ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଆଇନଜୀବୀ ସଂଘ ପକ୍ଷରୁ ଆଇନର ଶାସନ ସମ୍ପର୍କିତ କର୍ମଶାଳା ଅନୁଷ୍ଟିତ

ଭାରତୀୟ ଆଇନଜୀବୀ ସଂଘ ପକ୍ଷରୁ ଆଇନର ଶାସନ ସମ୍ପର୍କିତ କର୍ମଶାଳା ଅନୁଷ୍ଟିତ

ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ହ୍ରାସ ପାଉଛି, ରାଉରକେଲାରେ ଆଇ.ଏ.ଏଲ୍ ପକ୍ଷରୁ ମାନସ ମନ୍ଥନ ଅଧିବେଶନ

ରାଉରକେଲା: ଦେଶର ନ୍ୟାୟ ବ୍ୟବସ୍ଥା ଏବଂ ଆଇନର ଶାସନ ଉପରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ରାଉରକେଲାର ସେକ୍ଟର ୨୧ ସ୍ଥିତ ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଆଇନଜୀବୀ ସଂଘ(ଆଇ ଏ ଏଲ) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ ବ୍ୟବସ୍ଥାର ବର୍ତ୍ତମାନର ସ୍ଥିତି ଏବଂ ଓକିଲମାନଙ୍କ ଭୂମିକା ଉପରେ ଗଭୀର ଭାବରେ ଆଲୋଚନା କରାଯାଇଥିଲା।

