ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ , ଶିକ୍ଷକ ବୈଠକ ,୨- ଆବାସ ପାଇବାରୁ ବଞ୍ଚିତ ହିତାଧିକାରୀ ମାନେ ପିଓ ଘର କାଟି ଥିବାନେଇ କଲେ ଅଭିଯୋଗ

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ , ଶିକ୍ଷକ ବୈଠକ 

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଶ୍ରୀରାମ ରାଉତଙ୍କ ସଭାପତିତ୍ୱ ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୨୬ -୨୭ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ ଶିକ୍ଷକ /ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏସ ଏମ୍ ସି ଅଧ୍ୟକ୍ଷ ସମରେନ୍ଦ୍ର ପରିଡ଼ାଙ୍କ ସହିତ ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇବା ସହ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ସମସ୍ତଙ୍କ ପ୍ରୟାସରେ ବିଦ୍ୟାଳୟ ବାହାରେ ଥିବା ପିଲାମାନେ କିପରି ବିଦ୍ୟାଳୟ କୁ ଆସି ପାଠ ପଢିପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା। ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ତଥା ବାଳିକା ମାନଙ୍କ ସୁରକ୍ଷା ତଥା ନିରାପତ୍ତା , ମାଆ ଙ୍କ ପାଇଁ ଗଛଟିଏ , ସ୍ୱଚ୍ଛତା ପକ୍ଷ , ସୁରଭି , ଛାତ୍ରଛାତ୍ରୀ ମାନଙ୍କ କ୍ୟାରିୟର ଗଠନ , ସମଗ୍ର ଶିକ୍ଷା ଯୋଜନାରେ ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନଙ୍କ ପାଇଁ ସୁବିଧା , ଘରେ ଘରେ ତ୍ରିରଙ୍ଗା ଆଦି ବିଷୟରେ ଆଲୋକପାତ କାରା ଯାଇଥିଲା । ଅଭିଭାବକ ମାନେ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠନ ମୂଳକ ପ୍ରସ୍ତାବ ପ୍ରଦାନ କରିଥିଲେ । ଶିକ୍ଷକ ସୁରେଶ କୁମାର ବିଶ୍ବାଳ, ଧ୍ରୁବଚରଣ ସୁନ୍ଦରାୟ, ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , କବିତା ରାଉତ , ଶିକ୍ଷା କର୍ମଚାରୀ ରବିନାରାୟଣ ରାଉତ , ଶାନ୍ତନୁ ରାଉତ ଙ୍କ ସମେତ ଅଭିଭାବକ , ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ଆବାସ ପାଇବାରୁ ବଞ୍ଚିତ ହିତାଧିକାରୀ ମାନେ ପିଓ ଘର କାଟି ଥିବାନେଇ କଲେ ଅଭିଯୋଗ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ଆବାସ ପାଇବାରୁ ଯୋଗ୍ୟ ହିତାଧିକାରୀମାନେ ବାଦ ପଡୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ଏଥିରେ ଯୋଗ୍ୟ ଏବଂ ଗରିବ ହିତାଧିକାରୀମାନେ ଭଙ୍ଗା ଓ ଜରିପାଲ କୁଡ଼ିଆରେ ରହି ମଧ୍ୟ ଘରଖଣ୍ଡେ ପାଇବାରୁ ବଞ୍ଚିତ ହୋଇ ଦୁଦର୍ଶା ଭୋଗୁଥିବା ଅଭିଯୋଗ କରିଛନ୍ତି। ଆଜି ଶଙ୍କରପୁର ପଞ୍ଚାୟତର ପଥରଗଡ଼ାସାହିର ହିତାଧିକାରୀମାନେ ଆବାସ ଗୃହରେ ପ୍ରଥମେ ତାଲିକାରେ ତାଙ୍କ ନାମ ଆସିଥିଲା। ଜୈନିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଦନ୍ତ କରି ଯେଉଁ ମାନେ ପାଇବା ଯୋଗ୍ୟ ଗରିବ ଲୋକ ଏହା ଜାଣିବା ପରେ ଯୋଗ୍ୟ ହିତାଧିକାରୀମାନଙ୍କର ଆବାସ ଗୃହ କାଟି ଦେଇଥିବା ଅଭିଯୋଗ ହୋଇଛି ଏବଂ ଗ୍ରାମର ବିଭିନ୍ନ ସାହିରେ ଅସନ୍ତୋଷ ଦେଖା ଦେଇଛି। ସାହି ବାସିନ୍ଦାମାନେ ଆବାସ ଗୃହ ପାଇବା ପାଇଁ ଅଭିଯୋଗ କରିଛନ୍ତି। ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ ମାନେ କ’ଣ କହୁଛନ୍ତି? ଶଙ୍କରପୁର ପଞ୍ଚାୟତ ପଥରଗଡା ହରିଜନସାହିରୁ ଗ୍ରାଉଣ୍ଡ ରିପୋର୍ଟ

ସତ କ’ଣ ? ତଦନ୍ତ ସାପେକ୍ଷ !

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, କେନ୍ଦ୍ରାପଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ଜୁନାଗଡ଼ ବସଷ୍ଟାଣ୍ଡ ନା ମାର୍କେଟ କମ୍ପ୍ଲେକ୍ସ , ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!