ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ପଞ୍ଜିକରଣ ନିୟମ ସରଳୀକୃତ କରିବା ପାଇଁ କୃଷକ ସଭାର ଦାବୀ

ଚାଷୀ ପଞ୍ଜିକରଣ ନିୟମ ସରଳୀକୃତ କରିବା ପାଇଁ କୃଷକ ସଭାର ଦାବୀ

ଜଳେଶ୍ଵର,୧୩/୮(ମନିସ)-ଖରିଫ୍ ଧାନ ବିକ୍ରୀ ପାଇଁ ଚାଷୀ ପଞ୍ଜିକରଣ ନିୟମକୁ ଦେଖିଲେ ସରକାର ଯେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏଥିରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏପରିକି ପୂର୍ବ ବର୍ଷ ତୁଳନାରେ ମଧ୍ୟ ପଞ୍ଜିକରଣ ନିୟମକୁ ଆହୁରି ଜଟିଳ କରାଯାଇଛି।ଏହି ନିୟମ ବଳବତ୍ତର ରହିଲେ ସତୁରୀ ଭାଗରୁ ଉର୍ଦ୍ଧ୍ବ ଚାଷୀ ପଞ୍ଜିକରଣ କରି ପାରିବେ ନାହିଁ, ଫଳରେ ସରକାରୀ ଦରରେ ଧାନ କରିବାରୁ ବଞ୍ଚିତ ହେବେ ବୋଲି ଓଡ଼ିଶା କୃଷକ ସଭା ଅଭିଯୋଗ କରିବା ସହିତ ଜଳେଶ୍ଵର ବ୍ଲକ କମିଟି ତରଫରୁ ପଞ୍ଜିକରଣ ନିୟମକୁ ସରଳୀକୃତ କରିବା ସକାଶେ ଜଳେଶ୍ଵର ତହସିଲରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନା ଥାଉକି ସୋସାଇଟିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ନିମନ୍ତେ ସରକାର ଅଗଷ୍ଟ ପ୍ରଥମ ସପ୍ତାହରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରିଛନ୍ତି। କିନ୍ତୁ ପଞ୍ଜୀକରଣ ନିୟମ ଦେଖିଲେ ମନେ ହେଉଛି ସରକାର ଚାହୁଁଛନ୍ତି ଯେତେ କମ୍ ସଂଖ୍ୟକ ଚାଷୀ ଧାନ ବିକ୍ରୀ କଲେ ଭଲ, ଯଦ୍ୱାରା ସବସିଡି ବାବଦକୁ ଅର୍ଥ ବ୍ୟୟ କମିଯିବ। ଯେଉଁ ଜମି ମାଲିକମାନେ ଦୂର ଦୂରାନ୍ତରେ ରୁହନ୍ତି ସେମାନେ ଏକ ସମ୍ମତି ପତ୍ର ଲେଖିଦେଲେ ଜମି ଚାଷ କରୁଥିବା ପ୍ରକୃତ ଚାଷୀ ଜଣକ ଧାନ ପଞ୍ଜିକରଣ କରିବାର ସୁଯୋଗ ଥିଲା। ଚଳିତ ବର୍ଷ ତାହା ଉଚ୍ଛେଦ କରି ଜମି ମାଲିକ ନିଜେ ଉପସ୍ଥିତ ହୋଇ ନାମ ପଞ୍ଜିକରଣ କରିବାକୁ ନିୟମ କରାଯାଇଛି। ହଜାର ହଜାର ଟଙ୍କା ଖର୍ଚ୍ଚ କରି ସେ ଆସିବ ନାହିଁ ଏହା ବୋଧହୁଏ ସରକାର ଭଲଭାବରେ ଜାଣିଛନ୍ତି।ଆମ ରାଜ୍ୟରେ ଅର୍ଦ୍ଧାଧିକ ହେଉଛନ୍ତି ଭାଗଚାଷୀ। ସେମାନଙ୍କୁ ପଞ୍ଜିକରଣ କରିବାକୁ ହେଲେ ଫାର୍ମ ରେଜିଷ୍ଟ୍ରେସନ ପ୍ରମାଣ ପତ୍ର ଦେବାକୁ ପଡ଼ିବ।