ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁତ୍ରିମ ବନ୍ୟାରେ ଉବୁଟୁବୁ ପେଷିଫିକ ପବ୍ଲିକ ଇଂରାଜୀ ବିଦ୍ୟାଳୟ

କୁତ୍ରିମ ବନ୍ୟାରେ ଉବୁଟୁବୁ ପେଷିଫିକ ପବ୍ଲିକ ଇଂରାଜୀ ବିଦ୍ୟାଳୟ

ନର୍ଲା ଚାରିଛକରେ ବିସ୍ଥାପିତ ପେଷିଫିକ ପବ୍ଲିକ ଇଂରାଜୀ ବିଦ୍ୟାଳୟ ବର୍ତମାନ କୁତ୍ରିମ ବନ୍ୟାରେ ଉବୁଟୁବୁ ହେଉଥିବା ଦୃଶ୍ୟ ବେଶ ଛାତ୍ର ଛାତ୍ରୀ ତଥା ଅବିଭାବକ ମାନଂକୁ ଚକିତ କରିଦେଇଛି।

ଏ କୌଣସି ବନ୍ୟା ବା ବର୍ଷା ପାଣି ନୁହେଁ, ଏ ହେଉଛି ସହର କୁ ଜଳ ଯୋଗଣ କରୁଥିବା ପାଣି ଟ୍ୟାଙ୍କ। ସ୍କୁଲ କୁ ଲାଗି ଏହି ପାଣି ଟ୍ୟାଙ୍କ ନିର୍ମାଣ କରାଯାଇଛି,  କିନ୍ତୁ ତଳ ପଟ ଫାଟି ପାଣି ସ୍କୁଲ ପରିସରରେ ଜମା ହୋଇ ରହୁଥିବାରୁ ଛାତ୍ର ଛାତ୍ରୀ ମାନଙ୍କ କ୍ରୀଡା କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ସ୍କୁଲ ଏମ ଡି ପ୍ରଶାନ୍ତ କୁମାର ନାଏକ ପ୍ରକାଶ କରିଛନ୍ତି, ପାଣି ନିଷ୍କାସନ ନ ହୋଈ ଜମା ହୋଈ ରହୁଥିବାରୁ ଅନେକ ପ୍ରକାର ବିଷାକ୍ତ ସର୍ପ, ବିଛା, ଏଭଳି ମହାମାରୀ ମଶା ର ପ୍ରଦୁର୍ଭା ବଢୁ ଥିବା ଜଣା ପଡିଛି ଯାହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ନିରାପଦ ମଣୁ ନଥିବା ଜାଣିବାକୁ ମିଳିଛି, ଟ୍ୟାଙ୍କ ରୁ ପାଣି ଲିକ ହେବା ବିଷୟ ଅନେକ ବାର ବିଭାଗୀୟ ଅଧିକାରୀ ମାନଂକୁ ଜଣା ଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ଏମ. ଡି ଶ୍ରୀ ନାଏକ ପ୍ରକାଶ କରିଛନ୍ତି, ଏ ଠାରେ ସୂଚନା ଯୋଗ୍ୟ ଯେ ଏହି ପାଣି ଟ୍ୟାଙ୍କ ରୁ କେବେ ଠୁ ପାଣି ଲିକ ହେଉଛି ତାହା ବିଭାଗୀୟ ଅଧିକାରୀ ଙ୍କୁ ଜଣା ନାହିଁ, ଏହାର ଯଥା ଶୀଘ୍ର ପାଣି ଟ୍ୟାଙ୍କି ର ମରାମତି କିମ୍ବା ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ, ନହେଲେ ଦୁଇଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ପ୍ରତି ବିପଦ ଆସିପାରେ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି, ଏହାର ଆଶୁ ସମାଧାନ ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବା ପାଇଁ ଅବିଭାବକ ମାନେ ପ୍ରକାଶ କରିଛନ୍ତି, ଏ ପରିକି ଅନେକ ସମସ୍ୟା ଥିଲେ ସୁଦ୍ଧା ଅଧିକାରୀ ମାନେ ସମାଧାନ କରିବାରେ ବିଫଳ ହେଉଥିବା ନଜର କୁ ଆସିଛି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଭବ୍ୟ ଆୟୋଜନ ସହ ଉଦଘାଟିତ ହେଲା କଳା, ସଂସ୍କ୍ରୁତି ଓ ଐତିହ୍ୟର ମହାକୁମ୍ଭ କଳାହାଣ୍ଡି ମହୋତ୍ସବ ‘ଘୁମୁରା’

Sunil Chandra Nayak

ଧର୍ମଗଡ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ନିରୀକ୍ଷକ,ପରିଦର୍ଶକ ଙ୍କ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ

masiha

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର  ବିଶ୍ଵ ମିତବ୍ୟୟିତା ଦିବସ ବକ୍ତୃତା ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!