ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରପଟ୍ଟା ନ ମିଳିବାରୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ଘରପଟ୍ଟା ନ ମିଳିବାରୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ଢେଙ୍କାନାଳ:୧୧/୦୮ – (ମନିସ) :- ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ନନ୍ଦିନୀ କଲୋନୀ ଅଧିବାସୀ ଘରଡିହ ପଟ୍ଟା ପାଇନଥିବା କାରଣରୁ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ କଲୋନୀ ବାସିନ୍ଦା ବସବାସ କରୁଥିବା ଜାଗାର ଘରଡିହ ପଟ୍ଟା ନଥିବାରୁ ସେମାନଙ୍କୁ ତହସିଲଦାର ସେମାନଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରୁନାହାନ୍ତି। ଜାତିଗତ ପ୍ରମାଣ ପତ୍ର ନଥିବାରୁ ପିଲାମାନେ ପାଠପଢାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ସମସ୍ତେ ବିପିଏଲ କାର୍ଡଧାରୀ ଅଟନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୂକ୍ତ ଥିଲେ ମଧ୍ୟ ଘର ମିଳୁନାହିଁ। ଏଣୁ ଘରଡିହ ପଟ୍ଟା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ଗ୍ରାମର ପ୍ରମୋଦ ବେହେରା, ସୁମିତ୍ରା ବେହେରା, ଆରତ ବେହେରା, ଜୟନ୍ତୀ ସାହୁ ଓ ବାସୁଦେବ ସାହୁ ପ୍ରମୁଖ ଅଭିଯୋଗ ଜଣାଇଛନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ  ଯୁବ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ସାମ୍ବାଦିକ ସୌରଭ ସମ୍ମାନ

Sunil Chandra Nayak

ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ,ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ

masiha

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ବାଗତ

Sunil Chandra Nayak

Leave a Comment

error: Content is protected !!