ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ତ୍ତ ବିଭାଗ ର ନିଷ୍କ୍ରିୟତା , ବାରମ୍ବାର ଘଟୁଛି ଦୁର୍ଘଟଣା , ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ନୂଆପଡା ଜିଲ୍ଲା ଖଡ଼ିଆଳ ବିନୋଦକୁମାର ରାଇସ ମିଲ ନେହେନା ନିକଟସ୍ଥ ଏଲ୍ ଟ୍ରନିଂ ନିକଟରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଛି । ବୁଧବାର ସକାଳ 7 ଘଣ୍ଟା ସମୟରେ ବାଲି ବୋଝେଇ ହାଇବା ଟ୍ରକ ମର୍ମନ୍ତୁଦ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ପରେ ଡ୍ରାଇଭର କୁ ସୁରକ୍ଷିତ ଉଦ୍ଦାର କରିବାସହ JCB ସାହାଯ୍ୟରେ ହାଇବାକୁ ବାହାର କରାଯାଇଛି । ପ୍ରକାଶ ଥାଉକି ଏଠାରେ ବର୍ଷକୁ ଶତାଧିକ ସଡକ ଦୁର୍ଘଟଣା ଘଟିଥାଏ । ସେହିଭଳି ବର୍ଷକୁ ହାରାହାରି 10 ରୁ 15 ଜଣଙ୍କ ଜୀବନ ଯାଉଛି ସେହିଭଳି ଶତାଧିକ ଯାତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ଅକର୍ମଣ୍ୟ ହେଉଛନ୍ତି ବୋଲି ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ତଥ୍ୟ ଦେଇଛନ୍ତି ।ଏଠାରେ  ପୂର୍ତ୍ତ  ବିଭାଗ   ତୁରନ୍ତ ସଡକ ଓସାରିଆ କରିବା ,ସଡକ ସାଇଟରେ ଗାଦୁଆଳ ଦେଇ ରାସ୍ତାର ଉଭୟ ପାର୍ଶ୍ୱରେ ବିପଦ ସଂକେତ ଲଗାଇବା ସହ ବ୍ରେକର ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗ କୁ ଜଣାଇଛନ୍ତି । ହେଲେ ଖଡ଼ିଆଳ ପୂର୍ତ୍ତ ବିଭାଗ ନିଷ୍କ୍ରିୟ ପାଲଟି ଯାଇଛି । ଫଳରେ ଅକାଳରେ ଲୋକଙ୍କ ମୃତ୍ୟୁ ଘଟୁଛି । ତୁରନ୍ତ ସ୍ଥାୟୀ ସମାଧାନ ନକଲେ ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଯାଦବ ପୂର୍ତ୍ତ   ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । କାରଣ ସାମ୍ବାଦିକ ଙ୍କ ଘର ନିକଟରେ ଦୁର୍ଘଟଣା ଘଟୁଥିବାରୁ ପ୍ରାୟ ସମସ୍ତ ଦୁର୍ଘଟଣାର ଦୁଃଖକୁ ନିଜେ ଅଙ୍ଗେ ଲିଭାଇଛନ୍ତି । ଜଣକ ଧନ ଜୀବନ ଚାଲିଗଲେ ପରିବାର ବର୍ଗଙ୍କୁ କେମିତି ଲାଗେ ତାହା ଅତି ନିକଟରୁ ସାମ୍ବାଦିକ ଶ୍ରୀବାଗ ଦେଖିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ତୃପ୍ତି ରାଣୀ ପାତ୍ର, ସହଦେବଖୁଣ୍ଟା , ବାଲେଶ୍ଵର ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଭାରତସରକାରଙ୍କ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!