହାଯାଉଛି। କିନ୍ତୁ ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ପରେ କଂପାନିର ସେୟାର କିଭଳି ପ୍ରଦର୍ଶନ କରିବ ତାହାକୁ ନେଇ ବିଶେଷଜ୍ଞମାନେ ସନ୍ଦୀହାନ ରହିଛନ୍ତି। ସେୟାର ମୂଲ୍ୟ ରିହାତିରେ ତାଲିକାଭୁକ୍ତ ହେବାର ଆଶଙ୍କା ରହିଛି। ତେଣୁ‌ ଯେଉଁମାନେ ‌କଂପାନିର ସେୟାର କିଣିଛନ୍ତି ତାଲିକାଭୁକ୍ତ ହେବାର ବିଶେଷ ଲାଭ ସେମାନଙ୍କୁ ମିଳିବ ନାହିଁ ବୋଲି ଅନୁମାନ କରାଯାଉଛି। କିନ୍ତୁ, ପଲିସିଧାରକ ଓ ଖୁଚୁରା ନିବେଶକମାନେ ସେୟାର ଉପରେ ରିହାତି ପାଇଥିବାରୁ ସେମାନେ କିଛିଟା ଲାଭବାନ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ବଜାର ବିଶେଷଜ୍ଞମାନଙ୍କ ମତରେ ଭାରତରୁ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଥିବା ବେଳେ ୟୁକ୍ରେନ ଯୁଦ୍ଧର ପ୍ରଭାବ ଷ୍ଟକ କାରବାର ଉପରେ ରହିଛି। ଏଭଳି ସ୍ଥିତିରେ ଏଲ୍‌ଆଇସି ସେୟାର ତାଲିକାଭୁକ୍ତ ହେବା ଦିନ ତାହାର ମୂଲ୍ୟ ୫% ବଢ଼ିପାରେ କିମ୍ବା ୫% ହ୍ରାସ ପାଇବାର ଆଶଙ୍କା ରହିଛି।କିନ୍ତୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପରେ କମ୍ପାନୀର ସେୟାର କିଭଳି ପ୍ରଦର୍ଶନ କରିବ ତା ଉପରେ ନଜର ରହିଛି । ସେୟାର ମୂଲ୍ୟ ରିହାତିରେ ତାଲିକାଭୁକ୍ତ ହେବାର ଆଶଙ୍କା ରହିଛି । ତେଣୁ ଯେଉଁ କମ୍ପାନୀମାନେ ସେୟାର କିଣିଛନ୍ତି ତାଲିକାଭୁକ୍ତ ହେବାର ବିଶେଷ ଲାଭ ସେମାନଙ୍କୁ ମିଳିନପାରେ । କିନ୍ତୁ ପଲିସିଧାରକ ଓ ଖୁଜୁରା ନିବେଶକମାନେ ସେୟାର ଉପରେ ରିହାତି ପାଇଥିବାରୁ ଲାଭବାନ ହେବା ଅନୁମାନ କରାଯାଉଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ..

Related posts

କବିତା – ନଦୀ ଓ ବଟ ବୃକ୍ଷ

Sunil Chandra Nayak

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୫ତମ ବସନ୍ତ ସମାରୋହର ୨ୟ ସଂଧ୍ୟା

Sunil Chandra Nayak

ପ୍ରଧାନମନ୍ତ୍ରୀ ରାସ୍ତା ସଂଯୋଗ ପାଇଁ ସାଂସଦ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!