ନୂଆପଡ଼ାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଖରିଫ କୃଷି ରଣନୀତି କମିଟି ବୈଠକ; ସାର କଳାବଜାରୀ ରୋକିବାକୁ କଡ଼ା ନିର୍ଦ୍ଦେଶ
ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜ଼ିଲ୍ଲାରେ ଚଳିତ ଖରିଫ ୨୦୨୬ ଋତୁରେ କୃଷକମାନଙ୍କୁ ଆବଶ୍ୟକ କୃଷି ସାମଗ୍ରୀର ସୁବ୍ୟବସ୍ଥିତ ଯୋଗାଣ ସହ କୃଷି ଯୋଜନାଗୁଡ଼ିକର ସଫଳ ରୂପାୟଣ ନେଇ ଜିଲ୍ଲାସ୍ତରୀୟ କୃଷି ରଣନୀତି (Kharif Strategy) କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl
ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କୃଷି ଯୋଜନା, ବିଭିନ୍ନ କାର୍ଯ୍ୟକଳାପ ଏବଂ ଚଳିତ ଖରିଫ୍ ଋତୁ ପାଇଁ ପ୍ରସ୍ତୁତ କୃଷି ରଣନୀତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ (ADH), କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଏବଂ ପିଡି, ୱାଟରସେଡ୍ ମଧ୍ୟ ନିଜ ନିଜ ବିଭାଗୀୟ କାର୍ଯ୍ୟସୂଚୀ ଓ ଖରିଫ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ।ଜ଼ିଲ୍ଲାପାଳ ସାରର ସୁବ୍ୟବସ୍ଥିତ ବିତରଣ ଓ ନିୟମାନୁପାଳନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ହୋଲସେଲରମାନଙ୍କ ବିକ୍ରୟ ବିବରଣୀକୁ ସମ୍ପୃକ୍ତ ରିଟେଲରମାନଙ୍କ ପ୍ରକୃତ ଷ୍ଟକ୍ ସହ ଯାଞ୍ଚ କରାଯିବ। ବିକ୍ରୟ ବିବରଣୀ ଓ ପ୍ରକୃତ ଷ୍ଟକ୍ ମଧ୍ୟରେ କୌଣସି ଅସଙ୍ଗତି ପରିଲକ୍ଷିତ ହେଲେ ତୁରନ୍ତ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଜିଲ୍ଲାପାଳ କହିଥିଲେ ଯେ, ନିର୍ଦ୍ଧାରିତ ମୂଲ୍ୟ ୨୬୬–୨୬୭ ଟଙ୍କାଠାରୁ ଅଧିକ ଦରରେ ୟୁରିଆ ବିକ୍ରି କରୁଥିବା ବେସରକାରୀ ରିଟେଲରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିରେ ଲାଇସେନ୍ସ ବାତିଲ ଓ ବ୍ଲାକ୍ଲିଷ୍ଟିଂ ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ। ସେହିପରି, PACSଗୁଡ଼ିକରେ କୌଣସି ଅନିୟମିତତା ନଜରକୁ ଆସିଲେ ତୁରନ୍ତ ଜିଲ୍ଲାପାଳ କିମ୍ବା DRCଙ୍କୁ ଅବଗତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ବର୍ତ୍ତମାନ ସାରର ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ସମସ୍ତ ଫର୍ଟିଲାଇଜର ଇନ୍ସପେକ୍ଟରଙ୍କୁ ନିୟମିତ ଯାଞ୍ଚ ସହ କଡ଼ା ଏନ୍ଫୋର୍ସମେଣ୍ଟ୍ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସାରର କଳାବଜାରୀ, ମହଜୁଦଦାରୀ, ଅଧିକ ଦରରେ ବିକ୍ରି ଓ ବେଆଇନ ଡାଇଭର୍ସନ୍ ରୋକିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ସତର୍କ ଓ ସକ୍ରିୟ ରହିବା ସହ ନିୟମ ଉଲ୍ଲଂଘନ ମିଳିଲେ ବିଳମ୍ବ ନକରି ନିୟମାନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଆଜି ସୁଦ୍ଧା ଜିଲ୍ଲାରେ ୧,୧୦,୫୧୭ ବସ୍ତା ୟୁରିଆ, ୯,୫୯୪ ବସ୍ତା ଦପ୍ତର, ୬,୮୭୭ ବସ୍ତା ମୋପାଇଁ, ୪,୧୭୬ ବସ୍ତା ଶ୍ସପ ଏବଂ ୧୮,୭୮୩ ବସ୍ତା NPKSଉପଲବ୍ଧ ରହିଛି। ବୈଠକରେ ଏଡିଏ ଦୀପାଶ୍ରୀ ମଣ୍ଡଳ, ବିଏଓ ସତ୍ୟଭୂଷଣ ନାଗ ଓ ଏଏଓ ବର୍ଷା ଆଜାଦଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ ସିନାପାଲିର ଚୈତନ୍ୟ ମେହେର, ବୋଡେନର ଲୋଚନେ ମାଝୀ, ଖରିଆରର ଭୂପେନ୍ଦ୍ର ବାଗ, ନୂଆପଡ଼ାର ରମେଶ ବାରିହା ଏବଂ କୋମନାର ନରେନ୍ଦ୍ର ଧରୁଆଙ୍କୁ ପ୍ରଗତିଶୀଳ କୃଷକ ଭାବେ ସମ୍ମାନିତ କରାଯାଇଥିଲା।

