ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବିଭି୍ପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା  

ଏବିଭି୍ପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା  

  କଳାହାଣ୍ଡି : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ତରଫରୁ ଉତ୍କେଲା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ, ଉତ୍କେଲା ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାୟ ୪୫୦ରୁ ଅଧିକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ରେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଛି l ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ର ବ୍ଲକ ସଂଯୋଜକ ବିଶ୍ୱରଞ୍ଜନ ସିଂହ, ଓଡିଶା ପଶ୍ଚିମ ପ୍ରାନ୍ତ ର ସେବାର୍ଥେ ବିଦ୍ୟାର୍ଥୀ ସହ ସଂଯୋଜକ ରାହୁଲ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛନ୍ଦା ଚରଣ ବେହେରା, କଳାହାଣ୍ଡି ର ଜିଲ୍ଲା ସଂଯୋଜନା ଭୋଜରାଜ ସାହୁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଏହି ତ୍ରିରଙ୍ଗା ଶୋଭାଯାତ୍ରା ଉତ୍କେଲା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ, ଉତ୍କେଲା ର କ୍ୟାପସ ଠାରୁ ଆରମ୍ଭ କରି ଉତ୍କେଲା ବଙ୍ଗଳା ପଡା ଠାରୁ ପୁଣିଥରେ ବିଦ୍ୟାଳୟ ର କ୍ୟାମ୍ପସ କୁ ଆସିଥିଲେ l ଏହି ଅବସରରେ ଏବିଭିପି ର କାର୍ଯ୍ୟକର୍ତ୍ତା ମାନେ କହିଲେ, ଯେ ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ ;ଏହା ଦେଶର କୋଟି କୋଟି ଭାରତୀୟଙ୍କ ଗୌରବ, ସ୍ୱାଭିମାନ, ଓ ଏକତାର ପ୍ରତୀକ l ଦେଶ ପ୍ରେମ ଓ ରାଷ୍ଟ୍ର ସର୍ବୋପରି ର ବିଚାର ଧାରା କୁ ନେଇ ବିଦ୍ୟାର୍ଥୀ ମାନେ ଏହି କାର୍ଯ୍ୟକ୍ରମ କୁ ଆଗକୁ ବଢ଼ାଇଲେ l ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବହୁତ ଦୀନ ଧରି ଛାତ୍ରହୀତ, ରାଷ୍ଟ୍ର ହିତ ଓ ସାମାଜିକ ହିତ କୁ ପ୍ରାଧାନ୍ୟ ଦେଇ ଦେଶ ବ୍ୟାପି କାର୍ଯ୍ୟ କରି ଆସୁଛି l ଏହି ଐତିହାସିକ ତ୍ରିରଙ୍ଗା ଶୋଭାଯାତ୍ରା ପୁଣିଥରେ ପ୍ରମାଣ କରିଛି ଯେ, ଛାତ୍ରଛାତ୍ରି ଙ୍କ ମଧ୍ୟରେ ଦେଶଭକ୍ତି, ସାମାଜିକ ଦାଇତ୍ୱ ଓ ସକାରାତ୍ମକ ଛାତ୍ର ଆନ୍ଦୋଳନ ପ୍ରତି ଆଗ୍ରହ ବୃଦ୍ଧିପାଉଛି l ବହୁ ସଂଖ୍ୟରେ ଛାତ୍ରଛାତ୍ରୀ ଙ୍କ ଯୋଗଦାନ ଏବିଭିପି ପ୍ରତି ସେମାନଙ୍କ ବିଶ୍ୱାସ ଓ ଆସ୍ଥା ର ପ୍ରତିଫଳନ ବୋଲି ସଂଗଠନ ପକ୍ଷ ରୁ କୁହାଯାଇଛି l ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଏହି ମୂଳମନ୍ତ୍ର କୁ ଆଧାର କରି ଅଖିଳ ଭାରତୀୟ ଵିଦ୍ୟାର୍ଥୀ ପରିଷଦ ଆଗାମୀ ଦିନ ମଧ୍ୟ ରାଷ୍ଟ୍ର ନିର୍ମାଣ ରେ ଯୁବ ଶକ୍ତି ଙ୍କୁ ସଂଗଠିତ କରିବା ସହ ସମାଜ ଓ ଶିକ୍ଷା କ୍ଷେତ୍ର ରେ ବିଭିନ୍ନ ଗଠନମୂଳ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଂଯୋଜକ ରାହୁଲ ପ୍ରଧାନ ପ୍ରକାଶ କରିଛନ୍ତି।

ଅର୍ଜ୍ଜୁନ ପୋଢ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ

Sunil Chandra Nayak

ଯୋରନ୍ଦା ରେ ରଜ ମହୋତ୍ସବ ପାଳିତ କଲେ ସରପଞ୍ଚ ଆରତୀ ନାୟକ

Sunil Chandra Nayak

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ର

masiha

Leave a Comment

error: Content is protected !!