ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ପ୍ରେସ କ୍ଲବର ନୂତନ ଭବନ ପାଇଁ ଶିଳାନ୍ୟାସ ଶିଳାନ୍ୟାସ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଉମରକୋଟ ପ୍ରେସ କ୍ଲବର ନୂତନ ଭବନ ପାଇଁ ଶିଳାନ୍ୟାସ

ଶିଳାନ୍ୟାସ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଉମରକୋଟ: ୧୬/୮ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅଞ୍ଚଳରେ ଥିବା ପ୍ରେସ କ୍ଲବର ନୂତନ ଭବନ ନିର୍ମାଣ ପାଇଁ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ପ୍ରେସ କ୍ଲବ ଭବନ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ଯେ, ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସମାଜର ବିଭିନ୍ନ ସମସ୍ୟା ଓ ସାଧାରଣ ଲୋକଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉମରକୋଟ ପ୍ରେସ କ୍ଲବର ନୂତନ ଭବନ ନିର୍ମାଣ ହେଲେ ସ୍ଥାନୀୟ ସାମ୍ବାଦିକମାନଙ୍କୁ ସାମ୍ବାଦିକତା କାର୍ଯ୍ୟ କରିବା ପାଇଁ ଏକ ସୁବିଧାଜନକ ଓ ଉପଯୁକ୍ତ ପରିବେଶ ମିଳିପାରିବ ବୋଲି ସେ କହିଥିଲେ।

ଏହି ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ,ରାମକୃଷ୍ଣ ନାୟକ,ଭଗବାନ କଲାର, ଆଶିଷ ରାଓ, ଉମରକୋଟ ପ୍ରେସ କ୍ଲବ ସଭାପତି ନଳିନୀ ରଞ୍ଜନ ମିଶ୍ର, ସମ୍ପାଦକ ମହେଶ୍ୱର ବେହେରା ,ସହସମ୍ପାଦକ କୁନା ସାହୁ,କୋଷାଧକ୍ଷ ଯୁଗଳ କିଶୋର ସାହୁ,ଆଇନ ପରାମର୍ଶ ଦାତା ଜିତେନ୍ଦ୍ର ମହାନ୍ତି ସାଇ କ୍ରିଷ୍ଣା, ନିରଞ୍ଜନ ବେହେରା, ଅନୁରାଗ ପଟ୍ଟନାୟକ, ଗିରିଧାରୀ ମାଝୀ, , ବାଳକୃଷ୍ଣ ସାହୁ, ନିରଞ୍ଜନ ଗଣ୍ଡ,ନିରଞ୍ଜନ ବେହେରା କାହ୍ନୁ ନନ୍ଦିଆ, ବିଜୟାନନ୍ଦ ପତି, ଜିତୁ ମାଳୀ, ଜିତେନ୍ଦ୍ର ଦାସ, ଅନୁପ ବାରିକ ଓ ଗଣେଶ ଛତ୍ରିଆଙ୍କ ସମେତ ପ୍ରେସ କ୍ଲବର କର୍ମକର୍ତ୍ତା, ସଦସ୍ୟ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ପ୍ରେସ କ୍ଲବର ନୂତନ ଭବନ ନିର୍ମାଣ ଦ୍ୱାରା ଉମରକୋଟ ଅଞ୍ଚଳର ସାମ୍ବାଦିକମାନଙ୍କୁ ଏକ ସ୍ଥାୟୀ କାର୍ଯ୍ୟସ୍ଥଳ ମିଳିବା ସହ ସାମ୍ବାଦିକତା କ୍ଷେତ୍ରରେ ଆହୁରି ସୁଦୃଢ଼ ଭାବେ କାର୍ଯ୍ୟ କରିବାରେ ଏହା ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।

 ଉମରକୋଟ ରୁ ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଜିଲ୍ଲାସ୍ତରୀୟ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

Sunil Chandra Nayak

କୋଶଲୀ ଲକ୍ଷ୍ମୀ ପୁରାଣର ପଞ୍ଚମ ସଂସ୍କରଣ ଏବଂ ଏହାର ଆଲବମ୍ ର ପୋଷ୍ଟର ରିଲିଜ୍

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସ୍ବଚ୍ଛତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!