ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଂଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନବରଂଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନବରଙ୍ଗପୁର:(ତା. ୦୩.୦୮.୨୦୨୬) (ରବି ନାରାୟଣ ମହାନ୍ତି)ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି, ବନଖଣ୍ଡ ଅଧିକାରୀ ଉଦୟନ୍ ସୁବୁଦ୍ଧି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବି ଡି ଓ ସୁନୀଲ ଖରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।ଆଜିର ଶିବିରରେ ମୋଟ ୫୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୮ଟି ବ୍ୟକ୍ତିଗତ ଏବଂ ୧୭ଟି ସାମୂହିକ/ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ପ୍ରାପ୍ତ ଅଭିଯୋଗମାନଙ୍କ ମଧ୍ୟରୁ ୧ଟି ଅଭିଯୋଗର ସମାଧାନ ଘଟଣାସ୍ଥଳରେ କରାଯାଇଥିବାବେଳେ ୧ ଜଣ ଆବେଦନକାରୀ ଙ୍କୁ ରେଡକ୍ରସ ସହାୟତା ପ୍ରଦାନ ପାଇଁ ମଞ୍ଜୁର କରାଯାଇଥିଲା।ଏହି ଅବସରରେ ଜିଲ୍ଲାପାଳ ଓସ୍ୱାସ ମାଧ୍ୟମରେ ସରକାରୀ ଫାଇଲର ଅନଲାଇନ ବ୍ୟବହାର ପୂର୍ବକ ଉଲ୍ଲେଖନୀୟ ସରକାରୀ କାର୍ଯ୍ୟ କରିଥିବା ବିଭିନ୍ନ କାର୍ଯ୍ୟାଳୟକୁ ପ୍ରଶଂସା ପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ପ୍ରକାଶ ଥାଉ କି ଗତ ଜୁଲାଇ ମାସ ରେ ସାରା ରାଜ୍ୟରେ ନବରଙ୍ଗପୁର ଜିଲ୍ଲା ଓସ୍ଵାସ ମାଧ୍ୟମରେ ଅଧିକ ସଂଖ୍ୟକ ସରକାରୀ ଫାଇଲ ଅନଲାଇନ ପରିଚାଳନା କରି ପ୍ରଥମ ସ୍ଥାନ ଅଧିକାର କରିଥିଲା।ଯାହାକି ସରକାରୀ ସେବା ପ୍ରଦାନରେ ଏକ ଉତ୍ସାହ ପୂର୍ଣ୍ଣ ପଦକ୍ଷେପ ଅଟେ। ଜୁଲାଇ ମାସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାସ ମାଧ୍ୟମରେ ୬୯୦୬ ଫାଇଲ ର ଅନଲାଇନ ସୁପରିଚାଳନା କରିଛନ୍ତି ।ଆଜି ଜିଲ୍ଲାପାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ୮୭୭, ଶିକ୍ଷା ବିଭାଗର ୭୬୫,ଜିଲ୍ଲା ପରିଷଦ ର ୬୨୯ ଫାଇଲର ଅନଲାଇନ ସୁପରିଚାଳନା ,ସମସ୍ତ ବ୍ଲକ୍ ମଧ୍ୟରେ ନବରଙ୍ଗପୁର ବ୍ଲକ୍ ୪୧୩,ସମସ୍ତ ତହସିଲ ମଧ୍ୟରେ ନଦାହାଣ୍ଡି ତହସିଲ ୪୩୪ ଏବଂ ପୌରପରିଷଦ ମଧ୍ୟରେ ନବରଙ୍ଗପୁର ପୌରପରିଷଦ ୧୦୧୨ ଫାଇଲ ର ଅନଲାଇନ ସୁପରିଚାଳନା କରିଥିବାରୁ ସଂପୃକ୍ତ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ଏବଂ ଅନ୍ୟ କାର୍ଯ୍ୟଲୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନେଇ ଅଧିକ ଫାଇଲ ର ଅନଲାଇନ ସୁପରିଚାଳନା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ କରିଥିଲେ।

Related posts

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

Sunil Chandra Nayak

ବିଜାତଳା ବ୍ଲକ ଅଧ୍ୟକ୍ଷା ଗାଁ ରାସ୍ତା କାଦୁଅ ପଚ୍ ପଚ୍; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି 

Sunil Chandra Nayak

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଯାଜପୁର ଜିଲ୍ଲା ଗସ୍ତ

masiha

Leave a Comment

error: Content is protected !!