ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଘ ଛାଲ ବିକ୍ରି ଉଦ୍ୟମ ବିଫଳ, ଅଭିଯୁକ୍ତ ଗିରଫ

ବାଘ ଛାଲ ବିକ୍ରି ଉଦ୍ୟମ ବିଫଳ, ଅଭିଯୁକ୍ତ ଗିରଫ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଅଧୀନ ବେହେରା ଫରେଷ୍ଟ ସେକ୍ସନର କୋକସରା ବ୍ଲକ ଡ଼ହଗାଁ ନିକଟରେ ବାଘ ଛାଲ ବିକ୍ରି ଉଦ୍ୟମକୁ ବନ ବିଭାଗ ବିଫଳ କରିଛି। ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନା ଆଧାରରେ ବନ ବିଭାଗ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ କାବୁ କରିଥିଲା।

ବୁଧବାର ଡ଼ହଗାଁ ନିକଟରେ ଜଣେ ବ୍ୟକ୍ତି ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଖବର ପାଇ ସ୍ଥାନୀୟ ଗ୍ରାମବାସୀ ବେହେରା ଫରେଷ୍ଟ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫଙ୍କ ତତ୍ତ୍ୱାବଧାନରେ ଧର୍ମଗଡ଼ ରେଞ୍ଜ ଅଧିକାରୀ ସିମାଞ୍ଚଳ ମିଶ୍ରଙ୍କ ନେତୃତ୍ୱରେ ବେହେରା ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠ, ବନରକ୍ଷୀ ଲଳିତ ନାଏକ, ପ୍ରଭାସିନୀ ଗୋପାଳ, ପାରାଷ୍ଟାଫ କ୍ଷତ୍ରିଅ ନାଏକ ଓ ମାନସ ସା ପ୍ରମୁଖ ଚଢ଼ାଉରେ ସାମିଲ ହୋଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ନାମ ସୁକେନ୍ ଗୌଡ଼। ସେ ଝାଡ଼ଖଣ୍ଡର ମୂଳ ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ନବରଙ୍ଗପୁର ଜିଲ୍ଲାର ହିର୍ଲି ଡଙ୍ଗର ଅଞ୍ଚଳରେ ରହୁଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଗୋଟିଏ ବାଘ ଛାଲ, ଗୋଟିଏ ବାଘ ଦାନ୍ତ ଓ ୧୪ଟି ବାଘ ନଖ ଜବତ କରାଯାଇଛି।

ଅଭିଯୁକ୍ତଙ୍କୁ ଧର୍ମଗଡ଼ ବନ ବିଭାଗ କାର୍ଯ୍ୟାଳୟକୁ ନେଇ ପଚରାଉଚରା ପରେ ଗୁରୁବାର କୋକସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟ ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଘରେ କେହି ନଥିବାର ସୁଯୋଗ ନେଇ ଚୋର କଲେ ଚୋରି

masiha

ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରେ ଵେନୀୟମ ମାଛ ମରା ଟ୍ରଲର ସହ 11ଗିରଫ

masiha

ଚାରି ଯୁଆଦି ଅଟକ 

Leave a Comment

error: Content is protected !!