ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ମାଣିକ୍ୟପୁର ସମବାୟ ସମିତିରେ କୃଷକ ବୈଠକ, ଦ୍ବନ୍ଦରେ ଚାଷୀ , ୨-ଆସିକା ବ୍ଲକରେ ବିଇଓ ଓ ଏବିଇଓ ପଦବୀ ଖାଲି ୧୮୪ ସ୍କୁଲ ଓ ୫୦୦ ରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ତଦାରଖ ନେଇ ଚିନ୍ତା

ମାଣିକ୍ୟପୁର ସମବାୟ ସମିତିରେ କୃଷକ ବୈଠକ, ଦ୍ବନ୍ଦରେ ଚାଷୀ 

ଆସିକା, ୧୨/୮/୨୬ (ଶିବ ଶଙ୍କର ମିଶ୍ର ) ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ସମବାୟ ସମିତି ଅନୁକୁଲ୍ୟରେ ମାଣିକ୍ୟପୁର, ମଛାକୋଟ ଓ ସାବା ପଞ୍ଚାୟତର ଶତାଧିକ ଚାଷୀ ମାନଙ୍କୁ ନେଇ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକଟି ମାଣିକ୍ୟପୁର ସମବାୟ ସମିତି ସେକ୍ରେଟାରୀ ଶ୍ରୀ ରାମକୃଷ୍ଣ ଚୌଧୁରୀ ଓ ଡାଟା ଅପରେଟର ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ସମିତି ସଭାପତି ପ୍ରଶାନ୍ତ ପଟନାୟକ, ସମସ୍ତ ସମିତି ସଦସ୍ୟ, ସନ୍ତୋଷ ପ୍ରଧାନ, ଆର.ଆଇ ଏସ. ଜଗନ୍ନାଥ ରେଡ୍ଡୀ,ମାଣିକ୍ୟପୁର ସରପଞ୍ଚ ପ୍ରତିନିଧି ଶାନ୍ତନୁ କୁମାର ବିଷୋୟୀ,ସାବା ସମିତି ସଭ୍ୟ ପ୍ରତିନିଧି ମନୋଜ ପାତ୍ର,ସାବା ପୂର୍ବତନ ସରପଞ୍ଚ ଅନନ୍ତ ଗୌଡ଼, କୃଷ୍ଣ ଛଟେଇ,ସଫଳ ଚାଷୀ ଟୁନା ପାଣିଗ୍ରାହୀ ସହ ଶତାଧିକ ଚାଷୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଉକ୍ତ ବୈଠକର ମୂଳ ଉଦେଶ୍ୟ ମଣ୍ଡି ମାଧ୍ୟମରେ ଧାନ ବିକ୍ରି ପାଇଁ ରହିଥିବା ଚାଷୀ ପଞ୍ଜିକରଣର ସରକାରୀ ନିୟମ ବିଷୟରେ ଲୋକଙ୍କୁ ଅବଗତ କରାଇବା | ସୂଚନା ଆଧାରରେ ସମବାୟ ସମିତି ସେକ୍ରେଟାରୀଙ୍କ କହିବା କଥା ଚଳିତ ବର୍ଷ ସରକାର ଏସ.