ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କ ଅସ୍ଥାୟୀ ପଦ ସ୍ଥାପନାକୁ ବିରୋଧ: ବଦଳୀ ବାତିଲ ନହେଲେ ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ଚେତାବନୀ

ଶିକ୍ଷକଙ୍କ ଅସ୍ଥାୟୀ ପଦ ସ୍ଥାପନାକୁ ବିରୋଧ: ବଦଳୀ ବାତିଲ ନହେଲେ ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ଚେତାବନୀ

 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ପଦ ସ୍ଥାପନା କରାଯିବା ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବଦଳୀ ଆଦେଶକୁ ତୁରନ୍ତ ବାତିଲ କରିବା ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଏହି ନିଷ୍ପତ୍ତି ପ୍ରତ୍ୟାହାର କରାାନଯାଏ, ତେବେ ଆଗାମୀ ଦିନରେ ସ୍କୁଲରେ ତାଲା ବନ୍ଦ କରି ଆନ୍ଦୋଳନ କରାଯିବ ବୋଲି କମିଟି ଚେତାବନୀ ଦେଇଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆଦେଶ ସଂଖ୍ୟା ୪୯୮୮ (ତାରିଖ: ୨୨/୦୭/୨୦୨୭) ଅନୁସାରେ, ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ ଜୟପ୍ରକାଶ ଖୁରା ଏବଂ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ ଭୋବେନ୍ଦ୍ର ନାଏକ ଙ୍କୁ ଅସ୍ଥାୟୀ ଭାବେ ଅନ୍ୟ ବିଦ୍ୟାଳୟ କୁ ପଠାଯାଇଛି।

ବର୍ତ୍ତମାନ ଚଳିତ ଶିକ୍ଷାବର୍ଷରେ ବୃନ୍ଦାବାହାଲ ବିଦ୍ୟାଳୟରେ ମୋଟ ୬୧୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୬ ଜଣ କେବଳ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ବିଦ୍ୟାଳୟରେ ପୂର୍ବରୁ ହିଁ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ, ଏହି ଦୁଇଜଣ ଅଭିଜ୍ଞ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳୀ କରାଯିବା ଯୋଗୁଁ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହେବାର ଆଶଙ୍କା ଦେଖାଦେଇଛି। ଏହା ସ୍କୁଲର ଶିକ୍ଷାଗତ ପରିବେଶ ଉପରେ କୁପ୍ରଭାବ ପକାଉଥିବାରୁ ବିଦ୍ୟାଳୟ ପରିଚାଳନା କମିଟିର ସଭାରେ ଏହି ଅସ୍ଥାୟୀ ପଦ ସ୍ଥାପନାକୁ ବିରୋଧ କରି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସ୍ୱାର୍ଥ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଅସ୍ଥାୟୀ ପଦ ସ୍ଥାପନା ଆଦେଶକୁ ତୁରନ୍ତ ବାତିଲ କରି ସମ୍ପୃକ୍ତ ଶିକ୍ଷକଦ୍ଵୟଙ୍କୁ ପୂର୍ବଭଳି ନିଜ ବିଦ୍ୟାଳୟରେ କାର୍ଯ୍ୟରତ ରଖିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ ନାଏକ, ଉପସଭାପତି ଝିଲିମଞ୍ଜରୀ ରାଉତ, ଦିଲୀପ କୁମାର ରାଉତ,ମହନ ରାଉତ,ଜିତେନ୍ଦ୍ର ନାଏକ ଏବଂ ନୃସିଂହ ମେହେର ସମେତ ଅଭିଭାବକ ଓ ଗ୍ରାମବାସୀ ପ୍ରମୁଖ ଦୃଢ଼ ଦାବି କରିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନିଆନଯାଏ, ତେବେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମାଥିଲି ବ୍ଲକ କନଫରେନ୍ସ ହୋଲ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ୨୧ ପ୍ରକାର ଆଦିବାସି ମାନଙ୍କର ସମାଗମ 

masiha

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ସମ୍ବର୍ଧନା ପ୍ରଦାନ 

Sunil Chandra Nayak

ଧର୍ମଗଡ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!