ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫକୀର ମୋହନ ମାର୍କେଟ ଜଳାର୍ଣ୍ଣବ, ପ୍ରତିକାର ଦାବି

ଫକୀର ମୋହନ ମାର୍କେଟ ଜଳାର୍ଣ୍ଣବ, ପ୍ରତିକାର ଦାବି 

 ରାଉରକେଲା: ଗତ ଅପରାହ୍ନ ଓ ଆଜି ମୂଷଳ ଧାରା ବର୍ଷରେ ରେଲୱେ ପାଚେରୀ ମଧ୍ୟରେ ଗର୍ତ୍ତ ହୋଇ ସେଠାକାର ପାଣି ଓ ବର୍ଷା ପାଣି ପ୍ରବଳ ବେଗରେ ନୂଆ ବସଷ୍ଟାଣ୍ଡ ସ୍ଥିତ ଫକୀର ମୋହନ ମାର୍କେଟ ମଧ୍ୟରେ ପ୍ରବେଶ କରିଥିଲା। ମାର୍କେଟ ର ତଳ ଭାଗରେ ଥିବା ସମସ୍ତ ଦୋକାନ ଗୁଡିକରେ ପାଣି ପ୍ରବେଶ କରିବା ପରେ ଦୋକାନରେ ଥିବା ଆସବାବପତ୍ର ଓ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। ଏହାଦ୍ବାରା ଦୋକାନୀ ଭାଇ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡ୍ରେନେଜ ସୁବିଧା ନଥିବାରୁ ଆଗାମୀ ଦିନରେ ଦୋକାନୀ ଭାଇ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ ପାଇଁ ମାର୍କେଟ ର ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ମହେଶ କୁମାର ଗୈ।ଡ, ଶ୍ୟାମସୁନ୍ଦର ଜେନା, ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଅନୁରୋଧ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୌଦ୍ଧ ବ୍ଲକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିନରେ

masiha

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ 

masiha

ଜୟପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!