ହେଚ.ଜି ଜରିଆରେ ପରିଚାଳିତ ସମସ୍ତ ମଣ୍ଡିକୁ ଧାନ କ୍ରୟ କରିବାପାଇଁ ବନ୍ଦ କରିଥିବା ବେଳେ ଆମ ଅଞ୍ଚଳର ୩ ଗୋଟି ପଞ୍ଚାୟତ ସମିତି ଉପରେ ନିର୍ଭର କରିବା ଜଣା ପଡିଛି ଉକ୍ତ ମଧ୍ୟରେ ସରକାର ଜାରି କରିଥିବା ନିୟମ ଏଗ୍ରିଷ୍ଟେକ ଆଇଡି ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଯଦି ଏଗ୍ରିଷ୍ଟେକ ଆଇଡି ବାଧ୍ୟତା ମୂଳକ ହୁଏ ତେବେ ଅନେକ ଚାଷୀ ଭାଇଙ୍କ ନିଜ ନାମରେ ଜମି ନାହିଁ ସେମାନଙ୍କ ଏଗ୍ରିଷ୍ଟେକ ଆଇଡି କେମିତି କରିବେ,ଭାଗ ଚାଷୀ କ’ଣ ଧାନ ବିକ୍ରି କରିପାରିବେନି, ମଠ ଓ ମନ୍ଦିର ଜମି ଚାଷ କରୁଥିବା ସେବାୟତ ଓ ବାପା,ମା’ ନାମରେ ଥିବା ପୁଅ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ କି ବୋଲି ଚାଷୀ ମାନେ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି | ସମସ୍ତ ଚାଷୀ ମାନଙ୍କ ଉପସ୍ତିତିରେ ମଣ୍ଡି ନିରୀକ୍ଷକ ଏ.ଆର.ସି.ସି ଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାରୁ ଚାଷୀଙ୍କ ମନରେ ଥିବା ସମସ୍ତ ଦ୍ଵନ୍ଦ ଆଗାମୀ କାଲି ଦୂର ହୋଇଯିବ ସମସ୍ତ ସେକ୍ରେଟାରୀଙ୍କୁ ନେଇ ଏହାର ପ୍ରଶିକ୍ଷଣ ଶିବିର ଭଞ୍ଜନଗରରେ ଅନୁଷ୍ଠିତ ହେବ ବୋଲି କହିବା ସହ ଚାଷୀଙ୍କ ହିତରେ ସରକାର ଅଛନ୍ତି ଓ ସମସ୍ତେ କିଭଳି ସୁବିଧାରେ ଧାନ ବିକ୍ରି କରିପାରିବେ ତାହାର ରାସ୍ତା ଥିବା ନେଇ ସୂଚନା ଦେଇଥିଲେ | ଚାଷୀ ଅକ୍ଲାନ୍ତ ପରିଶ୍ରମ କରି ଫସଲ ଅମଳ କରେ ଯଦି ଫସଲ ବିକ୍ରି କରିପାରିବନି ସରକାର ଚାଷୀ ମାରଣ ନୀତି ଆଣନ୍ତି ତେବେ ଆଗାମୀ ଦିନରେ ଚାଷୀ ମାନଙ୍କ ବଡ ଆନ୍ଦୋଳନ ହେବା ନେଇ ସୂଚନା ଦେଇଥିଲେ ସମସ୍ତ ଚାଷୀ |

