ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଂକୁଳ ଅବସ୍ଥାରେ ଅଚଳ ନଳକୂପ

ବିପଦ ସଂକୁଳ ଅବସ୍ଥାରେ ଅଚଳ ନଳକୂପ

ଜୁନାଗଡ଼ ୭/୮ ( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଜାତୀୟ ରାଜପଥ ୨୬ ରାସ୍ତା ନିକଟରେ ଦୀର୍ଘ ବର୍ଷ ପରେ ଲୋକଙ୍କ ସୁବିଧା ପାଇ ଏନ ଏ ସି ପକ୍ଷରୁ ଏକ ନଳକୂପ ନିର୍ମାଣ କରାଯାଇଥିଲା ।ଯାହାକି ଏବେ ତାହା ଦୀର୍ଘ ବର୍ଷ ହେବ ଅଚଳ ଅବସ୍ଥାରେ ପଡି ରହିଛି । ରାସ୍ତା କଡରେ ଏବଂ ଲଙ୍କେଶ୍ୱରୀ ହୋଟେଲ ସାମନାରେ ଏହି ନଳକୂପ ରହିଛି ।ଯାହାକି ଲୋକଙ୍କୁ ବିପଦକୁ ଡାକୁଛି ।କେତେବେଳେ ଯେ ଲୋକେ ଏହି ଅଚଳାବସ୍ଥା ଥିବା ନଳକୂପ ଉପରେ ଦୁର୍ଘଟଣାର ଶିକାର ହୋଇ ପଡିବେ ତାହା ସହଜେ ଅନୁମାନ କରାଯାଉଛି ।ଏଣୁ ଲୋକଙ୍କ କହିବାନୁଯାୟୀ ବିପଦ ପୂର୍ବରୁ ଏହି ନଳକୂପ କୁ ସମୂର୍ଣ୍ଣ ଭାବରେ ଖୋଲି ଦେବାକୁ ଲୋକେ ମତ ବ୍ୟକ୍ତ କରିଛନ୍ତି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବେଦାନ୍ତ ନନ୍ଦଘରରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ରେଳ ଧାରଣାରେ କଟି ଜଣେ ମୃତ 

କଳାହାଣ୍ଡି ଉତ୍ସବ ଘୁମୁରାର ପ୍ରସ୍ତୁତି ବୈଠକ ।ଜାନୁୟାରୀ ୧୪ରୁ କଳାହାଣ୍ଡି ଉତ୍ସବ ‘ଘୁମୁରା

masiha

Leave a Comment

error: Content is protected !!