ଟିମ୍ ରାଜନଗର ପକ୍ଷରୁ ପଣ୍ଡିତ ନେହେରୁ ଛାତ୍ର ପ୍ରତିଭା ସମ୍ମାନ -୨୦୨୫ କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ
କେନ୍ଦ୍ରାପଡ଼ା : ରାଜନଗର, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିମ୍ ରାଜନଗର ପକ୍ଷରୁ ଆଜି ସ୍ଥାନୀୟ କେସି ମଣ୍ଡପ ପ୍ରେକ୍ଷାଳୟରେ ଟିମ୍ ପଣ୍ଡିତ ନେହେରୁ ଛାତ୍ର ପ୍ରତିଭା ସମ୍ମାନ -୨୦୨୫ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଟିମ୍ ରାଜନଗର ଅନୁଷ୍ଠାନର ମୁଖ୍ୟ ଯୁବ ସମାଜ ସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜନଗର ତହସିଲଦାର ଯୀଶୁକୃଷ୍ଣ ଦାସ, ମୁଖ୍ୟ ବକ୍ତା ଭାବରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟବାଦୀ ଜେନା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ଜେନା ବିଶିଷ୍ଟ ଅତିଥି ଭାବରେ ସାମ୍ବାଦିକ ଓ ଲେଖକ, ଓଡ଼ିଶା ମିରର୍ ସଂପାଦକ ଏବଂ ପିପୁଲସ୍ ପାର୍ଲିଆମେଣ୍ଟ ଅଧ୍ୟକ୍ଷ ଦିଲ୍ଲିପ କୁମାର ବିଶ୍ବାଳ, ଅବସରପ୍ରାପ୍ତ ସେନା ଅଧିକାରୀ ଅଚ୍ୟୁତାନନ୍ଦ ପ୍ରଧାନ , ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଭାସ୍କର ରାଉତରାୟ, ଜଗନ୍ନାଥ୍ ଦାସ, କଟକ ସେଣ୍ଟ୍ରାଲ କୋ ଅପେରିଟିଭ ବ୍ୟାଙ୍କ ସଭାପତି ଅରୁଣ କୁମାର ସାହୁ, ବରିଷ୍ଠ ନେତା ଶ୍ରୀଯୁକ୍ତ ଦାମୋଦର ବିଶ୍ୱାଳ, ମହୁଲିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ସଂଜୟ ସ୍ୱାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣାଦାୟୀ କଥା ଓ ଅଭିମତ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ପ୍ରାରମ୍ଭରେ ଅଭିନ୍ନସୁନ୍ଦର କଳାନିକେତନ କଳାକାର ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ପଣ୍ଡିତ ନେହେରୁ ଛାତ୍ର ପ୍ରତିଭା ସମ୍ମାନ -୨୦୨୫ରେ ଯେଉଁମାନଙ୍କୁ ସମ୍ମାନୀତ କରାଯାଇଥିଲା ସେମାନେ ହେଲେ , ଦଶମ ଶ୍ରେଣୀର କେନ୍ଦାପଡା ଜିଲ୍ଲା ର ପ୍ରଥମ ଶୁଭମ୍ ଜ୍ୟୋତି ରାଉତ ରାଜନଗର ବ୍ଲକର ପ୍ରଥମ ଆଦ୍ୟାଶା ପରିଡା , ଦିତୀୟ ଅନୁଶ୍ରୀ ଜେନା ତୃତୀୟ ସିଦ୍ଧାର୍ଥ ପ୍ରିୟଦର୍ଶୀ ରାଉତ +2 ବିଜ୍ଞାନ ଆ ସି ଏସ ସି , ରାଜ୍ଯ ଦିତୀୟ ସ୍ଥାନ ଅଧିକାର କରିଥିବା ବିନିଶା ପ୍ରିୟଦର୍ଶିନୀ + କଳା ରେ ବ୍ଳକ ପ୍ରଥମ ସବିତା ଜେନା ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ପ୍ରଥମ ଅଚିତା ସାହୁ ନଳିନୀ କାନ୍ତ ମହାବିଦ୍ୟାଳୟ ର ସୋର୍ଣ୍ଣ ଲତା ରାଉତ ସପନେଶୋର ମହାବିଦ୍ୟାଳୟର ପ୍ରଥମ ରାଜା ଦୀପି ସୁତାର + ବିଜ୍ଞାନ ବ୍ଲକ ର ପ୍ରଥମ ଶୁଭସ୍ମିତା ରାଉତ ବାଣିଜ୍ଯ ବ୍ଲକ ଟପର ପ୍ରଭାତ ବାରିକ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପରିସେସ ରେ ଛାତ୍ର ନେତା କୈଳାସ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ଯୁବ ନେତା ସୁଶୀଲ ପ୍ରଧାନ ସୌରଭ ଜେନା ପ୍ରଭାତପ୍ରଧାନ ରମାକାନ୍ତ ଜେନା ସ୍ନେହାଶିଷ୍ ଜେନା ପ୍ରିୟ ରଞ୍ଜନ ରାଉତ ବାଦଲ ଜେନା ଶଶଧର ,ସେଠୀଙ୍କ ସମେତ ,ରାଜନଗର ଅଞ୍ଚଳର ଅନେକ ଶିକ୍ଷାବିତ୍ , ବୁଦ୍ଧିଜୀବୀ ଯୁବଛାତ୍ର ତଥା ବରିଷ୍ଠ ନାଗରକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।।ଏବଂ ଏହି କାର୍ଯ୍ୟକ୍ରମକୁ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫତାର ସହିତ ସମାପନ ହେଇଥଲା
କେନ୍ଦ୍ରାପଡ଼ା ରୂ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

