ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରାଞ୍ଚଳ ୨ ନମ୍ବର ଓ୍ଵାର୍ଡ ଵାଇଦାପୋଷି ଗ୍ରାମରେ ୨୦ ପରିବାର ଜଳବନ୍ଦୀ,ଘରେ ଘରେ ଆଣ୍ଠୁରେ ପାଣି 

ରାଇରଙ୍ଗପୁର ପୌରାଞ୍ଚଳ ୨ ନମ୍ବର ଓ୍ଵାର୍ଡ ଵାଇଦାପୋଷି ଗ୍ରାମରେ ୨୦ ପରିବାର ଜଳବନ୍ଦୀ,ଘରେ ଘରେ ଆଣ୍ଠୁରେ ପାଣି 

ରାଇରଙ୍ଗପୁର – ୧୩/୦୮ ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ରାଇରଙ୍ଗପୁର ପୌରାଞ୍ଚଳର ଦୁଇ ନମ୍ବର ଓ୍ଵାର୍ଡବାସୀଙ୍କ ଅବସ୍ଥା ବେହାଲ । ମହାମହିମ ରାଷ୍ଠ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦା ଙ୍କ ଘର ଏହି ଦୁଇ ନମ୍ବର ଓ୍ବାର୍ଡରେ ଅଵସ୍ଥିତ ।

ବୁଧବାର ମଧ୍ୟ ରାତ୍ରରୁ ପ୍ରବଳ ବର୍ଷାରେ ଵାଇଦାପୋଷୀର ମାଚିସଫେକ୍ଟ୍ରି, ଜଳସେଚନା୍ ଡାକବବଙ୍ଗଳା ତଥା ଗ୍ରୀଡ୍ ଷ୍ଟେସନ ସମ୍ମୁଖରେ ଥିବା ୨୦ ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦିରେ ରହିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଆଗମନ ସମୟରେ ତଥା ଦେଢ଼ ମାସ ପୂର୍ବରୁ ନୂତନ ରାସ୍ତା ନିର୍ମାଣ ହୋଇଥିଲା । ଠିକାଦାର ଡ୍ରେନେଜ କଲା ନାହିଁ । ରାସ୍ତା ନିର୍ମାଣ ହେଲା ଅଥଚ ଠିକାଦାର କିମ୍ବା ପୌରପାଳିକା ଅଣ ନଜରରେ ରହିଗଲା ଡ୍ରେନେଜ ବ୍ୟବସ୍ଥା ।ରାସ୍ତା ହେଲା ଉଚ୍ଚା , ଘର ରହିଲା ତଳ ।ଡ୍ରେନେଜ ବ୍ୟବସ୍ଥା କରି ନ ଥିବାରୁ ତଳିଆ ସାହିରେ ହଠାତିଆ ଵର୍ଷାପାଣି ସମସ୍ତଙ୍କ ଘରେ ପଶି ଆଣ୍ଠୁଏ ଠିଆ ହୋଇ ରହିଛି । ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ ।ଘରର ଆସବାବ ପତ୍ର ପାଣିରେ ଵୁଡିଛି ।ଘରେ ଚୁଲି ଜଳୁନି ।ଶୋଇବା ଆସବାବ ପତ୍ର ଓଦା ହୋଇଯାଇଛି ।ବୁଢାବଢି, ଗର୍ଭବତୀ ମହିଳା ଛୁଆପିଲା ନାହିଁ ନଥିବା ଅସୁବିଧାର ଭୋଗ କରୁଛନ୍ତି । ଗତ ସପ୍ତାହରେ ମଧ୍ୟ ଏଭଳି ଅସୁବିଧା ହୋଇଥିଲା । ଏହାକୁ ନେଇପୌରପାଳିକାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ପୌରକର୍ମଚାରୀ ଲୋକଙ୍କ ଦୁର୍ଦ୍ଦଶା ଦେଖି ଯାଇଛନ୍ତି ।ପୌରପାଳିକା ତରଫରୁ ତୁରନ୍ତ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ପ୍ରଶାସନଠାରେ ଦାବି କରିଛନ୍ତି ନ‌ହେଲେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ଵାଳ

Related posts

ଶାଳ ମଞ୍ଜିର ଅଭାବୀ ବିକ୍ରୀରେ କ୍ଷତି ସହୁଛନ୍ତି ତୋଳାଳି : ମାଲା ମାଲ ହେଉଛନ୍ତି ବେପାରୀ

ତିରିଂ ଥାନା ! ବଜ୍ରପାତରେ ମହିଳା ଚାଷୀ ମୃତ ହୋଇଥିବାବେଳେ ବ୍ଳକ ସମ୍ମୁଖରେ ବଳଦ ମୃତ୍ୟୁ

masiha

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!