ଆଇ. ଏ .ଏଲ ର ଅନ୍ୟତମ ଜାତୀୟ ସାଧାରଣ ସମ୍ପାଦକ ଅଶ୍ୱିନୀ ବକ୍ସି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନ୍ୟାୟପାଳିକା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଉଥିବାରୁ ଗଭୀର ଚିନ୍ତା ପ୍ରକାଶ କରି ସେ କହିଛନ୍ତି ଯେ ଆଜିର ସମୟରେ ସାଧାରଣ ନାଗରିକ ତାଙ୍କର ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି। ଜଷ୍ଟିସ୍ କୃଷ୍ଣ। ଆୟର, ପି.ଏନ୍. ଭଗବତୀ ଏବଂ ରାଜେନ୍ଦ୍ର ସଚ୍ଚରଙ୍କ ପରି ମହାନ ଆଇନବିତ୍ ଙ୍କ ମାର୍ଗଦର୍ଶନରେ ପରିଚାଳିତ ଏହି ସଂଘର ଗୌରବମୟ ଇତିହାସକୁ ଉଲ୍ଲେଖ କରି ସେ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସ୍ୱଚ୍ଛ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଆଇନଜୀବୀ ମାନେ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା କମିଟି ସଭାପତି ଏମ.ଡି ରଫିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକିଲମାନଙ୍କ ଦାବି ଉପରେ ଆଲୋଚନା ହୋଇଥିଲା। ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସଦାନନ୍ଦ ସାହୁ ରାଜ୍ୟ ସରକାର ଏବଂ ରାଜ୍ୟ ବାର କାଉନସିଲ ଆଇନଜୀବୀଙ୍କ ସମସ୍ୟାର ସମାଧାନ ଦିଗରେ କାଳକ୍ଷେପଣ ନୀତିକୁ କଡ଼ା ସମାଲୋଚନା କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଓକିଲମାନଙ୍କ ପାଇଁ ସାମାଜିକ ସୁରକ୍ଷା, ମଧୁବାବୁ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ୧୫ ଲକ୍ଷ ଟଙ୍କା ର ବୀମା ଏବଂ ନୂତନ ଓକିଲମାନଙ୍କ ପାଇଁ ମାସିକ ୫ ହଜାର ଷ୍ଟାଇପେଣ୍ଡ ଭଳି ଯଥାର୍ଥ ଦାବିଗୁଡ଼ିକୁ ଦୀର୍ଘ ଦିନ ଧରି ଅଣଦେଖା କରାଯାଇଛି। ଶ୍ରୀ ସାହୁ ରାଜ୍ୟରେ ବାର୍ ଆସୋସିଏସନ୍ ମାନଙ୍କ ପକ୍ଷରୁ ସରକାରଙ୍କ ଉପରେ ଚାପ ପକାଇବାକୁ ଆହ୍ବାନ ଦେଇଥିଲେ। ବିଷୟ ବିଶେଷଜ୍ଞ ଭାବେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତି ଆଇନ ଅନୁଯାୟୀ ସମାନତା ଉପରେ ଆଲୋଚନା କରି କହିଲେ ଯେ ଦେଶରେ କେହି ଆଇନର ଊର୍ଦ୍ଧ୍ୱରେ ନୁହଁନ୍ତି। ଜଣେ ସାଧାରଣ ନାଗରିକ ମଧ୍ୟ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରି ସମାନ ନ୍ୟାୟିକ ଓ ମୌଳିକ ଅଧିକାର ପାଇବାର ହକ୍ ରହିଛି। କିନ୍ତୁ ଆଜି ତାହା ବ୍ୟତିକ୍ରମ ଦେଖା ଦେଇଛି । ଫଳସ୍ୱରୂପ, ଏହି ଅବନତିଶୀଳ ବ୍ୟବସ୍ଥାକୁ ସଂସ୍କାର କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓକିଲମାନଙ୍କ କାନ୍ଧରେ ପଡ଼ିଛି। କର୍ମଶାଳାର ଦ୍ୱିତୀୟ ଅଧିବେଶନ “ନ୍ୟାୟିକ କାର୍ଯ୍ୟକଳାପ ଏବଂ ସାମାଜିକ ପରିବର୍ତ୍ତନ” ବିଷୟବସ୍ତୁ ଉପରେ କେନ୍ଦ୍ରିତ ଥିଲା। ଅନ୍ୟତମ ବିଷୟ ବିଶେଷଜ୍ଞ ସହକାରୀ ପ୍ରଫେସର ଡ ପ୍ରଜ୍ଞାପାରମିତା ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥଲେଯେ, ଯଦି ଆମର ନ୍ୟାୟିକ ବ୍ୟବସ୍ଥା ସଠିକ୍ ରାସ୍ତାରେ ପରିଚାଳିତ ନହୁଏ ତେବେ ସମଗ୍ର ବ୍ୟବସ୍ଥା ତାସ ଘର ପରି ଭୁଶୁଡ଼ି ପଡିବ, ଦେଶର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ରେ ଅରାଜକତା ଆସିବ । ସାମାଜିକ ନ୍ୟାୟ ଓ ଆଇନ୍ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଇନଜୀବୀ ମାନେ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ର ବରିଷ୍ଠ ଆଇନଜୀବୀ ସନାତନ ବିଶ୍ବାଳ,ବଣେଇ ଓକିଲ ସଂଘର ପୂର୍ବତନ ସଭାପତି ବିନୟ କୁମାର ଦାସ, ରାଜଗାଙ୍ଗପୁରର ବରିଷ୍ଠ ଆଇନଜୀବୀ ମହମ୍ମଦ ମୋହସିନ, ସୁସ୍ମିତା ମହାଲା, ଏଞ୍ଜେଲ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ନ୍ୟାୟପାଳିକାରେ ଦୁର୍ନୀତି ଯୋଗୁ ନ୍ୟାୟ ବ୍ୟବସ୍ଥା ପ୍ରତି ସାଧାରଣ ନାଗରିକ ଙ୍କ ଆସ୍ଥା ତୁଟି ଯାଉଛି । ମାନବାଧିକାର ସୁରକ୍ଷା ଏବଂ ସାଧାରଣ ଜନତାଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ ଆଇନଜୀବୀ ମାନେ ଢାଲ ହେବା ଉଚିତ ବୋଲି ମତ ରଖିଥିଲେ ।     କାର୍ଯ୍ୟକ୍ରମର ଆରମ୍ଭରେ, ସ୍ଥାନୀୟ ଶାଖା ସମ୍ପାଦକ ଅନନ୍ତ ନାରାୟଣ ସାହୁ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଡି ପି ଦାସ, ବିଦ୍ୟ।ନନ୍ଦ ପ୍ରଧାନ, ସୁରେଶ ଦାଶ, ସୁମିତା ନନ୍ଦ, ମହେଶ୍ୱର ପୁରାଣ, ଭାଗବତ ସାହୁ, ଜସ୍ମିତା ପ୍ରଧାନ, ଅରୁଣ ଭୋଇ, ରବିନାରାୟଣ ସି, ଲକ୍ଷ୍ମୀ ମାଝୀ, ରାଜା ମୁନା, ଶୁଭମ ଓରାମ, ଜଗନ୍ନାଥ ଘାସି, ମେରୀ ମେକ୍ମିମା ଏକା ଙ୍କ ସମେତ ଅନେକ ସଦସ୍ୟ ସଫଳ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ଓକିଲ ସଂଘରୁ ଶହେରୁ ଅଧିକ ଆଇନଜୀବୀ ଏହି କର୍ମଶାଳାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶାନ୍ତନୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗରିମା ପରିବାର ର ବୃକ୍ଷରୋପଣ 

ସେବା ଓ ତ୍ୟାଗ ମଣିଷକୁ ଶ୍ରେଷ୍ଠ କରେ, କାଳୀକୃଷ୍ଣ ସଂଘର ସଂକଳ୍ପ ଦିବସ ପାଳିତ 

Sunil Chandra Nayak

ବାଲ୍ୟ ବିବାହ କୁ ରୋକିବା ପାଇଁ ଜିଲ୍ଲା ସ୍ତରୀୟ କୌଶଲାତ୍ମକ କାର୍ଯ୍ୟ ଯୋଜନା ୨୦୨୬-୨୯

Sunil Chandra Nayak

Leave a Comment

error: Content is protected !!