ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନବାଡି କେନ୍ଦ୍ର ବଦଳରେ କର୍ମୀଙ୍କ ଘରେ ଚାଉଳ ମହଜୁଦ ନେଇ ପ୍ରଶ୍ନବାଚୀ?

ଅଙ୍ଗନବାଡି କେନ୍ଦ୍ର ବଦଳରେ କର୍ମୀଙ୍କ ଘରେ ଚାଉଳ ମହଜୁଦ ନେଇ ପ୍ରଶ୍ନବାଚୀ?

କଳାହାଣ୍ଡି (କଲମପୁର): କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ପାଜେନ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଣ ହୋଇଥିବା ଚାଉଳ କେନ୍ଦ୍ରରେ ନ ରଖି ଅଙ୍ଗନବାଡି କର୍ମୀଙ୍କ ଘରେ ରଖାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଚାଉଳ ବୋଝେଇ ଗାଡ଼ି ନେଇ ପହଞ୍ଚିଥିବା ଜଣେ କର୍ମଚାରୀ କହିଛନ୍ତି ଯେ ସେହି ସମୟରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିଲା ଏବଂ କର୍ମୀଙ୍କ ସହ ଫୋନରେ ଯୋଗାଯୋଗ କରିବା ସତ୍ତ୍ୱେ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ପରେ ଚାଉଳକୁ କର୍ମୀଙ୍କ ଘରେ ରଖାଯାଇଥିବା କୁହାଯାଉଛି।

ଏ ସମ୍ପର୍କରେ କଲମପୁର ସିଡିପିଓ ନିବେଦିତା ଦେଇଙ୍କୁ ପଚାରିବାରୁ ସେ କହିଥିଲେ ଯେ,”ଯଦି କୌଣସି କେନ୍ଦ୍ରର ନିଜସ୍ୱ ଭବନ ନଥାଏ, ତେବେ ଅସ୍ଥାୟୀ ଭାବେ କର୍ମୀଙ୍କ ଘରେ ସାମଗ୍ରୀ ରଖାଯାଇପାରେ।”

ତେବେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି, ପାଜେନ ଅଙ୍ଗନବାଡି କେନ୍ଦ୍ରର ଭବନ ଥିବା ସତ୍ତ୍ୱେ କାହିଁକି ଚାଉଳ କେନ୍ଦ୍ରରେ ନ ରଖି କର୍ମୀଙ୍କ ଘରେ ମହଜୁଦ କରାଗଲା? ଏହା ପଛରେ କୌଣସି ପ୍ରଶାସନିକ କାରଣ ରହିଛି କି ନା ଅନ୍ୟ କୌଣସି କାରଣ, ତାହାର ସ୍ପଷ୍ଟୀକରଣକୁ ସ୍ଥାନୀୟ ଲୋକ ଅପେକ୍ଷା କରିଛନ୍ତି।ଘଟଣାର ପ୍ରକୃତ ତଥ୍ୟ ଜାଣିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଗଲେ ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇପାରିବ ବୋଲି ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟ ଲୟ ଗୃହ ନିର୍ମାଣ ପାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବି ପତ୍ର ପ୍ରଦାନ କଲେ ସମାଜ ସେବୀ

masiha

ଝରୀଗାଁ ବିଧାୟକ ଙ୍କୁ ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଙ୍କ ଦାବିପତ୍ର ପ୍ରଦାନ

masiha

ବନ୍ଧୁଗାଁ ବ୍ଲକର ପ୍ରତି ଗାଁର ଘରେ ଘରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ଅଙ୍ଗୱାଡ଼ି ଦିଦି ବାଣ୍ଟିଲେ ସର୍ଭେ ସମ୍ବନ୍ଧୀୟ ସୁଚନା ପତ୍ର

Leave a Comment

error: Content is protected !!