ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଵହଳଦା ବ୍ଳକ ବିଜେପି ତରଫରୁ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା

ଵହଳଦା ବ୍ଳକ ବିଜେପି ତରଫରୁ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା

ରାଇରଙ୍ଗପୁର – ୧୨/୦୮ ଵହଳଦା ବ୍ଳକ ବିଜେପି ତରଫରୁ ହରିର ତ୍ରିରଙ୍ଗା ଅଭିଯାନ ପରିପ୍ରେକ୍ଷୀରେ ଆଜି ବୁଧବାର ପୂର୍ବାହ୍ନରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବରିଷ୍ଠ ବିଜେପି ନେତା ମାଧବ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସୁନିଲ ମହାନ୍ତ, ବୁଲା ପଣ୍ଡା,ସମିର ମହାକୁଡ଼, ସନ୍ତୋଷ ମହାପାତ୍ର, ଶୁଭଜିତ ପାଲ, ରାଜେଶ ପାଲ, ରାତି ମଣ୍ଡଳ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତା ,ମହିଳା ମୋର୍ଚ୍ଚା,ଯୁବ ମୋର୍ଚା,କୃଷକ ମୋର୍ଚାତଥା ୮୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ସାମିଲ ହୋଇଥିଲେ ।ବହିଦାର ଅଧିଷ୍ଠାତ୍ରୀ ଦେବୀମା’ କୀଚକେଶ୍ବରୀ ପିଠରୁ ଏକ ବିଶାଳ ଶୋଭାଯାତ୍ରା ଓ ବାଇକ ରାଲି ସହ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସ୍ଳୋଗାନ ଦେଇ ବାଇପାସ୍, ତେନ୍ତଳା, ଗମ୍ଭାରିଆ, ଖିଜିରିତାଣ୍ଡି, ସୋସ, କୁଲଗି, ବହଳଦା ବ୍ଳକ, ଵହଳଦା ଡଡାକ ବଙ୍ଗଳା ପର୍ଯ୍ୟନ୍ତ ପହଞ୍ଚି ସମାପ୍ତ କରିଥିଲେ ।ଜନସାଧାରଣଙ୍କୁ ଦେଶାତ୍ମବୋଧକ ସଚେତନତା ବାର୍ତା ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ 

 

Related posts

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ୩ ପଞ୍ଚାୟତରେ ବିଜେପି ଦଳ ପକ୍ଷରୁ ଗଣ ଧାରଣା

masiha

ମା’ ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ଲୋକଙ୍କ କାମ କରିବ: ନବୀନ ପଟ୍ଟନାୟକ

Sunil Chandra Nayak

ଲାଞ୍ଜିଗଡରୁ ପ୍ରଦୀପ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର, ଜୁନାଗଡ଼ରୁ ଦିବ୍ୟଶଙ୍କର,ଭବାନୀପାଟଣାରୁ ଲଳିତା ବିଜେଡି ପ୍ରାର୍ଥୀ

masiha

Leave a Comment

error: Content is protected !!