ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନବାଡି କେନ୍ଦ୍ର ବଦଳରେ କର୍ମୀଙ୍କ ଘରେ ଚାଉଳ ମହଜୁଦ ନେଇ ପ୍ରଶ୍ନବାଚୀ?

ଅଙ୍ଗନବାଡି କେନ୍ଦ୍ର ବଦଳରେ କର୍ମୀଙ୍କ ଘରେ ଚାଉଳ ମହଜୁଦ ନେଇ ପ୍ରଶ୍ନବାଚୀ?

କଳାହାଣ୍ଡି (କଲମପୁର): କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ପାଜେନ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଣ ହୋଇଥିବା ଚାଉଳ କେନ୍ଦ୍ରରେ ନ ରଖି ଅଙ୍ଗନବାଡି କର୍ମୀଙ୍କ ଘରେ ରଖାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଚାଉଳ ବୋଝେଇ ଗାଡ଼ି ନେଇ ପହଞ୍ଚିଥିବା ଜଣେ କର୍ମଚାରୀ କହିଛନ୍ତି ଯେ ସେହି ସମୟରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିଲା ଏବଂ କର୍ମୀଙ୍କ ସହ ଫୋନରେ ଯୋଗାଯୋଗ କରିବା ସତ୍ତ୍ୱେ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ପରେ ଚାଉଳକୁ କର୍ମୀଙ୍କ ଘରେ ରଖାଯାଇଥିବା କୁହାଯାଉଛି।

ଏ ସମ୍ପର୍କରେ କଲମପୁର ସିଡିପିଓ ନିବେଦିତା ଦେଇଙ୍କୁ ପଚାରିବାରୁ ସେ କହିଥିଲେ ଯେ,”ଯଦି କୌଣସି କେନ୍ଦ୍ରର ନିଜସ୍ୱ ଭବନ ନଥାଏ, ତେବେ ଅସ୍ଥାୟୀ ଭାବେ କର୍ମୀଙ୍କ ଘରେ ସାମଗ୍ରୀ ରଖାଯାଇପାରେ।”

ତେବେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି, ପାଜେନ ଅଙ୍ଗନବାଡି କେନ୍ଦ୍ରର ଭବନ ଥିବା ସତ୍ତ୍ୱେ କାହିଁକି ଚାଉଳ କେନ୍ଦ୍ରରେ ନ ରଖି କର୍ମୀଙ୍କ ଘରେ ମହଜୁଦ କରାଗଲା? ଏହା ପଛରେ କୌଣସି ପ୍ରଶାସନିକ କାରଣ ରହିଛି କି ନା ଅନ୍ୟ କୌଣସି କାରଣ, ତାହାର ସ୍ପଷ୍ଟୀକରଣକୁ ସ୍ଥାନୀୟ ଲୋକ ଅପେକ୍ଷା କରିଛନ୍ତି।ଘଟଣାର ପ୍ରକୃତ ତଥ୍ୟ ଜାଣିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଗଲେ ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇପାରିବ ବୋଲି ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

masiha

ସ୍ଵାମୀ ବିବେକାନନ୍ଦଙ୍କ ଉଠ ଜାଗ ଅମୃତ ମହୋତ୍ସବ ପରିକ୍ରମା ରଥକୁ ସ୍ଵାଗତ

Sunil Chandra Nayak

ଅକ୍ଷୟ ତୃତୀୟାରେ ଧରଣୀମାତାଙ୍କୁ ପୋଢ ବଳି

Sunil Chandra Nayak

Leave a Comment

error: Content is protected !!