ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଦାମୁଡିଗଡା ଛକରେ ସ୍କୋର୍ପିଓ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ମହିଳା ଓ ନାବାଳକ ଗୁରୁତର 

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା !

ଦାମୁଡିଗଡା ଛକରେ ସ୍କୋର୍ପିଓ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ମହିଳା ଓ ନାବାଳକ ଗୁରୁତର 

ରାଇରଙ୍ଗପୁର :- ୪/୦୮ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ବଡାମତଳିଆ- ବିଜାତଳା ବ୍ଳକ ରାସ୍ତା ଦାମୁଡିଗଡା ଛକରେ ଆଜି ମଙ୍ଗଳବାର ଅପରାହ୍ନ ୩.୩୦ ଘଟିକା ପାଖାପାଖି ସମୟରେ ସ୍କୋର୍ପିଅ ସହ ବାଇକ ଧକ୍କା ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଵା ଭଳି ଦୁଃଖଦ ଘଟଣା ଘଟିଵା ସହ ମହିଳା ଏବଂ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଚୂଲିଭଙ୍ଗା ଗ୍ରାମର ପାଣ୍ଡର କିସ୍କୁ ଆହତମାନେ ହେଲେ ସୀତାମଣୀ ସୋରେନ୍ ଏବଂ ନାବାଳକ ଆନନ୍ଦ କିସ୍କୁ । ସୂଚନା ଅନୁଯାୟୀ, ପାଣ୍ଡର କିସ୍କୁ ତାଙ୍କ ଝିଅଙ୍କୁ ବଳରାମପୁର ଛାତ୍ରାବାସରେ ଦେଖାକରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍କୋର୍ପିଓ ଗାଡି ନମ୍ବର ହେଲା OD11J 2343 ବୋଲି ଜଣାପଡିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ତଦନ୍ତ ଜାରି ରଖିଛି ।

ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ସେବା ଉପଲବ୍ଧ ନ ହେବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଖବର ପାଇ ବଡ଼ମତଳିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପାଣ୍ଡର କିସ୍କୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଆହତଙ୍କ ଚିକିତ୍ସା ଜାରି ରହିଛି।

ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରିଣୀ ବବିତା ରାଣୀ ପୁହାଣ,ଏସ ଆଇ ଆଲୋକ ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ସ୍କୋର୍ପିଓ ଗାଡ଼ିକୁ ଜବତ କରିବା ସହ କେଶ ନମ୍ବର ୧୨୮/୨୬ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ‌। ବୁଧବାର ଦିନ ମୃତକର ଶବ ଵ୍ଯଵଛେଦ କରାଯିବ 

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ମଣ୍ଡେଇ କବିତା ପାଠୋତ୍ସବ 

masiha

ଶେରଗଡ଼ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ 

Sunil Chandra Nayak

ପିଆରଏମ ମେଡ଼ିକାଲକଲେଜରେ ବିଭିନ୍ନ କର୍ମଚାରୀ ଏବଂ ଛାତ୍ର ସଂଘ ତରଫରୁ ୧୦୨ ୟୂନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!