ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁନିସିପାଲ ମହାବିଦ୍ୟାଳୟରେ “ନବସୃଜନ ଏବଂ ନୂତନ ଉଦ୍ୟମ ପ୍ରତିଯୋଗିତା” ଅନୁଷ୍ଠିତ 

ମୁନିସିପାଲ ମହାବିଦ୍ୟାଳୟରେ “ନବସୃଜନ ଏବଂ ନୂତନ ଉଦ୍ୟମ ପ୍ରତିଯୋଗିତା” ଅନୁଷ୍ଠିତ 

ରାଉରକେଲା: ମ୍ୟୁନିସିପାଲ ମହାବିଦ୍ୟାଳୟ ରେ ଓଡିଶା ସରକାର ଙ୍କର ଉଚ୍ଚ ଶିକ୍ଷା ନିର୍ଦ୍ଦେଶନାମା ଅନୁସାରେ ଏକ “ନବସୃଜନ ଏବଂ ନୂତନ ଉଦ୍ୟମ ପ୍ରତିଯୋଗିତା” ଅନୁଷ୍ଠିତ ହେଇଅଛି । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ହରିହର ଦାଶ ଅଧ୍ୟାକ୍ଷତା କରିଥିଲେ । ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କର ମାନ ନିର୍ଧାରଣ କରି ସେମାନଙ୍କୁ ଚୟନ କରିବା ପାଇଁ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପ୍ରଫେସର ଶରତ କୁମାର ପାଣିଗ୍ରାହୀ, କାନାଡ଼ା ବ୍ୟାଙ୍କ ର ବରିଷ୍ଠ ପ୍ରବନ୍ଧକ ପ୍ରୀୟା ନନ୍ଦ ଏବଂ ମହିଳା ଉଯୋଗୀ ଓ ଆଲୁମିନି ଡିମ୍ପଲ ଅଗ୍ରୱାଲ ନିଜ ନିଜର ଅଭିଭାଷଣ ରେ ନୂତନ ଯୁବପିଢୀ ଏ ଦେଶ ର ପ୍ରଗତିରେ ଜଣେ ଜଣେ ବିନ୍ଧାଣି ସାଜି କିପରି ନବସୃଜନ ଏବଂ ନୂତନ ଉଦ୍ୟମ କରି ପାରିବେ ତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ବହୁ ସଂଖ୍ୟରେ ଅଂଶ ଗ୍ରହଣ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ବିଜୟ କୁମାର ପାଢ଼ୀ କାଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ପଦାର୍ଥ ବିଜ୍ଞାନ ର ଦୀପ୍ତି ରଞ୍ଜନ ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଓ ବରିଷ୍ଟ ପ୍ରାଧ୍ୟାପିକା ଅର୍ପିତା ମହାପାତ୍ର, ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ବିହାରୀ ଦଳବେହେରା, ସୁନୀଲ କୁମାର ମହାନ୍ତି, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼କ୍ଟର ଦିବ୍ୟକାନ୍ତି ବିଲୁଙ୍ଗ, ବାଣିଜ୍ୟ ବିଭାଗର ଅଧ୍ୟାପକ ଆକାଶ ଚନ୍ଦ୍ର ଦାଶ, ଆଶ୍ରିବାଦ ମାଝୀ, କୌଶିକ ଚୌଧୁରୀ, ସୁଦୀପ୍ତି କେରକେଟା, ସୁଶ୍ରୀ ଶିଳ୍ପୀ ଲାକ୍ରା, ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ସୃତି ସୁରପା ରାଉତରାୟ, ପ୍ରାଣୀ ବିଜ୍ଞାନ ବିଭାଗ ର ମୁଖ୍ୟ ସୁଶ୍ରୀ ବାସନ୍ତି ହେମ୍ବ୍ରମ, ହେମନ୍ତ କୁମାର ପୁହାଣଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରି ପ୍ରତ୍ୟକ୍ଷ ଓ ପରୋକ୍ଷ ରେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଓ ଚୟନ ପ୍ରକିୟାରେ ଥିବା ସମସ୍ତ ଚୟନ କର୍ତ୍ତା କୃତି ପାତିଯୋଗୀ ଙ୍କୁ ମାନପତ୍ର ଏବଂ ପୁରସ୍କାର ସହ ପୁରସ୍କୁତ କରିଥିଲେ । ଶେଷରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଆଶ୍ରିବାଦ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

Sunil Chandra Nayak

ଧର୍ମଗଡ଼ ର ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ ଙ୍କ ପରଲୋକ। ଓକିଲ ସଂଘର ଶୋକ ସଭା

Sunil Chandra Nayak

ବଲାଙ୍ଗିର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!