ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆଲୋଚନା

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆଲୋଚନା

ଭଞ୍ଜନଗର,୧୩/୮ ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକର ବିଭିନ୍ନ କର୍ମକର୍ତ୍ତାଙ୍କୁ ନେଇ ଓଷ୍ଟା ସଭାପତି ଉମାକାନ୍ତ ନାହାକଙ୍କ ସଭାପତିତ୍ୱରେ ଏକ ଜରୁରି ବୈଠକ କାଳିଞ୍ଜି ସମାଜ ଗୃହଠାରେ ଅନୁଷ୍ଠିତ ହୋଇଛି। ଓଷ୍ଟା ଜିଲ୍ଳା ସଭାପତି ଦିଲୀପ କୁମାର ପ୍ରଧାନ, ସମ୍ପାଦକ ସତ୍ୟବାନ ସାହୁ, ଆଲୋଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଉପଦେଷ୍ଟା ଅମର ବିଳାସ ବେହେରା, ରାଜ କୁମାର ସାହୁ, ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠି, ସୁରେନ୍ଦ୍ର କୁମାର ସାହୁ, ଗୌରୀନନ୍ଦନ ହୋତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରିଥିଲେ। ଯୋଗ୍ୟ ସ୍କୁଲ୍‌ ଓ କଲେଜଗୁଡିକୁ ଅନୁଦାନ, ଚାକିରି ସର୍ତ୍ତlବଳୀ ସହ ପେନସନ, ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟ ଗୁଡିକୁ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହିତ ସରକାରୀକରଣ, ପୂରାତନ ପେନସନ ପୁନଃ ପ୍ରଚଳନ, ଅବସର ବୟସ ୬୨କୁ ବୃଦ୍ଧି ଭଳି ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଥିଲା। ଅଗଷ୍ଟ ୧୬ରେ ଭୁବନେଶ୍ୱର ପିଏମଜି ଠାରେ ହେବାକୁ ଥିବା ଗଣଧାରଣାରେ ସାମିଲ ସହ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ ଶିକ୍ଷକ ସଙ୍ଗଠନ ପକ୍ଷରୁ ଏହାକୁ ସମର୍ଥନ ରହିଥିବା ଆଲୋଚନା ହୋଇଥିଲା। ଏଥିରେ ଉଭୟ ବ୍ଲକରୁ ଶତାଧିକ ଶିକ୍ଷକ ଯୋଗ ଦେଇ ଥିଲେ।

Related posts

କାର୍ଲି ସ୍କୁଲରେ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

masiha

ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୧୧ ରୁ ୧୫ ପର୍ଯ୍ୟନ୍ତ 

masiha

Leave a Comment

error: Content is protected !!