ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦଶନ୍ଧିର ପରମ୍ପରାକୁ ନୂଆ ଦିଗ : ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ ଗଠନ, ସଭାନେତ୍ରୀ ହେଲେ ସରସ୍ୱତୀ ସାହୁ

ଦୁଇ ଦଶନ୍ଧିର ପରମ୍ପରାକୁ ନୂଆ ଦିଗ : ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ ଗଠନ, ସଭାନେତ୍ରୀ ହେଲେ ସରସ୍ୱତୀ ସାହୁ

ରାୟଗଡ଼ା: ରାୟଗଡ଼ା ସହରର ଅଗ୍ରଣୀ ତଥା ବହୁ ପୁରାତନ ମହିଳା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ **‘ସଂସ୍କୃତି’**ର ନୂତନ କାର୍ଯ୍ୟକାରିଣୀ କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଛି। ଅନୁଷ୍ଠାନର ସଭାନେତ୍ରୀ ଭାବେ ସରସ୍ୱତୀ ସାହୁଙ୍କୁ ମନୋନୀତ କରାଯାଇଛି। ପୂର୍ବରୁ ସେ ସମ୍ପାଦିକା ଭାବେ ଦାୟିତ୍ୱ ନିର୍ବାହ କରି ଅନୁଷ୍ଠାନର ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ।

ଉପସଭାନେତ୍ରୀ ଅମୂଲ୍ୟ କୁମାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା। ଏଥିରେ ଅମୂଲ୍ୟ କୁମାରୀ ମିଶ୍ରଙ୍କୁ ଉପସଭାନେତ୍ରୀ, ସନ୍ତୋଷୀ ସେନାପତିଙ୍କୁ ସମ୍ପାଦିକା, ସୁଜାତା ଖାଡ଼ଙ୍ଗାଙ୍କୁ ସହ-ସମ୍ପାଦିକା ଏବଂ ଲକ୍ଷ୍ମୀ ଦେଓଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।

ସେହିପରି ଅନୁଷ୍ଠାନର ପୂର୍ବତନ ସଭାନେତ୍ରୀ ସୁଜାତା ପାଳ, ପୂର୍ବତନ କୋଷାଧ୍ୟକ୍ଷ ଶ୍ରମିତା ପାଢ଼ୀ ଏବଂ ପଦ୍ମାଳୟା ମିଶ୍ରଙ୍କୁ ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଛି।

ବୈଠକରେ ଆଗାମୀ ଦିନରେ ଅନୁଷ୍ଠାନକୁ ଆହୁରି ସଶକ୍ତ, ସୁସଂଗଠିତ ଏବଂ ସମାଜମଙ୍ଗଳମୂଳକ କାର୍ଯ୍ୟକ୍ରମରେ ସକ୍ରିୟ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସାମାଜିକ ସେବା, ମହିଳା ସଶକ୍ତିକରଣ ଏବଂ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର-ପ୍ରସାରକୁ ଅଧିକ ବ୍ୟାପକ କରିବା ପାଇଁ ସମସ୍ତ ସଦସ୍ୟା ଦୃଢ଼ ସଂକଳ୍ପ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦଶନ୍ଧି ଧରି ଉପାନ୍ତ ଅଞ୍ଚଳରେ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରସାର ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ‘ସଂସ୍କୃତି’ ଅନୁଷ୍ଠାନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଆସିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ଦୀନକୃଷ୍ଣ ମହାବିଦ୍ୟାଳୟ ଇଗ୍ନୋ ଅଧ୍ୟୟନ କେନ୍ଦ୍ର ତରଫରୁ ସ୍ୱାଗତ ଉତ୍ସବ  

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ,  ସ୍ବୟଂପ୍ରଭା ରାଉତ ସିଜିନ ୩ ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ

masiha

Leave a Comment

error: Content is protected !!