ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ବିଶ୍ଵ ଗଜରାଜ ଦିବସ 

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ବିଶ୍ଵ ଗଜରାଜ ଦିବସ 

ରାଇରଙ୍ଗପୁର – ୧୩/୦୮  ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବନାଞ୍ଚଳ ସମ୍ମିଳନୀକକ୍ଷ ପରିସରରେରେ ବିଶ୍ଵ ଗଜରାଜ ଦିବସ ବୁଧବାର ଦିନ ଅନୁଷ୍ଠିତ ହୋଇଅଛି । ଏଥିରେ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ପୌରୋହିତ୍ୟେ କରି ହାତୀର ସୁରକ୍ଷା ଅର୍ଥ ଆମର ବନ ସଂପଦ ଐତିିହ୍ୟର ସୁରକ୍ଷା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ପରିବେଶବିତ୍ ଲଳିତ ମହାନ୍ତ ହାତୀ ସମ୍ମୁଖୀନ ହେଉଥିବା ସମସ୍ଯା ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସୁରକ୍ଷା ତଥା ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ପ୍ରାକ୍ତନ ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝି , ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ ଏବଂ ବର୍ଦ୍ଧିତ ସଂରକ୍ଷଣ ପ୍ରୟାସରେ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିଥି ଗଣ କହିଥିଲେ ହାତୀ ହେଉଛି ପରିବେଶର ବଂଧୁ ।ହାତୀ ଲକ୍ଷ୍ମୀଙ୍କର ବାହନ ।ତେଣୁ ଗଜଲକ୍ଷ୍ମୀ ପୂଜା ପାଳନ କରାଯାଏ ।ଜଙ୍ଗଲ ନଷ୍ଟ,ପରିବେଶ ନଷ୍ଟ ଓ ଆଧୁନିକତା ଓ ଶିଳ୍ପାୟନ ନାମରେ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀ ଆଜି ବାସହରା ସୋଇ ଗ୍ରାମାଭିମୁଖୀ ହୋଇଛି । ଯାହାଫଳରେ ହାତୀ ମଣିଷ ସାମ୍ନା ସାମରିକ ହୋଇ ଧନ ଜୀବନ ନଷ୍ଟ ହେଉଛି ।ତେଣୁ ଜଙ୍ଗଲ ସୃଷ୍ଟି,ସଂରକ୍ଷଣ କରିପାରିଲେ ହାତୀ ପୁଣି ଜଙ୍ଗଲ ଭିତରେ ରହି ଶାନ୍ତି ପୁର୍ଣ ସହବାସଥାନରୃ ରହି ପାରିବ ।ଦିନକୁ ଦିନ ହାତୀ ବଂଶ ଲୋପ ପାଉଛି ।ଆଗକୁ ବିଲୁପ୍ତ ହୋଇପାରେ ।ତେଣୁ ଏହି ଦୁର୍ଲଭ ଜୀବ ହାତୀଵଂଶ ରକ୍ଷା କରିବାକୁ ହେଲେ ଆମକୁ ଅଧିକରୁ ଅଧିକ ବୃକ୍ଷରୋପଣ,ସଂରକ୍ଷଣ ଓ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଶପଥ ନେବା ସହ ଓ କାମରେ ଦେଖାଇବାକୁ ପଡ଼ିବ । ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସ୍ବାଇଁ ପ୍ରାରମ୍ମିକ ସୂଚନା ଦେଇଥିବା ବେଳେ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କ୍ଷୀରୋଦ ସିଂ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବନପାଳ ବିପିନ୍ ଚନ୍ଦ୍ର ବେହେରା କାଶିନାଥ ହାଁସଦା , ପଙ୍କଜ ବେହେରା ,ସଚିକାନ୍ତ ଦିଗାଇ, ରଞ୍ଜିତା ମହାନ୍ତ ଶ୍ରିବନ୍ତୀ ମାରାଣ୍ଡି , ମେନକା ନାଏକ ଓ ବନରକ୍ଷୀ ଦୁଷ୍ମନ୍ତ କୁମାର ଦାସ ଅମିତ୍ ସାହୁ, ସଂଯୋଜକ ବିଜୟକେତନ ବିଶ୍ଵାଳ ,ହୃଦାନନ୍ଦ ମହାନ୍ତ କର୍ମଚାରୀ ସୋନୁ ରଜକ , ସୃଷ୍ଟିଧର ମହାନ୍ତ , ମାନକ ମହାନ୍ତ, ଦୀପକ ମହାନ୍ତ ଓ ବିଦ୍ୟାଧର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।। କାର୍ଯ୍ୟ କ୍ରମରେ ବନଖଣ୍ଡର ସମସ୍ତ ବନପାଳ ଓ ବନରକ୍ଷୀ ଉପସ୍ଥିତ ଥିଲେ ।।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଜଗା କୁ ଦର୍ଶନ କରିବା ବୁଲେଟ ସହ ଅଗ୍ନି ପଥରେ ଦୁଇ ଯାତ୍ରୀଙ୍କ ସ୍ଵର୍ଗାରୋହଣ, ପରିବେଶ ବଡ ସଂଗୀନ 

Sunil Chandra Nayak

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା.

masiha

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

Sunil Chandra Nayak

Leave a Comment

error: Content is protected !!