ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ଜଗଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା.

ରାଉରକେଲା: ଜଗଦା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଏନ୍ଆଇଟି ର ପ୍ରଫେସର ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ,ବିଦ୍ୟାଳୟ ର ସଭାପତି ଡା. ସାମନ୍ତ କୁମାର ସାହୁ, ଉପସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର, ସହ ସମ୍ପାଦକ କୃପାସିନ୍ଧୁ ବେଉରିଆ, କୋଷାଧକ୍ଷ ଚନ୍ଦ୍ରଶେଖର ପତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ପ୍ରଫେସର ଡା. ପ୍ରଧାନ ତାଙ୍କ ବକ୍ତବ୍ୟ ରେ ମାନବ ସଭ୍ୟତା ଓ ଦେଶ ବିକାଶ ରେ ବିଜ୍ଞାନ ର ଆବଶ୍ୟକ‌ତା ତଥା ନିରନ୍ତର ଗବେଷଣା କ୍ଷେତ୍ର ରେ ଶିଶୁ ମାନେ ଆଗ୍ରହୀ ହେବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳା ରେ ବିଜ୍ଞାନ ପ୍ରକଳ୍ପ ୮୦ ଟି ଓ ଗଣିତ ରେ ୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶକ୍ତିସଂରକ୍ଷଣ, ଆବର୍ଜନାପ୍ରବନ୍ଧନ, ସୌରଶକ୍ତି, କୃଷି,ଜୀବାଶ୍ମଇନ୍ଧନ, ଖାଦ୍ୟସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବିକ ବିବିଧତା, ପରିବେଶ ସୁରକ୍ଷା, ମହାକାଶବିଜ୍ଞାନ ପ୍ରଭୃତି ଅନେକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ପ୍ରକଳ୍ପରେ ୧୦ ଜଣ, ଗଣିତ ପ୍ରକଳ୍ପରେ ୧୭ ଜଣ, ବିଜ୍ଞାନ ପ୍ରୟୋଗରେ ୨୫ ଜଣ, ଗଣିତ ପ୍ରୟୋଗ ରେ ୨୦ ଜଣ, ଆଶୁ ଭାଷଣରେ ୩୦ ଜଣ, ଗଣିତ ପ୍ରଶ୍ନମଞ୍ଚରେ ୩୦ ଜଣ, ବିଜ୍ଞାନ ପ୍ରଶ୍ନମଞ୍ଚରେ ୯୮ ଜଣ, ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ ରେ ୩୦ ଜଣ, ପତ୍ରବାଚନରେ ୧୪ ଜଣ, ମୂର୍ତ୍ତିକଳା ୧୧ ଜଣ ଓ ନିବନ୍ଧ ପ୍ରତିଯୋଗିତାରେ ୭୦ ଜଣ ଅଂଶଗ୍ରହଣ କରିଥିଲେ ‌। ସମସ୍ତ ଶିଶୁମାନଙ୍କୁ ଶିଶୁ,ବାଲ ଓ କିଶୋର ଏହିପରି ତିନୋଟି ଭାଗରେ ଭାଗ କରାଯାଇଥିଲା । ନିକଟସ୍ଥ ପ୍ରଗତି ବିଦ୍ୟାମନ୍ଦିର, ଚିନ୍ମୟ ବିଦ୍ୟାଳୟ, ଗୋପବନ୍ଧୁ ହାଇସ୍କୁଲ ହମିରପୁର, ଡିଭାଇନ ଲାଇଫ ଏକାଡେମୀ, ଏନ.ଆଇ.ଟି କ୍ୟାମ୍ପସ ହାଇସ୍କୁଲ, ସେକ୍ଟର-୨୦ ହାଇସ୍କୁଲ,ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରାଉରକେଲା ଟାଉନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବିଜ୍ଞାନ ଶିକ୍ଷକମାନେ ବିଚାରକ ରୂପେ ଯୋଗଦେଇଥିଲେ । ସମାରୋପ କାର୍ଯ୍ୟକ୍ରମରେ ରାଉରକେଲା ସଂକୁଳର ସଂକୁଳ ପ୍ରମୁଖ ଶ୍ରୀଶତପଥି ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀ ମହାପାତ୍ର ଯୋଗଦେଇ ମା ସରସ୍ବତୀଙ୍କ ନିକଟରେ ରେ ପୁଷ୍ପାର୍ଚ୍ଚନା କରିଥିଲେ । ସଂକୁଳ ପ୍ରମୁଖ ଶ୍ରୀ ଶତପଥୀ ତାଙ୍କ ଅଭିଭାଷଣରେ ଭବିଷ୍ୟତ ର ବୈଜ୍ଞାନିକ ଶିଶୁ ଭାଇ ଭଉଣୀ ମାନଙ୍କୁ ଭୌତିକ ସୁଖ ସାଧନା ନିମନ୍ତେ ଏହି ଜ୍ଞାନ ବିଜ୍ଞାନ ମେଳା ର ଉପାଦେୟତା ଓ ଆଗାମୀ ସମସ୍ୟା ର ସମାଧାନ ନିମନ୍ତେ ବିଜ୍ଞାନର ଆବଶ୍ୟକ‌ତା ସମ୍ବନ୍ଧରେ ବକ୍ତବ୍ୟ ରଖୁଥିଲେ । ସମ୍ପାଦକ ଶ୍ରୀ ମହାପାତ୍ର ଜ୍ଞାନ ବିଜ୍ଞାନମେଳା ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବାର ପ୍ରକୃଷ୍ଟ ମାଧ୍ୟମ ବୋଲି ଅଭିହିତ କରିଥିଲେ । ବିଜ୍ଞାନ ପ୍ରମୁଖା ଅର୍ଚ୍ଚନା ମଞ୍ଜରୀ ପଣ୍ଡା ବିବରଣୀ ପାଠ କରିଥିଲାବେଳେ ଭଲ ପ୍ରଦର୍ଶନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ବରିଷ୍ଠ ଗୁରୁଜୀ କାଶୀନାଥ ପାଢ଼ୀ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ଅଂଶଗ୍ରହଣକରି ଜ୍ଞାନ ବିଜ୍ଞାନମେଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ ‌।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Deaf Delhi Bulls crowned champions of the IDCA’s 2nd T10 Women’s Deaf Premier League.

masiha

ପୁନଃ ଆରମ୍ଭ ହେବ ବାର୍ ରୁମ୍ ନିର୍ମାଣ କାର୍ଯ୍ୟ

masiha

ନର୍ଲା ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!