ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୌରା ଜଜ୍ ଙ୍କ ଘରେ ଚୋରୀ

ଘରେ କେହି ନଥିବାର ସୁଯୋଗ ନେଇ ଆସବାବ ପତ୍ର ଭଙ୍ଗାରୁଜା କରି ଜିନିଷ ପତ୍ର ଲୁଟ୍ ପାଟ କରିଥିବାର ସୂଚନା

ଦୌରା ଜଜ୍ ବିଶ୍ୱଜିତ ଦାସ ଙ୍କ ଧର୍ମଗଡ ସ୍ଥିତ ବାସ ଭବନରେ ଚୋରୀ।ମାନ୍ୟବର ଜଜ୍ ଶ୍ରୀ ଦାସ ବର୍ତ୍ତମାନ ବାଲେଶ୍ଵର ସହର ରେ ଅବସ୍ଥାପିତ ଅଛନ୍ତି। ତାଙ୍କ ଧର୍ମଗଡ ସ୍ଥିତ ବାସଭବନରେ କେହି ନ ଥିବାର ସୁଯୋଗ ନେଇ ଗତ କାଲି ରାତିରେ ଚୋର ମାନେ କବାଟ ଭାଙ୍ଗି ଘରର ଆସବାବ ପତ୍ର ଭଙ୍ଗାରୁଜା କରି ଜିନିଷ ପତ୍ର ଲୁଟ୍ ପାଟ କରିଥିବାର ସୂଚନା ମିଳିଛି। ହେଲେ ଘରୁ ମୂଲ୍ୟବାନ ସାମଗ୍ରୀ ଚୋରୀ ଯାଇଛି କି ନାହିଁ ତାହା ଜଣା ପଡିନାହିଁ।ଖବର ପାଇ ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାର ଘଟଣା ସ୍ଥଳରେ ପହଞ୍ଚିଥିଲେ।ମାନ୍ୟବର ଜଜ୍ ତାଙ୍କ ପରିବାର ସହ ବାଲେଶ୍ଵର ରେ ଥିବାରୁ କଣ ଚୋରୀ ହୋଇଛି ତାହାର ସୂଚନା ନାହିଁ ଓ ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। 

 ସୂଚନା ଯୋଗ୍ୟ ଯେ,ଧର୍ମଗଡ ର ବ୍ୟସ୍ତ ବହୁଳ ଅଞ୍ଚଳରେ ଶ୍ରୀ ଦାସ ଙ୍କ ଘର ଅବସ୍ଥିତ ଥିବା ବେଳେ ଚୋର ମାନେ ନିର୍ଭୟରେ ଚୋରି କରିବା ଘଟଣା ବିସ୍ମୟ ଜନକ! 

ସହରରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କୁ କଡ଼ା କଡି କରିବା ପାଇଁ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗୋରୁ ନେବା ବେଳେ ଆକ୍ରମଣ ଘଟଣା , 5 ଅଭିଯୁକ୍ତ ଗିରଫ 

masiha

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

ରାଇରଙ୍ଗପୁର କୋର୍ଟ:ପତ୍ନୀ ହତ୍ୟା ମାମଲାରେ ରାମଜିତ୍ ଟୁଡୁ ଙ୍କୁ ଆଜୀବନ କାରାଦଣ୍ଡ 

masiha

Leave a Comment

error: Content is protected !!