ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ କହିଲେ ତଦନ୍ତ ପରେ କାର୍ଯାନୁଷ୍ଠାନ…. ହଷ୍ଟେଲ ଛାଡ଼ିଲେ ୧୪୦ ଅନ୍ତେବାସୀ ଘଟଣା  ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନ୍ତେବାସୀଙ୍କ ସହ ଆଲୋଚନା

ଜିଲ୍ଲାପାଳ କହିଲେ ତଦନ୍ତ ପରେ କାର୍ଯାନୁଷ୍ଠାନ…. ହଷ୍ଟେଲ ଛାଡ଼ିଲେ ୧୪୦ ଅନ୍ତେବାସୀ ଘଟଣା 

ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନ୍ତେବାସୀଙ୍କ ସହ ଆଲୋଚନା

ଝରିଗାଁ, ୭/୮/୨୬ ନବରଙ୍ଗପୁର ଜିଲ୍ଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେହିପରି ଡ୍ରପ ଆଉଟ୍ ପିଲାଙ୍କୁ କିପରି ଶିକ୍ଷା ମିଳିପାରିବ , ଉତ୍ତମ ଖାଦ୍ୟ ପ୍ରଦାନ କରାଯାଇପାରିବ ସେଥିନେଇ ବହୁ ସ୍ଥାନରେ ହଷ୍ଟେଲ ମାନ ଖୋଲା ଯାଇଛି। କିନ୍ତୁ ଭିତ୍ତିଭୂମି ଅଭାବ, ନିମ୍ନମାନର ଖାଦ୍ୟ ଅଭାବ,ରହିଥିବା ସହ ଶିକ୍ଷକ ମାନଙ୍କ ମାନବିକତା ଏବଂ ଆନ୍ତରିକତା ଅଭାବ ଏବଂ ସମ୍ପୁକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲ ଯୋଗୁଁ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଶତାଧିକ ପିଲା ମାନେ ଅତିଷ୍ଠ ହୋଇ ହାତରେ ବ୍ୟାଗ୍ ଧରି ୧୦ କିମି ଚାଲି ଯାଇଥିଲେ। ଶୁକ୍ରବାର ଏହି ଘଟଣାରେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲା ଶିକ୍ଷାଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ବିଭାଗୀୟ ଅଧିକାରୀ ପଲକା ରବୀନ୍ଦ୍ର ବିଦ୍ୟାଳୟରେ ପହଞ୍ଚି ଛାତ୍ରାବାସରେ ରହୁଥିବା ପିଲାଙ୍କ ସହ ଆଲୋଚନା କରି ଅଭିଯୋଗ କରୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ବିଦ୍ୟାଳୟ ପରିସରରେ ରହିଥିବା ଅର୍ଦ୍ଧନିମ୍ନ ଶ୍ରେଣୀ ଗୃହ, ପାଇଖାନା, ରୋଷେଇ ଗୃହ, ଚାଉଳ ରଖାଯାଇଥିବା ଗୃହ ବୁଲି ଦେଖିଥିଲେ। ଏହାପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ। ପିଲା ରହୁଥିବା ଛାତରୁ ପାଣି ଗଳୁଥିବା ବେଳେ ଛାତ ଉପରେ ପଲିଥିନ୍ ପକାଯିବ ଏବଂ ପରେ ଛାତ ମରାମତି କରାଯିବ, ସେହିପରି ଆସନ୍ତା କାଲି ପାଇଖାନା ମରାମତି କରାଯିବ ନେଇ ଜିଲ୍ଲାପାଳ ,ଝରିଗାଁ ବିଡିଓଙ୍କୁ କହିଥିଲେ। ସେହିପରି ଛାତ୍ରାବାସରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ନେଇ ଏବଂ ପିଲାମାନେ ହଷ୍ଟେଲ ଛାଡି ଚାଲିଯିବା ନେଇ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯିବ ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେହିପରି ପିଲା ଛତ୍ରାବାସ ଛାଡ଼ିବା ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ,ଏଥିସହ ଏଠାରେ ୨ଶହ ବିଶିଷ୍ଟ ଛାତ୍ରାବାସର ନୂତନ କୋଠା ସକାଶେ ସରକାରଙ୍କୁ ଅନୁମୋଦନ ସକାଶେ ଯାଇଛି,ତାହା କିପରି ଶୀଘ୍ର ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିବା ନେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରକାଶ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି, ଦୁଇ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ, ଭରତ ଚନ୍ଦ୍ର ସାହୁ, ବିଡିଓ ମଧୁସୂଦନ ମାଝୀ, ଏଇ ବିନିତ୍ କୁମାର ମିଶ୍ର , ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ,ଏବିଇଓ ଦଶରଥ ଗଣ୍ଡ, ସିଆର ସିସି ପଦାରବିନ୍ଦ୍ ମହାଳିକ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନା ଯୋଗ୍ୟ ଗତ ଗୁରୁବାର ଦିନ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଭିତ୍ତିଭୂମି ଅଭାବ ସହ ହଷ୍ଟେଲ ଛାତ୍ରଙ୍କୁ ନିମ୍ନମାନେ ଖାଦ୍ୟ ଦିଆ ଯାଉଥିବା ଯୋଗୁଁ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ପ୍ରାୟ୧୪୦ ଛାତ୍ର ଅସନ୍ତୁଷ୍ଟ ହୋଇ ବିଦ୍ୟାଳୟକୁ ଶିକ୍ଷକ ଆସିବା ପୂର୍ବରୁ ସକାଳ ପ୍ରାୟ ୯ ଟାରୁ ହାତରେ ବ୍ୟାଗ୍ ଧରି ପ୍ରାୟ ୧୦ କି. ମି ଚାଲିଯାଇଥିଲେ |

ଝରିଗାଁ ରୁ ଗଣେଶ ଛତ୍ର ଙ୍କ ରିପୋର୍ଟ ମସିହା 

Related posts

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସାମାଜିକ କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୬ ପାଳନ 

ରାୟଗଡ଼ା ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!