ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ଘର ଭୂଷୁଡିଲା ବାସହିନ ଅବସ୍ଥାରେ ସୁରେଶ ପାତ୍ରଙ୍କ ପରିବାର, ସ୍ବାମୀ, ସ୍ତ୍ରୀ ତିନି ଜଣ ପୁଅଝିଅ ଅସହାୟ ଅବସ୍ଥାରେ

ଲଗାଣ ବର୍ଷାରେ ଘର ଭୂଷୁଡିଲା ବାସହିନ ଅବସ୍ଥାରେ ସୁରେଶ ପାତ୍ରଙ୍କ ପରିବାର, ସ୍ବାମୀ, ସ୍ତ୍ରୀ ତିନି ଜଣ ପୁଅଝିଅ ଅସହାୟ ଅବସ୍ଥାରେ

ଥୁଆମୁଳ ରାମପୁର:୧୦/୦୮ – (ମନିସ) :- ଲଗାଣ ବର୍ଷାରେ ଘର ଭୂଷୁଡି ଅଳ୍ପକେ ବଞ୍ଚିଗଲେ ତିନି ପୁଅଝିଅ,ବର୍ତ୍ତମାନ ସ୍ବାମୀ ସ୍ତ୍ରୀ ନିଜ ଛୁଆପିଲାଙ୍କୁ ଧରି ବାରଦୁଆ ଶୁଣ୍ଢି ପିଣ୍ତା ହୋଇ ବହୁ ହିନସ୍ତାରେ ଦିନ କାଟୁଛନ୍ତି। ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୁଣୁପୁର ଗ୍ରାମପଞ୍ଚାୟତ ମୁଖ୍ଯାଳୟ ସ୍ଥିତ ପାନଭଟା ଗ୍ରାମରେ। ଗତ ଲଗାଣ ବର୍ଷାରେ ତାଙ୍କ ଘର ଭୂଷୁଡି ପଡିଯାଇଥିଲା ସୁରେଶ ପାତ୍ର ସ୍ତ୍ରୀ ଲୋଚନୀ ପାତ୍ର, ତିନି ଛୁଆପିଲ ଅଳ୍ପକେ ବଞ୍ଚିଯାଇଥିଲେ। ବର୍ତ୍ତମାନ ସ୍ବାମୀ ସୁରେଶ ପାତ୍ର, ସ୍ତ୍ରୀ ଲୋଚନୀ ପାତ୍ର ଓ ଛୁଆ ତିନି ଜଣଙ୍କୁ ସାଙ୍ଗରେ ଧରି ବହୁକଷ୍ଟରେ ଜୀବନ ଅତିବାହିତ କରୁଥିବା ଜଣାପଡିଛି। ବର୍ଷା ଦିନରେ ଘର ଭୂଷୁଡି ଯାଇଛି ଏହି ପରିସ୍ଥିତିରେ ଉକ୍ତ ପରିବାର ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ମୁଣ୍ଡଗୁଞ୍ଜିବା ପାଇଁ ଜାଗା ଟିଏ ମଧ୍ୟ ନାହିଁ, ତୂରନ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ଜରି ସହାୟତା ଯୋଗାଇ ଦେବା ସହ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ତେ ଯୋଗାଇ ଦେବାପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆମେ ଜାଣିବା ଆମେ ଜିଣିବା  ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଲାୟନ୍ସ କ୍ଳବ୍ “ନବରଙ୍ଗପୁର ଇଲାଇଟ୍ ” ଦ୍ଵାରା ୮୦ ତମ ସ୍ଵାଧୀନତା ଦିବସ ପାଳିତ       

Sunil Chandra Nayak

ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ.

Sunil Chandra Nayak

Leave a Comment

error: Content is protected !!