ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ସାମ୍ବାଦିକ ସଙ୍ଘର ବୈଠକ 

ଆଦର୍ଶ ସାମ୍ବାଦିକ ସଙ୍ଘର ବୈଠକ 

ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡା ଜ଼ିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ଜ଼ିଲ୍ଲା ସଭାପତି ମୋତିଲାଲ ବାଗ ଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ସାପ୍ତାହିକ ବଜାର ସ୍ଥିତ ନବ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରକୋଷ୍ଠ ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଡ଼ିଆଳ, କୋମନା, ନୂଆପଡା, ବୋଡେ଼ନ, ସିନାପାଲି, ଖରିଆର ରୋଡ଼ ଅଞ୍ଚଳରେ ତତ୍ପରତା ସହିତ କାମ କରୁଥିବା ସାମ୍ବାଦିକ,ସାମ୍ବାଦିକା ଯୋଗଦେଇଥିଲେ। ବୈଠକ ଆରମ୍ଭରୁ ସମବେଦନ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଛି। ପରେ ସାମ୍ବାଦିକ ରାଜ କିଶୋର ସିଂ ଦେଓ ଆକସ୍ମିକ ଦେହାନ୍ତ ବିଷୟ ରେ ଆଲୋଚନା କରିବା ସହିତ,ଅମରଆତ୍ମା ର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଛି।ଅତିଥି ପରିଚୟ ପ୍ରଦାନ ଉତ୍ସବ କୁ ସାମ୍ବାଦିକ ଦେବେଶ ହୋତା ପରିଚାଳନା କରିବା ପରେ ସ୍ଥାୟୀ ସଭାପତି ମୋତିଲାଲ ବାଗ ମଞ୍ଚ ପରିଚାଳନା କରିବା ସହିତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।ପରେ ସାମ୍ବାଦିକ, ସାମ୍ବାଦିକତା ଓ କର୍ତ୍ତବ୍ୟ ବିଷୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସହିଷ ଉପସ୍ଥାପନା କରିଥିଲେ, ସେହିଭଳି ସଂଘ ଉପଦେଷ୍ଟା ସମାଜସେବୀ ଶୋକନାଥ ସେନାପତି ସଂଘ ର ବାଏଲ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ। ବରିଷ୍ଠ ସଦସ୍ୟ ମାଧବ ପ୍ରସାଦ ସାହୁ ସଂଗଠନ ଶକ୍ତି ବିଷୟରେ ଆଲୋକ ପାତ କରିଥିଲେ। ପରେ ଅନ୍ୟ ସଂଘରେ ସଦସ୍ୟ ହୋଇଥିବା କାରଣ ରୁ ଆଜିର ବୈଠକରେ ସଂଘ ଦିଲ୍ଲୀପ ଦଳପତି, ତେଜୁରାମ ନାଏକ ଙ୍କୁ ସର୍ବ ସମ୍ମତି କ୍ରମେ ସଦସ୍ୟତା ରୁ ନୀଳମ୍ବନ କଲା। ସେହିଭଳି ଅନେକ କାରଣ ଯୋଗୁଁ ଜଗନ୍ନାଥ ସାଗର ଙ୍କୁ ମଧ୍ୟ ସଂଘ ନିଲମ୍ବନ କଲା। ସେହିଭଳି ସଂଘ ନୂତନ ଭାବରେ ଉପସଭାପତି ଭାବରେ ଟିକେଶ୍ୱର ନାଗ, ଯୁଗ୍ମ ସମ୍ପାଦକ ଭାବରେ ବିରବଲ ପ୍ରଧାନ, ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଯୁଗଳ କିଶୋର ମହାନ୍ଦ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କଲା। ବୈଠକରେ ଜ଼ିଲ୍ଲା ର ବିଭିନ୍ନ କୋଣରୁ ୪୦ ଜଣ ସାମ୍ବାଦିକ ଯୋଗଦେଇଥିଲେ। ଶେଷରେ ସାମ୍ବାଦିକା ପୁଷ୍ପାଞ୍ଜଳି ଦେବାଙ୍ଗନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ରବିଧାନ ପଞ୍ଜିକରଣ ବାଦ ଯୋଗୁଁ ରାଜରାସ୍ତାକୁ ଓଲ୍ହାଇଲେ ଚାଷୀ,ଆନ୍ଦୋଳନରେ ସାମିଲ ହେଲେ ୩ ବ୍ଲକର ଚାଷୀ,ଅନିର୍ଦ୍ଧିଷ୍ଟ କାଳଯାଏଁ ଧର୍ମଘଟ

ରାଜ୍ୟ ଯୋଗାଣ ସହାୟକ ସଂଘର ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି

Sunil Chandra Nayak

ଗାଁ ନିକଟରେ ରହିଛି ଭାଲୁ , ଅଞ୍ଚଳବାସୀ ଆତଙ୍କିତ

masiha

Leave a Comment

error: Content is protected !!