ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଙ୍ଗାଧର ମେହେରଙ୍କ ସାହିତ୍ୟର ପଟ୍ଟାନ୍ତର ନାହିଁ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମେହେର ଜୟନ୍ତୀ ପାଳିତ 

ଗଙ୍ଗାଧର ମେହେରଙ୍କ ସାହିତ୍ୟର ପଟ୍ଟାନ୍ତର ନାହିଁ
ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମେହେର ଜୟନ୍ତୀ ପାଳିତ 

ରାଉରକେଲା, ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ୧୬୫ତମ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ୍ କାରଖାନାର ପ୍ରାକ୍ତନ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ଯୋଗ ଦେଇଥିଲା ବେଳେ ଅଧ୍ୟାପିକା ପ୍ରିୟଙ୍କା ପଲେଇ ‘ କାବ୍ୟ ଶିଳ୍ପୀ ଗଙ୍ଗାଧର ‘ ଶୀର୍ଷକ ଆଲୋଚନାରେ ମେହେର ସାହିତ୍ୟର ପଟ୍ଟାନ୍ତର ନାହିଁ ବୋଲି ମତ ପ୍ରକାଶ କରିଥିଲେ। ସଂସଦର ଉପସଭାପତି ରଶ୍ମିବାଳା ରାଉତରାୟ ଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ମନୋଜ୍ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ସର୍ବ ପ୍ରଥମେ ମଞ୍ଚାସିନ ଅତିଥିଗଣ ଶ୍ରୀଜଗନ୍ନାଥ ଓ କବି ଗଙ୍ଗାଧରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥଲେ ଏବଂ ସଙ୍ଗୀତଜ୍ଞ ଶରତ ଚନ୍ଦ୍ର ଧଳ ମେହେର କବିତା ଆବୃତ୍ତି କରିଥଲେ।ଇତ୍ୟବସରରେ କବି ରବିନ୍ଦ୍ର ନାଥ ମହାନ୍ତିଙ୍କ କବିତା ସଙ୍କଳନ’ ଜନନୀ ଜନ୍ମଭୂମିଶ୍ଚ ‘ ଲୋକାର୍ପିତ ହୋଇଥିଲା। ଅଧ୍ୟାପକ ମହେନ୍ଦ୍ର କୁମାର ମିଶ୍ର ପୁସ୍ତକ ସମୀକ୍ଷା କରିଥିବା ବେଳେ କବି ଶ୍ରୀ ମହାନ୍ତି ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ମେହେର କାବ୍ୟ କବିତା ଆବୃତ୍ତି ପ୍ରତିଯୋଗିତାରେ ଦଶ ଜଣ ସ୍କୁଲ୍ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ଵେଶିତା ପଣ୍ଡା, ଅରୁଣିମା ସାହୁ, ଶ୍ରେୟା ଦାସ, ସ୍ମୁତି ପ୍ରଜ୍ଞା ମଲ୍ଲିକ୍, ସାଇନି ପ୍ରିୟଦର୍ଶିନୀ ଜେନା, ଅର୍ଣଭ ରାଜ୍ ହରିପାଲ, ତେଜସ୍ଵୀନି ପରିଡ଼ା, ଶ୍ରୁତି ଲାକ୍ରା, ତେଜସ୍ଵୀନି ସ୍ୱାଇଁ ଓ ତବୁ ହରିପାଲ ଆଦି ଛାତ୍ର ଛାତ୍ରୀଙ୍କୁ ଏହି କ୍ରମରେ ଡି ଏନ୍ ପତି ଏବଂ ନୀଳମଣି ପାତ୍ର ସ୍ମୁତି ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠ ଉତ୍ସବରେ କବି ମଞ୍ଜୁଳା କୁମାରୀ ରଥ ସଭାପତିତ୍ୱ କରିଥିବାବେଳେ କଵି ହୃଷୀକେଶ ସାହୁ ଏବଂ କଳ୍ପନା ନନ୍ଦ କବିତା ଗୁଡିକୁ ସଂଯୋଜନା କରିଥିଲେ। ଅଶୋକ କୁମାର ପାତ୍ର, ଉପେନ୍ଦ୍ର କୁମାର ବସ୍ତିଆ, କୁଞ୍ଜ ବିହାରୀ ରାଉତ୍, ସତ୍ୟବ୍ରତ ଦାସ, ଅଭିରାମ ପ୍ରଧାନ, ନିକୁଞ୍ଜ ବିହାରୀ ଦାଶ, ନବଘନ ସାମଲ, ଡ଼ ଜୟନ୍ତୀ କୁମାରୀ ପାଢ଼ୀ, ଚିତ୍ତରଂଜନ ବ୍ରହ୍ମା, ତ୍ରିଲୋଚନ ସ୍ୱାଇଁ, ଡଲିରାଣୀ ବ୍ରହ୍ମା, କିଶୋର କୁମାର ସାହୁ, ଭରତ କୁମାର ଶତପଥୀ, କିଶୋରୀ ମୋହନ କର, କବିତା ପତି, ରବୀନ୍ଦ୍ର ନାଥ ମହାନ୍ତି, ଶ୍ୱେତ କୁମାର ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ହୃଷୀକେଶ ସାହୁ, କଳ୍ପନା ନନ୍ଦ, ରଶ୍ମିବାଳା ରାଉତରାୟ, ମଞ୍ଜୁଳା କୁମାରୀ ରଥ ପ୍ରମୁଖ କଵି ସ୍ୱରଚିତ କବିତା ପାଠ କରିଥିଲେ। ପ୍ରଥମ ପର୍ଯ୍ୟାୟରେ କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କଵି ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ସମୂହ ଛୁଟିରେ ଅମଲା,ଠପ୍ ହେଲା ସରକାରୀ କାର୍ଯ୍ୟ; ଜନସାଧାରଣ ପ୍ରଭାବିତ

ଏନ୍ଆଇଟି ରାଉରକେଲା ସ୍ୱାସ୍ଥ୍ୟସେବା ପ୍ରୟୋଗ ପାଇଁ ସ୍ଥାୟୀ ଜୈବ-କମ୍ପୋଜିଟ୍ ଫିଲ୍ମ ତିଆରି କରିଛି

Sunil Chandra Nayak

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟା ଦର୍ଶକଙ୍କ ମନମୋହିଲା ଜାମସେଦପୁରର ନାଟକ “କନ୍ୟାଦାନ”

Sunil Chandra Nayak

Leave a Comment

error: Content is protected !!