ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ନବରଙ୍ଗପୁର:(୯|୮) (ରବିନାରାୟଣମହାନ୍ତି)ସ୍ଥାନୀୟ ଚୈତନ୍ୟ ମନ୍ଦିର ପରିସରରେ ଜିଲ୍ଲା ମଙ୍ଗଳ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ଡମୁ ଭତରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳ ବିଭାଗର ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ଅରୁଣ କୁମାର ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶ୍ରୀ ଭତରାଙ୍କୁ ଉପଢୌକନ ଏବଂ ବିଭିନ୍ନ ଉପହାର ଦେଇ ସମ୍ମାନୀତ କରାଯାଇଥିଲା ଏବଂ ସଂଘ ପକ୍ଷରୁ ଏକ ମାନପତ୍ର ପ୍ରଦାନ କରାଯାଇଥିଲା। ଉପସ୍ଥିତ କର୍ମଚାରୀ ମାନେ ଶ୍ରୀ ଭତରାଙ୍କ ଚାକିରି ଜୀବନରେ ଘଟିଥିବା ଅନେକ କଥାକୁ ମନ ପକାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ-ସଭାପତି ଚନ୍ଦ୍ରାବତୀ ପାତ୍ର, ଚିତ୍ରସେନ ବିଷୋୟୀ , ରୂପଧର ଭତ୍ରା, ସଦନ ହରିଜନ, ଜଗଦୀଶ ପ୍ରଧାନୀ, ସହଦେବ ପାଣ୍ତେ , ରଞ୍ଜିତ ପାତ୍ର, ତ୍ରିନାଥ ଜାଲ , ରଞ୍ଜନସୌରା, ବେଣୁଧର ସେଠିଆ, ବୈଦ୍ୟନାଥ ଭାତ୍ରା, ପଦ୍ମାବତି ବିଷୋୟୀ, ଯଜ୍ଞସେନୀ ଭତ୍ରା, ସଭାବତୀ ନାୟକ , ଗଣେଶ ଗଣ୍ଡ ସମେତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଅବସର ସମୟରେ ସେ କୋଡ଼ିଙ୍ଗା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କେବଳ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ହଡପ ଖବର ପ୍ରକାଶ ସମ୍ପୁର୍ଣ୍ଣ ମିଥ୍ୟା – ଚେୟାରମେନ

Sunil Chandra Nayak

ମହିଳା ଜନ ସୁରକ୍ଷା ମଞ୍ଚ ର ସ୍ବଛ ଗ୍ରାମ ମାନଙ୍କ ସମସ୍ୟା ସମାଧାନ ଜିଲ୍ଲା ସ୍ତର ରେ ଦାବୀ

Sunil Chandra Nayak

ଭବାନୀପାଟଣାରେ ସହିଦ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତି ପାଇଁ ଦାବୀ

masiha

Leave a Comment

error: Content is protected !!