ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭବାନୀପାଟଣା : ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ, ଭବାନୀପାଟଣାଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ADEO) ଶ୍ରୀ ହେମସାଗର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାଏକ ଏବଂ ରାଜ୍ୟ ଜୋନାଲ ସେକ୍ରେଟାରୀ ଶ୍ରୀ ବୀରେନ୍ଦ୍ର ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶିକ୍ଷକମାନଙ୍କୁ ସ୍ୱାଧୀନତା ଦିବସର ମହତ୍ତ୍ୱ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଜିତ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ଉପେନ୍ଦ୍ର ପଧାନ, କୋଷାଧ୍ୟକ୍ଷ ଶ୍ରୀ ତପନ କୁମାର ବେହେରା, ସଦର ବ୍ଲକ ସଭାପତି ଶ୍ରୀ ମଧୁସୂଦନ ପ୍ରଧାନ,ସଦର ବ୍ଲକ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ହୋତା,ଜିଲ୍ଲା କୋର କମିଟି ସଦସ୍ୟ ଶ୍ରୀ ଜଗଦିଶ ପାଣି, ଶ୍ରୀ ଅମରେନ୍ଦ୍ର ପଟ୍ଟନାଏକ, ଶ୍ରୀ ଯୋଗେଶ୍ୱର ମିଶ୍ର, ଶ୍ରୀ ଶ୍ରୀନିବାସ ଆଚାରୀ, ଶ୍ରୀ ଅରୁଣ ବିଶୋଇ, ଶ୍ରୀ ତ୍ରିନାଥ, ଶ୍ରୀ ଶ୍ୟାମକୁମାର, କାଳିଆ ରଥ ସମେତ ସଂଘର ବହୁ କର୍ମକର୍ତ୍ତା ଓ ଶିକ୍ଷକ ଉପସ୍ଥିତ ଥିଲେ।

ସ୍ୱାଧୀନତା ଦିବସ ଅବସରରେ ଦେଶର ଏକତା, ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଶିକ୍ଷାର ବିକାଶ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହେବାକୁ ଆହ୍ୱାନ ଦିଆଯାଇଥିଲା। ଶେଷରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।ଶେଷରେ ମୁଖ୍ୟ ଅତିଥି ଶ୍ରୀ ହେମସାଗର ମହାନନ୍ଦ ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତେରେସିଂହାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିଵବସ-୨୦୨୩ ପାଳିତ

masiha

ନେତୃତ୍ଵ ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!