ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକଲ ଦୃଘଟଣା :ଯୁବକ ମୃତ 

ମୋଟର ସାଇକଲ ଦୃଘଟଣା :ଯୁବକ ମୃତ 

ନବରଙ୍ଗପୁର:(୧୩|୮)((ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ବିରିଶୋଲା ଗ୍ରାମ ନିକଟରେ ଏକ ମୋଟର ସାଇକଲ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁବରଣ କରିଥିବା ବୁଧବାର ବିଳମ୍ବିତ ରାତ୍ରିରେ ଜଣା ପଡିଥିଲା । ସୂଚନା ଯୋଗ୍ୟ ପାପଡ଼ାହାଣ୍ଡି ଥାନା ଅଧୀନ ଡେଙ୍ଗାଗୁଡ଼ା ଅଞ୍ଚଳର ପୁରସତି ଗୌଡ (୨୦) କୌଣସି କାମରେ ଏକ ମଟର ସାଇକଲନଂ ଓଡି ୨୪ଏଲ ୭୪୦୫ ଯୋଗେ ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଗ୍ରାମକୁ ଯାଇ ରାତ୍ରିସମୟରେ ଫେରିବା ବେଳେ ବୋରିଶୋଲା ଗ୍ରାମ ନିକଟରେ ମୋଟରସାଇକଲ ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡ଼ିଥିଲେ । ପରିବାର ଲୋକେ ଖବରପାଇ ପୁରସତିଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ଏନେଇ ମୃତକର ଭାଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏସଆଇ ମହେଶ୍ୱର ବୁଡୁବାଡେ କେସ ନଂ ୧୮୮/୨୬ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ମୋଟରସାଇକେଲ ଜବତ କରି ତଦନ୍ତ ଜରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ରେ ଶିକ୍ଷକ ସମ୍ମାନିତ

Sunil Chandra Nayak

ରାଇରଙ୍ଗପୁର କନ୍ୟାଶ୍ରମର ୬୮ ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

Sunil Chandra Nayak

ପାପଡ଼ାହାଣ୍ଡିଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!