ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଠପଢ଼ା, ଅନ୍ନ-ଜଳ ଓ ପ୍ରିନ୍ସିପାଲଙ୍କ ବଦଳି ଦାବିରେ ରାଜରାସ୍ତାରେ ଛାତ୍ରୀ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ, ଉପଖଣ୍ଡ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଚଳାଚଳ ସ୍ୱାଭାବିକ

ପାଠପଢ଼ା, ଅନ୍ନ-ଜଳ ଓ ପ୍ରିନ୍ସିପାଲଙ୍କ ବଦଳି ଦାବିରେ ରାଜରାସ୍ତାରେ ଛାତ୍ରୀ

ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ, ଉପଖଣ୍ଡ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଚଳାଚଳ ସ୍ୱାଭାବିକ

ରାଇରଙ୍ଗପୁର – ୧୦/୦୮ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ ଅନ୍ତର୍ଗତ ବାଢୁଣିଆ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶତାଧିକ ଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ବିଦ୍ୟାଳୟରେ ନିୟମିତ ପାଠପଢ଼ା ହେଉନଥିବା, ଅନ୍ନ-ଜଳର ମାନ ନିମ୍ନମାନର ହେବା ସହ ବିଭିନ୍ନ ଅବ୍ୟବସ୍ଥା ନେଇ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଆନ୍ଦୋଳନରତ ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ନିୟମିତ ଭାବେ ପାଠପଢ଼ା ହେଉନଥିବାରୁ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଛି। ସେହିପରି ବିଦ୍ୟାଳୟରେ ମିଳୁଥିବା ଅନ୍ନ-ଜଳର ମାନକୁ ନେଇ ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ବାରମ୍ବାର ଜଣାଇବା ସତ୍ତ୍ୱେ ଏହାର ସମାଧାନ ହେଉନଥିବା ଅଭିଯୋଗ କରି ଛାତ୍ରୀମାନେ ରାଜରାସ୍ତାରେ ବସିଥିଲେ।

ଏଥିସହ ବିଦ୍ୟାଳୟର ପ୍ରିନ୍ସିପାଲଙ୍କ ବଦଳି ଦାବି ମଧ୍ୟ ଆନ୍ଦୋଳନରତ ଛାତ୍ରୀମାନେ ଉଠାଇଥିଲେ। ଛାତ୍ରୀମାନଙ୍କ ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା।

ଖବର ପାଇ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଦାବିଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଛାତ୍ରୀମାନେ ଅଡ଼ି ବସିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ଓ ସମସ୍ୟାର ସମାଧାନ ନେଇ ଆଶ୍ୱାସନ ଦେବା ପରେ ଆନ୍ଦୋଳନ ହଟିଥିଲା। ଏହାପରେ ରାସ୍ତାରେ ଯାନବାହନ ଚଳାଚଳ ପୁଣି ସ୍ୱାଭାବିକ ହୋଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ 

Related posts

ଜୁନାଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

Sunil Chandra Nayak

ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ୍ ଅନୁଷ୍ଠିତ 

Sunil Chandra Nayak

ଜାତୀୟ ପଂଚାୟତିରାଜ ଦିବସ ଉପଲକ୍ଷେ କୃଷକ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!