ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଏସପି ଅଧିକାରୀଙ୍କ ସହ ଇସ୍ପାତ ସହରରେ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଶ୍ରୀ ତନ୍ତୀ…

ଆରଏସପି ଅଧିକାରୀଙ୍କ ସହ ଇସ୍ପାତ ସହରରେ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଶ୍ରୀ ତନ୍ତୀ…

ରାଉରକେଲା : ବିଗତ ଏକ ସପ୍ତାହରୁ ଉର୍ଦ୍ଧ୍ଵ ସମୟରୁ ଲାଗିରହିଥିବା ପ୍ରବଳ ବର୍ଷାରେ ଇସ୍ପାତ ସହରାଞ୍ଚଳରେ ଥିବା ସମସ୍ତ ବାସଗୃହ ଏବଂ ବସ୍ତି ଅଞ୍ଚକରେ ବର୍ଷା ଜଳ ପଶିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା କି ଯେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ସହକର୍ମୀ ମାନଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲି ଲୋଜଙ୍କୁ ରନ୍ଧା ଖାଦ୍ୟ,ପାଉଁରୁଟି, ଚୂଡ଼ା ଏବଂ ଗୁଡ଼ ଇତ୍ୟାଦି ବାଣ୍ଟିଥିଲେ । ତେବେ ଏ ସବୁର ମୂଳ କାରଣ ହେଲା ଇସ୍ପାତ ସହରାଞ୍ଚଳରେ ଥିବା ନାଳ ଗୁଡିକରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଜମି ହୋଇ ରହିଥିଲା । ଏହି ସମସ୍ୟାର ସମାଧାନ ଏବଂ ବାସ୍ତବିକତାର ଅନୁଧ୍ୟାନ କରିବା ପାଇଁ ଆଜି ରଘୁନାଥପାଲ୍ଲୀ ବିଧାୟକ ରାଉରକେଲା ଇସ୍ପାତ କାରଖାନା ସହରସେବା ପ୍ରଶାସନିକ ବିଭାଗ ଅନ୍ତର୍ଗତ ଟାଉନ ଇଞ୍ଜିନିୟରିଂ ବିଭାଗର ଅଧିକାରୀ ମାନଙ୍କ ସହିତ ସେକ୍ଟର-୧୭,୬, ବିଦ୍ୟାନଗରୀ, ସମେତ ଇସ୍ପାତ ସହରାଞ୍ଚଳରେ ଥିବା ଏକାଧିକ ବର୍ଜ୍ୟ/ବର୍ଷା ଜଳ ନିଷ୍କାସନ ପାଇଁ ଉଦ୍ଧିଷ୍ଟ ନାଳ ନିକଟକୁ ଯାଇ ସମୀକ୍ଷା କରିବା ପରେ ଯୁଦ୍ଧ କାଳୀନ ଭିତ୍ତିରେ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଧାୟକ ଶ୍ରୀତନ୍ତୀ ରାଉରକେଲା ଇସ୍ପାତ କାରଖାନାର ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ମୋଟର ସାଇକେଲ ଦୁର୍ଘଟଣା, ୧ ମୃତ

ଇକୋରିଟ୍ରିଟରେ କୋଟିଏ ଟଙ୍କାର ସ୍କାମ୍, ପୁରୁଣା ରାସ୍ତା ଓ ବହ୍ଲାକୁ ନୂଆ ଦର୍ଶାଇ ଯନ୍ତ୍ରୀ ଠିକାଦାର ନେତା ମାଲେମାଲ

masiha

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!