ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଆସିକା ଚିନିଶିଳ୍ପରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ଦଶକୋଟି ନିଶାମୁକ୍ତି ପ୍ରତିଜ୍ଞା, ୨- ନିଶାମୁକ୍ତି ଭାରତ ଅଭିଯାନ ସଚେତନତା, ୩- ସାଇବର ମାମଲାରେ ଯୁବକ ଗିରଫ  

ଆସିକା ଚିନିଶିଳ୍ପରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ଦଶକୋଟି ନିଶାମୁକ୍ତି ପ୍ରତିଜ୍ଞା
ନିଶାମୁକ୍ତ ଭାରତ ଗଠନରେ କର୍ମଚାରୀଙ୍କ ଦୃଢ଼ ସଂକଳ୍ପ

ଆସିକା, ୧୩/୮/୨୬ (ଶିବ ଶଙ୍କର ମିଶ୍ର ) ନିଶାମୁକ୍ତ ଭାରତ ଗଠନ ଏବଂ ବିକଶିତ ଭାରତର ସଂକଳ୍ପକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସିକା ଚିନିଶିଳ୍ପର କୃଷକ ଭବନ ପରିସରରେ ‘ଦଶକୋଟି ନିଶାମୁକ୍ତି ପ୍ରତିଜ୍ଞା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିଶକ୍ତି ଭବନ,ଆସିକା ପକ୍ଷରୁ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତି ଚିନିଶିଳ୍ପର ସମସ୍ତ କର୍ମଚାରୀଙ୍କୁ ନିଶାମୁକ୍ତ ଜୀବନଯାପନ ପାଇଁ ଶପଥ ପାଠ କରାଇଥିଲେ। ନିଶାରୁ ଦୂରେଇ ନିଜ ପରିବାର, ସମାଜ ଓ ଦେଶର ସୁସ୍ଥ ଭବିଷ୍ୟତ ଗଠନରେ ସକାରାତ୍ମକ ଯୋଗଦାନ ଦେବା ସହିତ ବିକଶିତ ଭାରତ ଗଠନରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଛି ବୋଲି ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଆସିକା ସୁଗାର ଫ୍ୟାକ୍ଟ୍ରିର ପରିଚାଳନା ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ପଣ୍ଡା ନିଶାମୁକ୍ତ ସମାଜର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ନିଶା କେବଳ ବ୍ୟକ୍ତିର ଶାରୀରିକ ଓ ମାନସିକ କ୍ଷତି କରେ ନାହିଁ, ଏହା ପରିବାର ଓ ସମାଜର ଅଗ୍ରଗତି କୁ ମଧ୍ୟ ପ୍ରଭାବିତ କରେ। ତେଣୁ ନିଶା ବିରୋଧରେ ସମସ୍ତଙ୍କ ସମିଳିତ ସଂକଳ୍ପ ଓ ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ l

କାର୍ଯ୍ୟକ୍ରମରେ ଆସିକା ସୁଗାର ଫ୍ୟାକ୍ଟ୍ରିର ବହୁ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗାପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟ ଭଉଣୀ ଭାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB) ପକ୍ଷରୁ ଆୟୋଜିତ ନିଶାମୁକ୍ତି ସଂକଳ୍ପ ଅଭିଯାନର ପ୍ରମାଣପତ୍ର ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା।

ନିଶାମୁକ୍ତି ଭାରତ ଅଭିଯାନ ସଚେତନତା 

ଆସିକା, ୧୩/୮/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ରେ ନିଶା ମୁକ୍ତି ଭାରତ ଅଭିଯାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ଡ ସୁଜିତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନ ରେ ଆୟୋଜିତ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଧରାକୋଟ ଶାଖା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଧରାକୋଟ ଶାଖା ପରିଚାଳିକା ଭାଗ୍ୟଲତା ଭଉଣୀ ଯୋଗଦେଇ ନିଶାଠାରୁ ଦୂରେଇ ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। ସକ୍ତିଶ୍ରି ସଂଯୋଜିକା ଅଧ୍ୟାପିକା ଆରତୀ ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସାଇବର ମାମଲାରେ ଯୁବକ ଗିରଫ 

ଆସିକା, ୧୩/୮/୨୬ (ଶିବ ଶଙ୍କର ମିଶ୍ର ) ଫେକ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧି ଙ୍କୁ ବ୍ଲାକମେଲ କରିବା ସହ ଧମକ ଚମକ ଦେବା ଓ ମହିଳାଙ୍କ ଫଟୋ କୁ ଏଡିଟ କରି ଅନ୍ୟ ଫଟୋ ସହ ଯୋଡ଼ି ଭାଇରାଲ କରିବା ମାମଲାରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମର ବିଜୟ ମହାକୁଡ଼ ଙ୍କ ପୁଅ ପଵିତ୍ର ମହାକୁଡ଼ କୁ ଧରାକୋଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଧରାକୋଟ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ ଙ୍କ ଏତଲା ପ୍ରକାରେ କୁସରାବ ଗ୍ରାମର ଜଣେ ଯୁବକ ସରଧାପୁର ଗ୍ରାମ ପଞ୍ଚାୟତ କଂଗ୍ରେସ ନାମରେ ଏକ ଫେକ ଆଇଡି ଖୋଲି ଗତ ଦେଢ ମାସ ଧରି ତାଙ୍କୁ ବ୍ଲାକମେଲ କରି ଆସୁଥିଲେ । ନାଏବ ସରପଞ୍ଚ ଙ୍କୁ ଭିଡିଓ କଲ କରି ଧମକଦେବା, ତାଙ୍କ ଫଟୋ ସହ ଅନ୍ୟ ଯୁବକଙ୍କ ଫଟୋ ମିଶାଇ ପୋଷ୍ଟ କରିବା, ବାରମ୍ବାର ହାରାସ କରିବା ଯୋଗୁଁ ସେ ଏଥିରେ ବ୍ୟତିବ୍ୟସ୍ତ ହୋଇ ଥାନାରେ ଏତଲା ଦେଇଥିଲେ। ଏହାପରେ ଥାନାରେ 270/26 ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଥାନା ଅଧିକାରି ଚନ୍ଦ୍ରିକା ସ୍ୱାଇଁ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ଯୁବକ ପବିତ୍ର ମହାକୁଡ଼ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପ୍ରକାଶଥାଉକି ସମ୍ପୃକ୍ତ ଯୁବକ ଜଣକ ଦୀର୍ଘ ଦିନରୁ ସରଧାପୁର ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ଙ୍କୁ ମଧ୍ୟ ଏହି ଫେକ ଆଇଡି ଖୋଲି ବଦନାମ କରିବା ସହ ହାରାସ କରି ଆସୁଥିଲେ । ସଂପ୍ରତି ଏହି ଘଟଣା ଧରାକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Related posts

ପଞ୍ଚାୟତ ସମିତି କାର୍ଯ୍ୟାଳୟ, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

Sunil Chandra Nayak

ଜେକେ କାଗଜ କଳ ପରିସରରେ 78 ତମ ସ୍ଵାଧୀନତା ଦିବସ ପାଳନ 

masiha

5T କାର୍ଯ୍ୟ ନିମ୍ନ ମାନର ଶିକ୍ଷକ ସାଜିଛନ୍ତି ଠିକାଦାର 

Sunil Chandra Nayak

Leave a Comment

error: Content is protected !!