ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଗୃହରୁ ବଞ୍ଚିତ ତୁଳସୀ ରାମ ନାଏକଙ୍କ ପରିବାର, ମାଟି କୁଡିଆ ଛାତ ତଳେ ୫/୭ ଜଣ ପରିବାରର ସଦସ୍ୟ

ଆବାସ ଗୃହରୁ ବଞ୍ଚିତ ତୁଳସୀ ରାମ ନାଏକଙ୍କ ପରିବାର, ମାଟି କୁଡିଆ ଛାତ ତଳେ ୫/୭ ଜଣ ପରିବାରର ସଦସ୍ୟ

ଥୁଆମୁଳ ରାମପୁର:୧୦/୦୮ – (ମନିସ) :- ରାଜ୍ୟର କୌଣସି ପରିବାର ମାଟି କୁଡିଆ କିମ୍ବା ଚାଲ କୁଡିଆରେ ବସବାସ କରିପାରିବେ ନାହିଁ ସମସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଛାତ ଘର ଯୋଗାଇ ବ୍ଯବସ୍ଥା କରାଯାଇଛି ବୋଲି ବାଃସ୍ପଟ ମାରି କହୁଥିବା ବେଳେ ଏହା ବ୍ଯତିକ୍ରମ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁଡାବାହାଲ ଗ୍ରାମରେ। ଏହି ଗ୍ରାମର ଗରୀବ ତୁଳସୀରାମ ନାଏକ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ନିଜର ପରିବାର ପାଞ୍ଚ ଜଣ ପୁଅଝିଅ ଓ ପତ୍ନୀ ଏବଂ ବୃଦ୍ଧା ମାଆଙ୍କ ସହିତ ଦୀର୍ଘ ବର୍ଷରୁ ଝାଟିମାଟି ଭଙ୍ଗାଦଦରା କୁଡିଆରେ ବସବାସ କରି ଆସୁଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଦୂରଦୃଷ୍ଟି ଅପାରଗତା ଓ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁଁ ସରକାରଙ୍କ ଆବାସ ଯୋଜନାରେ ସାମିଲ ହୋଇପାରୁନାହିଁ ବୋଧହୁଏ ବୋଲି ଦୁଃଖଦ କଷ୍ଠରେ ପ୍ରକାଶ କରିଛନ୍ତି। ଖରା ବର୍ଷା ବର୍ଷ ତମାମ କୁଡିଆରେ ଏହି ପରିବାର ବହୁ କଷ୍ଟରେ ଜୀବନଯାପନ କରି ଆସୁଛନ୍ତି। ଏନେଇ ତୁଳସୀ ରାମ ନାଏକ ଘର ଖଣ୍ଡେ ପାଇବା ଆଶାରେ ସ୍ଥାନୀୟ ଜନପ୍ରତିନିଧି ଓ ବ୍ଳକ ପ୍ରଶାସନଙ୍କ ପାଖରେ ବାରମ୍ବାର ଜଣାଇ ଆସୁଥିବା ସ୍ବତ୍ବେ କୌଣସି ସୁଫଳ ମିଳିପାରୁନାହିଁ ବୋଲି କହିଛନ୍ତି। ତେବେ ବିଡମ୍ବନାର ବିଷୟ ଏହି ଯେ, ସରକାରଙ୍କ ବିଭିନ୍ନ ଯୋଜନାରେ ଥିବାବାଳା ହିଁ ଉପକୃତ ହେଉବେଳେ ସାଧାରଣ ଗରିବଙ୍କ ଲୋକଙ୍କ କଥା ପଚାରେ କିଏ ? ଗରିବଙ୍କ ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି। ଅପରପକ୍ଷରେ ସ୍ଥାନୀୟ ଜନପ୍ରତିନିଧି ଏହା ଉପରେ ଗୁରୁତ୍ବ ନଦେବା ଭଳି ଘଟଣାକୁ ନେଇ ବର୍ତ୍ତମାନ ଉଦବେଗ ପ୍ରକାଶ ପାଉଛି। ବିକଶିତ ଗାଁ ବିକଶିତ ଓଡିଶାର ବିକଳ ଚିତ୍ର ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ଜୋର ଧରିଛି।

ତେବେ ବ୍ଳକ ପ୍ରଶାସନ ପକ୍ଷରୁ ତୂରନ୍ତ ହସ୍ତକ୍ଷେପ କରି ତୁଳସୀଙ୍କ ପରିବାର ଯଥାଶୀଘ୍ର ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ତେ ଯୋଗାଇ ଦେବାକୁ ପାଇଁ ଗ୍ରାମବାସୀଙ୍କର ପକ୍ଷରୁ ଦାବି ହେଉଛି ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନର୍ଲାରେ ନୂଆଁଖାଇ ଭେଟଘାଟ ଆୟୋଜିତ

Sunil Chandra Nayak

ଜିଲ୍ଲା ପ୍ରଶାସନକୁ ଆଢୁଆଳରେ ରଖି ଅଧପନ୍ତରିଆ ଭାବେ ତିଳପଟା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ,ଏବେ ବି ବାକି ରହିଛି ଶୌଚାଳୟ ଓ ପ୍ଲାଷ୍ଟର କାର୍ଯ୍ୟ 

ବାଲିଆଢିପା ଗାଁ ରେ ଦୁଇଟି ପରିବାରର ବାସଗୃହ ନିଆଁରେ ପୋଡ଼ି ଭଷ୍ମିଭୂତ; କାରଣ ଅସ୍ପଷ୍ଟ ; ବାସହରା ହେଲେ ଦୁଇ ପରିବାର

Leave a Comment

error: Content is protected !!