ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତାଲା ଭାଙ୍ଗି ଘରେ ପଶି ଲୁଟ୍‌: ଟଙ୍କା ଓ ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ । ୧୦ ତୋଳା ସୁନା ସହ ରୂପା ଅଳଙ୍କାର ଓ ୫୦ ହଜାର ନଗଦ ଲୁଟ୍‌ 

ତାଲା ଭାଙ୍ଗି ଘରେ ପଶି ଲୁଟ୍‌: ଟଙ୍କା ଓ ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ 

୧୦ ତୋଳା ସୁନା ସହ ରୂପା ଅଳଙ୍କାର ଓ ୫୦ ହଜାର ନଗଦ ଲୁଟ୍‌ 

ହିଞ୍ଜିଳିକାଟୁ, ୧୮/୮ ରବିବାର ବିଳମ୍ବିତ ରାତିରେ ଏକ ବନ୍ଦ ଘରକୁ ଟାର୍ଗେଟ୍‌ କରି ତାଲା ଭାଙ୍ଗି ଲୁଟ୍‌ କରିଥିବା ଘଟଣା ସାମ୍ନାକୁ ଆସିଛି। ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ବେଲଗାଁ ଚଣ୍ଡୀ ମନ୍ଦିର ସାହିରେ ଏହି ଚୋରି ଘଟଣା ଘଟିଥିବା ନେଇ ବେଲଗାଁ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବେଲଗାଁ ଚଣ୍ଡୀ ମନ୍ଦିର ସାହିର ସୁଦର୍ଶନ ମହାରଣା (୭୦), ପିତା–ବୃନ୍ଦାବନ ମହାରଣାଙ୍କ ଘର ବନ୍ଦ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଘର ଭିତରୁ ପ୍ରାୟ ୧୦ ତୋଳା ସୁନା ଅଳଙ୍କାର, ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଏବଂ ପ୍ରାୟ ୧.୫ ତୋଳାରୁ ଊର୍ଦ୍ଧ୍ୱ ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘର ମାଲିକ ବନ୍ଦ ରହିଥିବା ନିଜ ଘରକୁ ଯାଇ ଦେଖିଥିଲେ। ଘର ନିକଟରେ ପହଞ୍ଚିବା ପରେ ତାଲା ଭଙ୍ଗା ଥିବା ଦେଖିବା ସହ ଘର ଭିତରେ ଥିବା ସାମଗ୍ରୀ ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଯାଞ୍ଚ କରିବା ପରେ ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ସୋମବାର ସକାଳେ ପରିବାର ପକ୍ଷରୁ ବେଲଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଆଧାର କରି ବେଲଗାଁ ପୋଲିସ କେସ ନଂ ୧୨୯/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କେଉଁ ଉପାୟରେ ଘରେ ପ୍ରବେଶ କରିଥିଲେ, ଚୋରିରେ କେଉଁମାନେ ସମ୍ପୃକ୍ତ ଏବଂ ଚୋରି ହୋଇଥିବା ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା ଉଦ୍ଧାର ନେଇ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ, ବେଲଗାଁ ଚଣ୍ଡୀ ମନ୍ଦିର ସାହିରେ ଏଭଳି ଚୋରି ଘଟଣାକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଅଞ୍ଚଳରେ ଚୋରି ଘଟଣା ଉପରେ ଅଙ୍କୁଶ ଲଗାଇବା ସହ ତୁରନ୍ତ ଘଟଣାର ପର୍ଦ୍ଦାଫାସ କରି ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ଏବଂ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ସ୍ଥାନୀୟ ମହଲରେ ଦାବି ହୋଇଛି ।

Related posts

ରାଉରକେଲା ପୋଲିସ୍ ଦ୍ବାରା ୫୦୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ : ୬ ଅଭିଯୁକ୍ତ ଗିରଫ ସହ ୫ କାର୍, ୮ ମୋବାଇଲ ଓ ୨୩୦୦ ଟଙ୍କା ନଗଦ ଜବତ

Sunil Chandra Nayak

ଦିନ ଦିପହରରେ ମୋବାଇଲ୍ ଓ ଟିଭି ମରାମତି ଦୋକାନରେ ଚୋରି

Sunil Chandra Nayak

ଜେସିବି ପୋଡ଼ିଲେ ଦୃର୍ବୃତ୍ତ , କାରଣ ଅସ୍ପଷ୍ଟ

Leave a Comment

error: Content is protected !!