ସାଇବର ସଚେତନତା କାର୍ଯ୍ୟକ୍ରମ ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ
ଜୁନାଗଡ଼ (ମ ନି ସ): ଆଜି ସକାଳ ୧୧ଟା ସମୟରେ ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗୋଲାମୁଣ୍ଡା ଥାନାର ଆଇଆଇସି ଶ୍ରୀ ଯଶୋବନ୍ତ ସେମାଲ୍ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗଦେଇଥିଲେ। ଆଇଆଇସି ଙ୍କ ସହିତ ସମସ୍ତ ପୋଲିସ ଅଧିକାରୀ ମଧ୍ଯ ଉପସ୍ଥିତ ଥିଲେ ରଞ୍ଜନ ରାଉତ ସହ ଯୋଗ କରି ଥିଲେ l
ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତନା ସିପକା ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ଓ ଅନଲାଇନ୍ ଠକେଇ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା।ପୋଲିସ ଅଧିକାରୀମାନେ ଅନଲାଇନ୍ ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିବେ, ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଓଟିପି ଏବଂ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହା ସହିତ ଶେୟାର ନକରିବା ଆଦି ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କୌଣସି ବ୍ୟକ୍ତି ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନରେ ଯୋଗାଯୋଗ କରିବା ମାଧ୍ୟମରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏଭଳି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ସହିତ ସମାଜରେ ସାଇବର ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
ଜଗଜ୍ଜିବନ ସାଙ୍କ ରିପୋର୍ଟ

