ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରାରୋଡ ଭମରପଡାରେ ବୋଲେରୋ -ଟ୍ରାକ୍ଟର ମୁହାମୁହିଁ ଧକ୍କା

ନର୍ଲା (ମନିସ) ନର୍ଲା ବ୍ଳକ ରୁପ୍ରାରୋଡ ଭମରପଡା ନିକଟରେ ଗତ ରାତି ପ୍ରାୟ ୧୧ଟା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ସହିତ ମହିନ୍ଦ୍ରା ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହେବାରୁ ଟ୍ରାକ୍ଟରଟି ଭାଙ୍ଗି ଚୁରମାର ହୋଇ ଥିବା ବେଳେ ବୋଲେରୋର ଅଗ୍ର ଭାଗ ଭାଙ୍ଗି ଯାଇଥିବା ଦେଖା ଦେଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଟ୍ରାକ୍ଟରଟି ରେଖପୁର ଗ୍ରାମର ଥୟ ଭୋଇଙ୍କ ହୋଇଥିବା ବେଳେ ମେଦିନୀପୁର ସରଲାଞ୍ଜିର ଆନନ୍ଦ ପୁଟେଲ ଡ଼୍ରାଇଭରଙ୍କୁ ସାମାନ୍ୟ ଆଘାତ ହୋଇଥିବାରୁ ନର୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାଯାଏ। OR08B8111ନଂ ବୋଲେରୋରେ ପାଞ୍ଚ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଦୁର୍ଘଟଣାରେ ମୃତ କୁକୁର ଛୁଆକୁ ଜଗି ରହିଛି ମା।

Sunil Chandra Nayak

ଦୁଇ ଟ୍ରକ ମୁହାଁମୁହିଁ ଧକା, ଜଣେ ଚାଳକ ମୃତ, ଜଣେ ଚାଳକ ଗୁରୁତର

Sunil Chandra Nayak

ଜିଲ୍ଲା ସଂକୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଓ କଳାକାର ଙ୍କୁ ଅସମ୍ମାନ କରିଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଜିଲ୍ଲା ପାରମ୍ପରିକ ଲୋକକଳା ସଙ୍ଘ

Sunil Chandra Nayak

Leave a Comment

error: Content is protected !!