ଏହା ଆଦୌ ସମ୍ଭବ ନୁହେଁ କାରଣ ନିଜ ନାମରେ ଜମି ନଥାଇ ଫାର୍ମ ରେଜିଷ୍ଟ୍ରେସନ ମାଇପ ନାହିଁ ପୁଅ ନାମ ଗୋପାଳ ରଖିବା ଭଳି ଉଦ୍ଭଟ ନିୟମ। ଏହାବାଦ୍ କେ ଓ୍ବା ସି ଫର୍ମ ଦାଖଲ କରିବା ପାଇଁ ଯେଉଁ ଆଖି ସ୍କାନର ବ୍ୟବସ୍ଥା ରଖାଯାଇଛି ତାହା ଦ୍ବାରା ସୋସାଇଟିକୁ ଧାଇଁ ଧାଇଁ ଚାଷୀମାନେ ନୟାନ୍ତ ହେବେ।ବହୁ ଚାଷୀ ନାମ ପଞ୍ଜିକରଣରୁ ବାଦ୍ ପଡିବାରୁ ସମ୍ଭାବନା ମଧ୍ୟ ଅଛି।ଏହି ସବୁ ଜଟିଳତାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷକ ସଭାର ଜଳେଶ୍ଵର ବ୍ଲକ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ କୁହାଯାଇଛି ସରକାର ପ୍ରକୃତରେ ଯଦି ଚାଷୀଙ୍କ ଉନ୍ନତି ଚାହାଁନ୍ତି ତେବେ ପଞ୍ଜିକରଣ ନିୟମକୁ ସରଳ କରି ସବୁ ଚାଷୀ କେମିତି ଧାନ ବିକ୍ରୀ କରିବାରେ ସୁଯୋଗ ପାଇବେ ସେ ଦିଗରେ ବିଚାର କରନ୍ତୁ। ପ୍ରତ୍ୟେକ ଭାଗଚାଷୀଙ୍କ ଠାରୁ ଅନ୍ୟୁନ ଦଶ କ୍ଯୁଇଣ୍ଟାଲ ଧାନ କିଣିବା ସହିତ ପୂର୍ବ ବର୍ଷ ଭଳି କେବଳ ଜମି ମାଲିକ ଠାରୁ ସମ୍ମତି ପତ୍ର ନେଇ ପଞ୍ଜିକରଣ କରିବା ଏବଂ ଫାର୍ମ ରେଜିଷ୍ଟ୍ରେସନ ଆଇ ଡି ନେବାକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ନହେଲେ ଆଗାମୀ ଦିନରେ କୃଷକ ସଭା ଚାଷୀମାନଙ୍କୁ ନେଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି କୃଷକ ସଭାର ଜିଲ୍ଲା ସମ୍ପାଦକ ଦିଲ୍ଲୀପ କୁମାର ଗିରି, ଶିଶିର ହୁଇ, ଦିପ୍ତିମାନ ଆଚର୍ଯ୍ୟ, ରବିନ୍ଦ୍ର ବାରିକ, ପଲ୍ଟୁ ଦାସ,ଜ୍ଞାନେନ୍ଦ୍ର ଜେନା, ଧନଞ୍ଜୟ ପଲାଇ,ରବିନାରାୟଣ ମିଶ୍ର, ସନ୍ତୋଷ କୁମାର ଦାସ, ସୁଶାନ୍ତ ରାଉତ, ବସନ୍ତ ଦାସ, ପ୍ରମଥ ପ୍ରମାଣିକ,ଶଶୀକାନ୍ତ ଜେନା, ସନ୍ତୋଷ ଦେ, ନିରଞ୍ଜନ ପରିଡ଼ା, ରାଧା ରଞ୍ଜନ ଭୂୟାଁ ପ୍ରମୁଖ ଦୃଢ଼ ଚେତାବନୀ ଦେଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

Sunil Chandra Nayak

କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ

masiha

ଭାଲୁ ଆକ୍ରମଣ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!