ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଳ ଗୋପାଳ ସେବା ନିକେତନ ଶିଶୁମାନଙ୍କ ଅଭିନବ ପ୍ରୟାସ ,  ଭାରତୀୟ ସେନାଙ୍କୁ ସ୍ଵହସ୍ତ ପ୍ରସ୍ତୁତ ରାକ୍ଷୀ ପ୍ରେରଣ

 ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପ୍ରତିବର୍ଷ ବାଳ ଗୋପାଳ ସେବା ନିକେତନ ଶିଶୁ ଗୃହରେ ଖୁବ୍ ଉତ୍ସାହ ସହିତ ପାଳିତ ହୋଇ ଆସୁଛି। କଳାହାଣ୍ଡି ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ସଞ୍ଜୟ କୁମାରଙ୍କ ଆହ୍ୱାନ ଓ ପ୍ରେରଣାକ୍ରମେ ଶିଶୁ ଅନ୍ତେବାସୀ ମାନେ ନିଜ ହାତରେ ଖୁବ୍ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରି ଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ହେମନ୍ତ କୁମାର ମୁଣ୍ଡ କୃତଜ୍ଞତା ଜଣାଇଛନ୍ତି । ଅନ୍ତେବାସୀ ଶିଶୁମାନେ ଉତ୍ସାହ ଓ ଆଗ୍ରହ ସହିତ ଭାରତୀୟ ସେନାଙ୍କ ଉଦ୍ଦେଶ୍ୟରେ ସ୍ଵହସ୍ତ ପ୍ରସ୍ତୁତ ରାକ୍ଷୀ ପ୍ରେରଣ କରିଛନ୍ତି। ପ୍ରଥମ ଆଦିବାସୀ ରାଷ୍ଟ୍ରପତି , ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ହୋଇ ଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଓଡ଼ିଆରେ ସମସ୍ତଙ୍କ ସ୍ବାକ୍ଷରିତ ଏକ ପତ୍ର ଜରିଆରେ ପବିତ୍ର ରକ୍ଷା ବନ୍ଧନର ଶୁଭକାମନା ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଭାରତର ରାଷ୍ଟ୍ରପତି ସଶସ୍ତ୍ର ସେନାର ସର୍ବୋଚ୍ଚ ସେନା ନାୟକ ହୋଇଥିବାରୁ ଜବାନ ମାନଙ୍କ ଉଦ୍ଦେଶ୍ୟରେ ସ୍ଵହସ୍ତ ପ୍ରସ୍ତୁତ “ଜୟ ହିନ୍ଦ୍ ” “ଜୟ ଭାରତ” ” ମେରା ଭାରତ ମହାନ” ଲେଖାଥିବା ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରେରଣ କରିଛନ୍ତି। ଅନୁଷ୍ଠାନରେ କଳା ଓ ହସ୍ତ ଶିଳ୍ପ ଶିକ୍ଷକ ଶ୍ରୀ ଖରତ ତାଣ୍ଡି ପ୍ରସ୍ତୁତିର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପୁଣି ଭାରତର ଯଶସ୍ଵୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସେନାର ମନୋବଳ ବୃଦ୍ଧି ପାଇଁ ଭାରତ ବର୍ଷ ସୀମାନ୍ତରେ ଥିବା ସେନାର ସୈନିକ ଙ୍କ ସହିତ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ କରୁଥିବାରୁ, ପ୍ରଧାନ ମନ୍ତ୍ରୀଙ୍କ ଜରିଆରେ ସେନାଙ୍କ ଉଦ୍ଦେଶ୍ୟରେ ଶିଶୁମାନେ ସ୍ୱହସ୍ତ ପ୍ରସ୍ତୁତ ରାକ୍ଷୀ ପ୍ରେରଣ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସୁନ୍ଦରଗଡ ପତଞ୍ଜଳି ଯୋଗ ସମିତିର ସୂର୍ଯ୍ୟ ନମସ୍କାର

Sunil Chandra Nayak

ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ଦ୍ବାରା ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ଓ ଭିନ୍ନକ୍ଷମ ବିବାହିତ ଦମ୍ପତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

masiha

Vedanta’s Neglect: Dongajhula Village Left in the Dark

masiha

Leave a Comment

error: Content is protected !!