ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦ୍ୟାୟ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦ୍ୟାୟ ସମ୍ବର୍ଦ୍ଧନା

ରାଉରକେଲା, ୨/୮: ସ୍ଥାନୀୟ ଗୋପବନ୍ଧୁପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କବିତା ଉପାଧ୍ୟାୟଙ୍କ ଅବସର ଉପଲକ୍ଷେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  

ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଧାକାନ୍ତ ମହାରଣା, ସିଆରସିସି ହରିହର ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ନୟନ କୁମାର ପତି, କୋଏଲ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ପଦ୍ମଲୋଚନ ଦାଶ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ଅତିଥିମାନେ କବିତା ଉପାଧ୍ୟାୟଙ୍କ ଦିର୍ଘ୍ୟ ଶିକ୍ଷକତା ଜୀବନର ଅବଦାନକୁ ସ୍ମରଣ କରିବା ତଥା ବିଦ୍ୟାଳୟ ପ୍ରତି ଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ଭାବବିହ୍ୱଳ ହୋଇପଡିବା ସହ ତାଙ୍କ ଅବସରକାଳୀନ ସମୟ ସୁଖ, ଶାନ୍ତି ତଥା ନିରାମୟରେ କଟୁ ବୋଲି କାମନା କରିଥିଲେ। ବିଶ୍ରା ବ୍ଲକ୍ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା ମଧ୍ୟ ତାଙ୍କର ଶୁଭକାମନା ଜଣାଇଥିଲେ। ଅନୁଷ୍ଠାନ ତରଫରୁ ଶ୍ରୀମତୀ ଉପାଧ୍ୟାୟଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ରୀମତୀ ଉପାଧ୍ୟାୟ ନିଜ ତରଫରୁ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ଅଧ୍ୟୟନରତ ଜଣେ ପିତୃମାତୃହୀନ ଛାତ୍ରୀଙ୍କୁ ଦଶ ହଜାର ଟଙ୍କା ସ୍ଥାୟୀ ଜମା ସମ୍ବଳିତ ଏକ ପାସ୍ ବୁକ୍ ପ୍ରଦାନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମସ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

ଆଗକୁ ବର୍ଷା ଦିନକୁ ନଜରରେ ରଖି ପୈାରପାଳିକା ସଫେଇ କର୍ମଚାରୀମାନେ ଡ୍ରେନଗୁଡିକୁ ସଫା କରିବାରେ ବ୍ୟସ୍ତ

ମା ର ମମତା ଆଗରେ ହାରମାନଛି ସରକାର

Leave a Comment

error: Content is protected !!