ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାରାଣୀ କସ୍ତୁରିକା ମୋଦିନୀ ଦେବୀ ଡିଗ୍ରୀ ମହା ବିଦ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମହାରାଣୀ କସ୍ତୁରିକା ମୋଦିନୀ ଦେବୀ ଡିଗ୍ରୀ ମହା ବିଦ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଲମପୁର : ସ୍ଥାନୀୟ ମହାରାଣୀ କସ୍ତୁରିକା ମୋଦିନୀ ଦେବୀ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ଆନୁକୂଲ୍ୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ବାରିକଙ୍କ ଆହ୍ୱାନ କ୍ରମେ ଅଧ୍ୟାପକ ଧରଣୀଧର ପୂଝାରୀ ରେଡକ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଅନୁଷ୍ଠିତ ସଚେତନତା ସଭାରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଲବ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଯୋଗ ଦେଇ ଯୁବ ରେଡକ୍ରସର ଶପଥ ପାଠ କରାଇବା ସହ ରେଡକ୍ରସର ଇତିହାସ, ବିକାଶ, ଚିହ୍ନ, ମୌଳିକ ନୀତି ବିଷୟରେ ଆଲୋଚନା କରିଥିଲେ। ସେମିଲିଆନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚିଚିଆର ଯୁବ ରେଡକ୍ରସ୍ ପରାମର୍ଶଦାତା ଡ . ନୃସିଂହାନନ୍ଦ ସାସମଲ ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲା ବେଳେ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେରାର ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି ପ୍ରାଥମିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କରଚଲାର ଯୁବ ରେଡକ୍ରସ୍ ପରାମର୍ଶଦାତା କ୍ୟାପଟେନ୍ ଭବାନୀ ଶଙ୍କର ପଣ୍ତା ସ୍ଵାଗତ ଅଭିଭାଷଣ ତଥା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ରାଜେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ . ଅନ୍ତର୍ଯ୍ୟାମୀ ପରିଡ଼ା, ବିଭୂତି ଭୂଷଣ ପଟ୍ଟନାୟକ, ସୁରେନ୍ଦ୍ର ପ୍ରସାଦ ବେହେରା ମଞ୍ଚାସୀନ ଥିଲେ। ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲାବେଳେ ମହା ବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ହାଟବାଦଡା ସରକାରୀ ପ୍ରାଥମିକ ବିଦ୍ୟାଳୟୟେ ପୋଷାକ ବଣ୍ଟନ ବିତରଣ ଉତ୍ସବ

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ସ୍ବଳ୍ପ ଦୃଷ୍ଟି ସମ୍ପନ୍ନ ୨୯ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

Sunil Chandra Nayak

ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!