ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର’ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଘାଟିତ

ଏକତ୍ର’ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଘାଟିତ

ରାଉରକେଲା, ସହରର ୨୭ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ‘ଏକତ୍ର’ ରାଉରକେଲା ପକ୍ଷରୁ ଆୟୋଜିତ ଦୁଇ ଦିବସୀୟ ଏକକ ଅଭିନୟ ଉତ୍ସବ ସ୍ଥାନୀୟ ସିଭିକ୍ ସେଂଟରଠାରେ ଆଜି ଅପରାହ୍ନରେ ଉଦ୍‌ଘାଟିତ ହୋଇଛି। ‘ଏକତ୍ର’ର ସଭାପତି କବି ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି, ଓଡିଶା ନାଟ୍ୟ ସଂଘର ସାଧାରଣ ସଂପାଦକ ସୁଧାଂଶୁ ମୋହନ ଦ୍ୱିବେଦୀ ଓ ଏକତ୍ରର ଅନ୍ୟତମ ଉପଦେଷ୍ଟା ପ୍ର. ସମର ମୁଦାଲି, ଡ଼ ଉତ୍ତମ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିôଲେ। ଏହି ଅବସରରେ ଅତିଥିମାନେ ଏକକ ଅଭିନୟରେ ଜଣେ କଳାକାର ବିଭିନ୍ନ ଚରିତ୍ରରେ ତା’ର କଳାନୈପୁଣ୍ୟ ପ୍ରଦର୍ଶନ କରିବା ଏକ ଭିନ୍ନ ଅନନ୍ୟ ତଥା କଷ୍ଠସାଧ୍ୟ ବ୍ୟାପାର ବୋଲି ମତ ବ୍ୟକ୍ତ କରିଥିଲେ। ଏତଦ୍‌ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ସେମାନଙ୍କର ଲୁକାୟିତ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସୁଯୋଗ ସୃଷ୍ଟିର ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ମଧ୍ୟ ଅତିଥିମାନେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୧୨ରୁ ୨୫ ବର୍ଷ ବୟସର ବିଭିନ୍ନ ଅନୁଷ୍ଠାନର ୪୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନଙ୍କର ଅଭିନୟର ମୂଲ୍ୟାଙ୍କନ ନିମନ୍ତେ ବିଚାରକ ରୂପେ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱଗଣ ସର୍ବଶ୍ରୀ ସୁଧାଂଶୁ ମୋହନ ଦ୍ୱିବେଦୀ, କୈଳାସ ଚନ୍ଦ୍ର ପାଣିଗ୍ରାହୀ ଓ ପ୍ରଶାନ୍ତ ପତି ଦାୟିତ୍ୱ ନିର୍ବାହ କରିଥିଲେ। ସାଧାରଣ ସଂପାଦକ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଲୋକପ୍ରିୟ ଉଦ୍‌ଘୋଷିକ ଝିଲିମା ମହାନ୍ତି ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ଏକତ୍ର’ ପକ୍ଷରୁ ସର୍ବଶ୍ରୀ ଆଲୋକ ବୋଷ, ପ୍ରସନ୍ନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ସୁଦେଶ ନାୟକ, ପ୍ରଦୀପ ନାୟକ, ପ୍ରବିର ଜେନା, ପ୍ରଳୟ ଶତପଥୀ, ପ୍ରଜ୍ଞାନନ୍ଦ ମହାନ୍ତି, କନକ ଲତା ଦାସ, ସନ୍ଧ୍ୟା ପଟ୍ଟନାୟକ, ରୁନୁ ବେକ ପ୍ରମୁଖ ସହଯୋଗ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅଂଶଗ୍ରହଣୀକାରୀମାନଙ୍କୁ ଆସନ୍ତାକାଲି ସଂଧ୍ୟାରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ଏକତ୍ରର ସହ ଅନୁବନ୍ଧିତ ନାଟ୍ୟାନୁଷ୍ଠାନର କର୍ମକର୍ତା, ସଦସ୍ୟମାନଙ୍କ ବ୍ୟତିରକେ ବିଭିନ୍ନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନର ବ୍ୟକ୍ତିବିଶେଷ ଏବଂ କଳାନୁରାଗୀମାନେ ଯୋଗ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ୩୯ ତମ ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣିମା

Sunil Chandra Nayak

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ

masiha

କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ କବି ମାନଙ୍କ କବିତା ପାଠ

masiha

Leave a Comment

error: Content is protected !!