ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟତିଥି ଆରଧନା ଦିବସ ପାଳନ

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟତିଥି ଆରଧନା ଦିବସ ପାଳନ

ରାଉରକେଲା: ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟ ତିଥି ଆରଧନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁଶୀଲ କୁମାର ମିଶ୍ର ଙ୍କ ସଭାପତିତ୍ବ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦଜୀ ମହାରାଜ ଯୋଗଦେଇ ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ଜୀବନାଦର୍ଶ,ସେ ଦେଇଯାଇଥିବା ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବ୍ରହ୍ମ କିପରି ବ୍ୟାପକ, ସୃଷ୍ଟି ସ୍ଥିତି ପ୍ରଳୟ ଭକ୍ତି ଭଗବାନ, ବିଶ୍ବର ଦୁଃଖ ଓ ରଙ୍କିଙ୍କୁ ଉଦ୍ଧାରିବା ପାଇଁ ସ୍ବାମୀ ଶିବାନନ୍ଦଜୀ କିପରି ଦେହତ୍ୟାଗ କରିଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଯୋଗ ପ୍ରାଣାୟାମ,ପାଦ ପୂଜା,ପାଦୁକା ସେବନ,ବାଳ ଭୋଗ, ଗଣେଶ କୀର୍ତ୍ତନ,ଗୁରୁ ସ୍ତ୍ରୋତ୍ର, ଶାନ୍ତି ପାଠ,ଜପ, ସ୍ୱାଧ୍ୟାୟ, ହନୁମାନ ଚାଳିଶା,ଭଜନ କୀର୍ତ୍ତନ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରକାଶ କୁମାର ପଣ୍ଡା, ପାଣ୍ଡବ ବେହେରା, ସୁରେନ୍ଦ୍ର ବେହେରା, ଦିଗମ୍ବର ପାଢ଼ୀ, କାର୍ତ୍ତିକ ବରାଳ, ସର୍ବେଶ୍ଵର ମାନସିଂହ,ବି ଅଗ୍ରୱାଲ, ରାଜେନ୍ଦ୍ର ନାରାୟଣ ହୋତା,ଅମୀୟ ବିଶ୍ବାଳ,ଆର ଏନ୍ ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ଚିନ୍ମୟ ଦାଶ,ବ୍ରଜ କିଶୋର ପାଣି,ଗଗନ ବିହାରୀ ନନ୍ଦ, କେଦାର ବେହେରା, ବାଳକୃଷ୍ଣ ମହାରଣା, ଜ୍ୟୋତି ମହାନ୍ତି, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ରବିନ୍ଦ୍ର କୁମାର ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ , ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନକ ଦାବି ପୂରଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର

Sunil Chandra Nayak

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳିତ, ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗଦାନ

Sunil Chandra Nayak

ବିଷମକଟକ:୧୩ ରେ ଅବକାରୀ କାର୍ଯ୍ୟାଳୟ ଘେରିବ ବସପା 

Sunil Chandra Nayak

Leave a Comment

error: Content is protected !!