ଆସିକା ବ୍ଲକରେ ବିଇଓ ଓ ଏବିଇଓ ପଦବୀ ଖାଲି ୧୮୪ ସ୍କୁଲ ଓ ୫୦୦ ରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ତଦାରଖ ନେଇ ଚିନ୍ତା

ଆସିକା,୧୨/୮/୨୬ (ଶିବ ଶଙ୍କର ମିଶ୍ର ) ରାଜ୍ୟ ଶିକ୍ଷା କ୍ଷେତ୍ରରେ ଦିନ ଥିଲା ଗଞ୍ଜାମ ଜିଲ୍ଲାର ଆସିକା ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ପରିଚିତ ଥିଲା। କିନ୍ତୁ କାଳକ୍ରମେ ଆସିକାର ଶିକ୍ଷା ବ୍ୟବସ୍ଥା ବିଭିନ୍ନ ସମସ୍ୟାରେ ଜର୍ଜରିତ ହେବା ସହ ଏବେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଗୁରୁତର ମାନବ ସମ୍ବଳ ଅଭାବ ଦେଖାଦେଇଛି।

ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ୩ଟି ଏବିଇଓ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। ଏହା ଫଳରେ ଏତେ ବଡ଼ ଶିକ୍ଷା ପ୍ରଶାସନିକ କ୍ଷେତ୍ରର ନିୟମିତ ତଦାରଖ ଓ ପରିଚାଳନା ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଜଣେ ବିଇଓ, ଜଣେ ବିଆରସିସି ଏବଂ ଦୁଇ ଜଣ ଏବିଇଓ ରହିବାର ବ୍ୟବସ୍ଥା ରହିଛି। କିନ୍ତୁ ଗତ ନଭେମ୍ବର ୨୦୨୫ରେ ଜଣେ ଏବିଇଓଙ୍କ ବଦଳି, ଜୁନ ୨୦୨୬ରେ ବିଇଓଙ୍କ ବଦଳି ଏବଂ ଜୁଲାଇ ୨୦୨୬ରେ ଜଣେ ଏବିଇଓଙ୍କ ଅବସର ପରେ ଅଧିକାରୀ ପଦବୀଗୁଡ଼ିକ ଖାଲି ହୋଇଛି। ଏହି ପଦବୀଗୁଡ଼ିକରେ ସ୍ଥାୟୀ ନିଯୁକ୍ତି ନହେବା ଯୋଗୁଁ ଶିକ୍ଷା ପ୍ରଶାସନ ଉପରେ ଚାପ ବଢ଼ିଛି। ଆସିକା ଶିକ୍ଷା ବିଭାଗ ଅଧୀନରେ ୧୩ଟି କ୍ଲଷ୍ଟରରେ ୧୮୪ଟି ସ୍କୁଲ ରହିଛି। ଏହି ସ୍କୁଲଗୁଡ଼ିକରେ ୫୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସ୍କୁଲ ପରିଦର୍ଶନ, ଶିକ୍ଷାର ଗୁଣାତ୍ମକ ମାନ ଯାଞ୍ଚ,ଶୈକ୍ଷିକ ବାତାବରଣ, ମଧ୍ୟାହ୍ନ ଭୋଜନ, ପୋଷାକ ଓ ପୁସ୍ତକ ବଣ୍ଟନ, ବିଦ୍ୟାଳୟ ପରିବେଶ ତଦାରଖ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶିକ୍ଷା ଅଧିକାରୀଙ୍କ ତଦାରଖରେ ହୋଇଥାଏ। ସେହିପରି ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି,ଦରମା ସମ୍ବନ୍ଧୀୟ ସମସ୍ୟା,ବିଦ୍ୟାଳୟ ପରିଚାଳନା, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ଏବଂ ବିଭିନ୍ନ ପ୍ରଶାସନିକ କାର୍ଯ୍ୟର ସମାଧାନ ମଧ୍ୟ ଏହି କାର୍ଯ୍ୟାଳୟ ମାଧ୍ୟମରେ ହୋଇଥାଏ। ଏତେ ବ୍ୟାପକ ଦାୟିତ୍ୱ ଥିବା ସତ୍ତ୍ୱେ ମୁଖ୍ୟ ଅଧିକାରୀ ପଦବୀଗୁଡ଼ିକ ଖାଲି ରହିବା ଶିକ୍ଷା ବ୍ୟବସ୍ଥା ପାଇଁ ଚିନ୍ତାର ବିଷୟ ପାଲଟିଛି।

ଅଧିକାରୀ ପଦବୀ ଖାଲି ରହିଲେ ସ୍କୁଲଗୁଡ଼ିକର ନିୟମିତ ପରିଦର୍ଶନ ଓ ତଦାରଖ ବ୍ୟାହତ ହେବା ସହ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାର ସିଧାସଳଖ ପ୍ରଭାବ ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ପଡ଼ିପାରେ ବୋଲି ଶିକ୍ଷାବିତ୍ ଓ ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ତେଣୁ ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସ୍ଥାୟୀ ବିଇଓ ଓ ଖାଲି ଥିବା ଏବିଇଓ ପଦବୀଗୁଡ଼ିକରେ ତୁରନ୍ତ ନିଯୁକ୍ତି କରିବା ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଅଭିଭାବକ, ଶିକ୍ଷକ ଓ ଶିକ୍ଷାପ୍ରେମୀ ମହଲରୁ ଦାବି ହେଉଛି।

Related posts

ଋଷି ଅଷ୍ଟ ବକ୍ର ଜୟନ୍ତୀ ପାଳନ

masiha

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା 

Sunil Chandra Nayak

Leave a Comment

error: Content is protected !!